ପୁଣି ଶୁଭିବ Chak De India: କାଲିଠାରୁ ରାଜ୍ୟରେ ଜୁନିୟର ହକି ବିଶ୍ୱକପ୍
Advertisement

ପୁଣି ଶୁଭିବ Chak De India: କାଲିଠାରୁ ରାଜ୍ୟରେ ଜୁନିୟର ହକି ବିଶ୍ୱକପ୍

ପୂର୍ବରୁ ପୁରୁଷ ହକି ବିଶ୍ୱକପ ସହ ହକି ଲିଗ ସଫଳତାର ସହ ଆୟୋଜନ କରି ବିଶ୍ୱର ଦୃଷ୍ଟି ଆକର୍ଷଣ କରି ସାରିଛି ଓଡିଶା।

ଫଟୋ ସୌଜନ୍ୟ ଟ୍ୱିଟର@TheHockeyIndia

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଜୁନିୟର ହକି ମହାକୁମ୍ଭ। ରାଜଧାନୀ ଭୁବନେଶ୍ୱ ଠାରେ ଶୁଭିବ ଚକ ଦେ ଇଣ୍ଡିଆ। ଆସନ୍ତା ଡିସେମ୍ୱର ୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଜୁନିୟର ବିଶ୍ୱକପ ମୁକାବିଲାରେ ବିଶ୍ୱ ବିଜେତା ହେବା ପାଇଁ ଲଢିବେ ୧୬ଟି ଟିମ୍। ମୋଟ ୪ଟି ପୁଲରେ ବିଭକ୍ତ ହୋଇଛନ୍ତି ସମସ୍ତ ଦଳ। ଆସନ୍ତା କାଲି ୫ଟି ମ୍ୟାଚ ହେବାକୁ ଥିବା ବେଳେ ପ୍ରଥମ ମ୍ୟାଚ ସାଢ଼େ ୯ଟାରେ ବେଲଜିୟମ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ସେହିପରି ପଞ୍ଚମ ମ୍ୟାଚ ଭାରତ-ଫ୍ରାନ୍ସ ମଧ୍ୟରେ ରାତି ୮ଟା ସମୟରେ ଅନୁଷ୍ଠିତ ହେବ।

ଏଥର କୋରୋନା କଟକଣା ପାଇଁ ଷ୍ଟାଡିୟମରେ ମ୍ୟାଚ ଦେଖିପାରିବେନି ଦର୍ଶକ। ପ୍ରତି ୨ ଦିନରେ ସମସ୍ତ ଖେଳାଳି, ଅଫିସିଆଲ, ପୋଲିସ, ଗଣମାଧ୍ୟମ ପ୍ରତିନିଧିଙ୍କ RTPCR Test କରାଯିବ। ଦର୍ଶକ ନଆସୁଥିଲେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପୋଲିସ କମିଶନର ଷ୍ଟାଡିୟମ ସୁରକ୍ଷା ଯାଞ୍ଚ କରିଥିବା ବେଳେ ସୁରକ୍ଷା ପାଇଁ ମୁତୟନ ହେବେ ଡିସିପିଙ୍କ ନେତୃତ୍ୱରେ ୪ ଜଣ ଅତିତିକ୍ତ DCP, ୧୦ ACP, ୭୫ ଅଫିସର ଏବଂ ୨୫ ପ୍ଲାଟୁନ ଫୋର୍ସ। ଖେଳାଳି ରହୁଥିବା ହୋଟେଲ ଠାରୁ ଷ୍ଟାଡିୟମ ପର୍ଯ୍ୟନ୍ତ ରହିବ ଟ୍ରାଫିକ କଟକଣା।

ପୂର୍ବରୁ ପୁରୁଷ ହକି ବିଶ୍ୱକପ ସହ ହକି ଲିଗ ସଫଳତାର ସହ ଆୟୋଜନ କରି ବିଶ୍ୱର ଦୃଷ୍ଟି ଆକର୍ଷଣ କରି ସାରିଛି ଓଡିଶା। ଏବେ ପୁଣି ଏକ ନୂଆ ସଫଳ ଇତିହାସ ଲିପିବଦ୍ଧ ହେବାକୁ ଯାଉଛି।