ଭାଙ୍ଗିଯିବ ମଧ୍ୟପ୍ରଦେଶ ସରକାର ! ହୋଟେଲରେ ଏକାଠି ହେଲେ ୮ ବିଦ୍ରୋହୀ ବିଧାୟକ
Advertisement
Article Detail0/zeeodisha/odisha649446

ଭାଙ୍ଗିଯିବ ମଧ୍ୟପ୍ରଦେଶ ସରକାର ! ହୋଟେଲରେ ଏକାଠି ହେଲେ ୮ ବିଦ୍ରୋହୀ ବିଧାୟକ

କୁମାରସ୍ୱାମୀ ପରେ 'ଗେରୁଆ' ଚକ୍ରବ୍ୟୁହରେ କମଲନାଥ !

ଫାଇଲ ଫଟୋ

ନୂଆଦିଲ୍ଲୀ: ଗତବର୍ଷ ଯାହା କର୍ଣ୍ଣାଟକରେ ହୋଇଥିଲା, ଠିକ ସେମିତି କିଛି ମଧ୍ୟପ୍ରଦେଶରେ ହେବାକୁ ଯାଉଛି । ଏବେ ବଡ଼ ସଙ୍କଟରେ କମଲନାଥ ସରକାର ! ମେଳି ବାନ୍ଧିଲେଣି ବିଦ୍ରୋହୀ ବିଧାୟକ । ଦଳୀୟ ୪ ବିଧାୟକଙ୍କ ସମେତ ସମୁଦାୟ ୮ ବିଦ୍ରୋହୀ ବିଧାୟକ ବିଳମ୍ୱିତ ରାତିରେ ଗୁରୁଗ୍ରାମର ଏକ ହୋଟେଲରେ ଏକାଠି ହୋଇଥିବା କୁହାଯାଉଛି । ଯାହାକୁ ନେଇ ମଧ୍ୟପ୍ରଦେଶ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ହୋଇପାରେ, ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଭାରତୀୟ ଜନତା ପାର୍ଟି ନାଁରେ ଯେଉଁ ଅଭିଯୋଗ ଆଣିଥିଲେ, ତାହା ସତ ହିଁ ହେବ । 

fallback

କିଛି ଦିନ ପୂର୍ବରୁ ଦିଗବିଜୟ ସିଂହ ସମସ୍ତଙ୍କୁ ଚମକାଇ ଦେବା ପରି ବୟାନ ଦେଇଥିଲେ । ମଧ୍ୟପ୍ରଦେଶ ସରକାରରେ ଅସ୍ଥିରତା ସୃଷ୍ଟି କରିବା ପାଇଁ କଂଗ୍ରେସ ବିଧାୟକଙ୍କୁ ବିଜେପି କିଣିବାକୁ ଚେଷ୍ଠା କରୁଥିବା ସେ ଅଭିଯୋଗ କରିଥିଲେ । ବିଧାୟକଙ୍କୁ ୨୫ରୁ ୩୫ କୋଟି ଟଙ୍କା ବିଜେପି ଯାଚୁଥିବା ସେ କହିଥିଲେ । ଅର୍ଥାତ ଘୋଡ଼ା ବେପାର କରି ସରକାର ଗଢ଼ିବା ଚକ୍କରରେ ବିଜେପି ଥିବା କମଲନାଥ ସରକାରଙ୍କୁ ଚେତାଇ ଦେଇଥିଲେ ଦିଗବିଜୟ । ଯଦିଓ ଦିଗବିଜୟଙ୍କ ଏହି ସତର୍କବାଣୀକୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଏତେ ଗୁରୁତ୍ୱର ସହ ନେଇ ନ ଥିଲେ, ତେବେ ଏବେ ଏହା ଅକ୍ଷରେ ଅକ୍ଷରେ ସତ ହେବାକୁ ଯାଉଛି ! 

ଗୁରୁଗ୍ରାମ ହୋଟେଲରେ ମେଳି ବାନ୍ଧିଥିବା ୮ ବିଧାୟକଙ୍କ ମଧ୍ୟରେ ୪ କଂଗ୍ରେସ ବିଧାୟକ ଥିବା ବେଳେ ଅନ୍ୟ ୪ ଜଣ ସ୍ୱାଧୀନ, ଏସପି ଓ ବିଏସପି ବିଧାୟକ ଅଛନ୍ତି  । ଏମାନେ ରାଜ୍ୟ ସରକାରଙ୍କୁ ବାହ୍ୟ ସମର୍ଥନ ଦେଉଥିଲେ । ଯଦି ପ୍ରକୃତରେ ଏହି ୮ ବିଧାୟକଙ୍କ ବିଦ୍ରୋହ କରିବା ଘଟଣା ସତ ହୋଇଥାଏ, ତେବେ କମଲନାଥ ସରକାର ଆଉ ବେଶି ଦିନ ନୁହେଁ । 

fallback

୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭାରେ ଏବେ ୨୨୮ ସଦସ୍ୟ ରହିଛନ୍ତି । ଏମାନଙ୍କ ମଧ୍ୟରେ କଂଗ୍ରେସର ୧୧୪ ବିଧାୟକ ଥିବା ବେଳେ ବିଜେପିର ୧୦୭ ବିଧାୟକ ଅଛନ୍ତି । ସେହିପରି ଅନ୍ୟ ୯ ବିଧାୟକଙ୍କ ମଧ୍ୟରେ ବିଏସପିର ୨ ଏବଂ ଏସପିର ଜଣେ ବିଧାୟକ ରହିଛନ୍ତି । ସରକାର ପାଇଁ ମ୍ୟାଜିକ ନମ୍ବର ୧୧୬ । ହେଲେ କଂଗ୍ରେସର ୪ ବିଧାୟର ଯଦି ଇସ୍ପଫା ଦିଅନ୍ତି, ତେବେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୧୧୦ ହୋଇଯିବ । ତେଣୁ ଯଦି ଏପରି ହୁଏ, କମଲନାଥ ସରକାର ଭାଙ୍ଗିବା ଥୟ । କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କୁ ଦିନେ ଯେଉଁ ଦଶା ଭୋଗିବାକୁ ପଡ଼ିଥିଲା, ସମାନ ଦଶା ଯେ ଏବେ କମଲନାଥ ଭୋଗିବାକୁ ଯାଉଛନ୍ତି, ସେମିତି କିଛି  ଆଭାସ  ଆସିଲାଣି । 

ଆହୁରି ପଢ଼ନ୍ତୁ; କୋରୋନା ପ୍ରଭାବ: ଜାରି ହେଲା ଆଡଭାଇଜାରି, ଜାଣନ୍ତୁ କଣ ରହିଛି ନିର୍ଦ୍ଦେଶ