ନାଗରିକତା ଆଇନ ବିରୋଧରେ ଆଇନ ପାରିତ କରିବା ଅସାମ୍ବିଧାନିକ: କେରଳ ରାଜ୍ୟପାଳ
Advertisement
Article Detail0/zeeodisha/odisha618608

ନାଗରିକତା ଆଇନ ବିରୋଧରେ ଆଇନ ପାରିତ କରିବା ଅସାମ୍ବିଧାନିକ: କେରଳ ରାଜ୍ୟପାଳ

ନାଗରିକତା ସଂଶୋଧନ ଆଇନରୁ ବିରୋଧ କରି ବିଧାନସଭାରେ ପାରିତ କରିଥିବା ବିଲକୁ ଅସାମ୍ବିଧାନିକ ବୋଲି କହିଛନ୍ତି କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାନ।

ନାଗରିକତା ଆଇନ ବିରୋଧରେ ଆଇନ ପାରିତ କରିବା ଅସାମ୍ବିଧାନିକ: କେରଳ ରାଜ୍ୟପାଳ
କୋଚି: ନାଗରିକତା ସଂଶୋଧନ ଆଇନରୁ ବିରୋଧ କରି ବିଧାନସଭାରେ ପାରିତ କରିଥିବା ବିଲକୁ ଅସାମ୍ବିଧାନିକ ବୋଲି କହିଛନ୍ତି କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାନ। ସେ କହିଛନ୍ତି ଏହି ବିଲର କୌଣସି ଆଇନଗତ ତଥା ସାମ୍ବିଧାନିକ ବୈଧତା ନାହିଁ। କାରଣ ଏହି ନାଗରିକତା ଆଇନ ସମ୍ପୂର୍ଣ୍ଣ ଭାବେ କେନ୍ଦ୍ରୀୟ ମାମଲା।ରାଜ୍ୟ ବିଧାନଭାରେ ଏହାକୁ ପାରିତ କରିଦେଲେ ଏହାର କୌଣସି ବାସ୍ତବ ସ୍ଥିତି ନାହିଁ 
 
କେରଳ ରାଜ୍ୟପାଳ ଆରିଫ ମହମ୍ମଦ କିଛି ଦିନ ପୂର୍ବରୁ ଏକ କାର୍ଯ୍ୟକ୍ରମରେ ସିଏଏ ସମ୍ପର୍କରେ ନିଜର ମତାମତ ରଖିଥିଲେ । ମାତ୍ର ଏହି ସମୟରେ ଐତିହାସକାର ଇରଫାନ ହବିବ ମଞ୍ଚ ଉପରକୁ ଉଠି ଆସି ତାଙ୍କୁ ବିରୋଧ କରିଥିଲେ । ତେବେ ମଞ୍ଚ ଉପରେ ଥିବା ଅତିଥିମାନେ ରାଜ୍ୟପାଳଙ୍କୁ ବଞ୍ଚାଇଥିଲେ । ଏହା ପୂର୍ବରୁ ରାଜ୍ୟ ବିଧାନସଭାରେ ସିଏଏକୁ ରଦ୍ଦ କରିବା ପାଇଁ ଏକ ବିଲ ପାରିତ କରାଇଥିଲେ ରାଜ୍ୟ ସରକାର 
 
ତେବେ ବିଧାନସଭାରେ ଏହି ବିଲକୁ କଂଗ୍ରେସ, ଏଲଡିଏଫ ଏବଂ ସିପିଏମ ସମର୍ଥନ ଜଣାଇଥିବା ବେଳେ କେବଳ ବିଜେପି ହିଁ ଏହି ବିଲକୁ ବିରୋଧ କରିଥିଲା ।କେରଳର ମୁଖ୍ୟମନ୍ତ୍ରୀ ପି।ବିଜୟନ ଘୋଷଣା କରିଥିଲେ କି  ତାଙ୍କ ନେତୃତ୍ୱାଧିନ ସରକାର ନାଗରିକତା ସଂଶୋଧନ ଆଇନ(ସିଏଏ) ଏବଂ ଏନପିଆରକୁ ରାଜ୍ୟରେ ଲଗାଇବାକୁ ଦେବେ ନାହିଁ ବୋଲି କହିଥିଲେ । ଫଳରେ ଗତ ଡିସେମ୍ବର ମାସ ୩୧ ତାରିଖରେ ଏହି ଦୁଇଟି ବିଲ ବିରୋଧରେ ବିଧାନସଭାରେ ବିଲ ଆଣି କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇଥିଲେ 
 
କେରଳର ମୁଖ୍ୟମନ୍ତ୍ରୀ ପି ବିଜୟନ କହିଛନ୍ତି କି, କେନ୍ଦ୍ର ନିଜର ସଂକୀର୍ଣ୍ଣ ଏବଂ ଭେଦଭାବ ମନୋଭାବକୁ ଦୁର କରନ୍ତୁ । ଏହା ସହିତ ସମସ୍ତଙ୍କ ସହିତ ସମାନ ବ୍ୟବହାର କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ତେବେ ସିଏଏ ବିରୋଧରେ ବିଲ ପାସ କରିବାରେ କେରଳ ଦେଶରେ ପ୍ରଥମ ଏବଂ ଏକମାତ୍ର ରାଜ୍ୟ ରହିଛି