ଡେଥ ଓ୍ୱାରେଣ୍ଟ କଣ, ପଢନ୍ତୁ ଏହି ରିପୋର୍ଟରେ...
Advertisement
Article Detail0/zeeodisha/odisha621219

ଡେଥ ଓ୍ୱାରେଣ୍ଟ କଣ, ପଢନ୍ତୁ ଏହି ରିପୋର୍ଟରେ...

ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣାର ଇତିହାସ ପଢନ୍ତୁ ଏହି ରିପୋର୍ଟରେ...

ଡେଥ ଓ୍ୱାରେଣ୍ଟ କଣ, ପଢନ୍ତୁ ଏହି ରିପୋର୍ଟରେ...

ନୂଆଦିଲ୍ଲୀ: ଦେଶର ସବୁଠାରୁ ଲଜ୍ଜାକର ତଥା ବହୁ ଚର୍ଚ୍ଚିତ ଘଟଣା ନିର୍ଭୟା ଗଣଦୁଷ୍କର୍ମ ଘଟଣାର ଦଣ୍ଡାଦେଶ ଶୁଣାଇଛନ୍ତି ପଟିଆଲା ହାଉସ କୋର୍ଟ।  କୋର୍ଟ ଡେଥ ଓ୍ୱାରେଣ୍ଟ ମଧ୍ୟ ଜାରି କରିସାରିଛନ୍ତି। ଏହି ସୂଚନା ପାଇବା ମାତ୍ରେ ହିଁ ନିର୍ଭୟାଙ୍କ ବାପା ମା ବେଶ ଖୁସି ହୋଇଯାଇଥିଲେ। କୋର୍ଟ ପରିସରରେ କୋହଭରା କଣ୍ଠରେ ନିଜର ଖୁସି ବ୍ୟକ୍ତ କରିଥିଲେ। ସେମାନେ କହିଥିଲେ କି ବିଚାରପତି ଓ ଭାରତୀୟ ନ୍ୟାୟିକ ବ୍ୟବସ୍ଥା ଉପରେ ଭରସା ରହିଥିଲା। ଝିଅକୁ ନିଶ୍ଚିତ ନ୍ୟାୟ ମିଳିବ ବୋଲି ସେମାନେ କହିଛନ୍ତି। 

ତେବେ କୋର୍ଟ ଏହି ଦଣ୍ଡବିଧାନ କରିବା ପରେ କଣ ରହିଥିଲା ଏହି ଘଟଣାର ଇତିହାସ ତାହା ଉପରେ ନଜର ପକାଇବା। ଘଟଣା ଘଟିଥିଲା ୨୦୧୨ ମସିହା ଡିସେମ୍ବର ମାସ ୧୬ ତାରିଖରେ। ଏକ ଚଳନ୍ତା ବସରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ ନିର୍ଭୟା। ଚଳନ୍ତା ବସରୁ ନିର୍ଭୟାଙ୍କୁ ତଳକୁ ଫିଙ୍ଗିଦେଇଥିଲେ। ଘଟଣାସ୍ଥଳରେ ଗୁରୁତର ହୋଇ ପଡିଥିଲେ ସେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ ସିଙ୍ଗାପୁରକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ତାଙ୍କର ସେହି ମାସ ୨୯ ତାରିଖରେ ମୃତ୍ୟୁ ହୋଇଥିଲା।

ଅଧିକ ପଢନ୍ତୁ: କ୍ୟୁରେଟିଭ ପିଟିସନ ଦାଖଲ କରାଯିବ: ଏପି ସିଂ

ସେହିଠାରୁ ହିଁ ଆରମ୍ଭ ହୋଇଥିଲା ତନାଘନା। ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲା। ତେବେ ଜେଲରେ ୨୦୧୩ ମସିହାର ମାର୍ଚ୍ଚ ମାସ ୧୧ ତାରିଖରେ ମୁଖ୍ୟ ଅଭିଯୁକ୍ତ ରାମ ସିଂହ ଆତ୍ମହତ୍ୟା କରିଥିଲା। ପରେ ସେହିବର୍ଷ ଅଗଷ୍ଟ ୩୧ ତାରିଖରେ ଜଣେ ନାବାଳକ ଅଭିଯୁକ୍ତକୁ ଜୁଭେନାଇଲ କୋର୍ଟକୁ ତିନି ବର୍ଷ ପାଇଁ ବାଳ ସୁଧାର ଗୃହକୁ ପଠାଇ ଦେଇଥିଲେ। ପରେ ସେପ୍ଟେମ୍ବର ମାସ ୧୩ ତାରିଖରେ ନିମ୍ନ ଅଦାଲତ ୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଥିଲେ। ୨୦୧୪ ମସିହା ମାର୍ଚ୍ଚ ୧୩ ତାରିଖରେ ଦିଲ୍ଲୀ ହାଇକୋର୍ଟରେ ଫାଶୀ ଦଣ୍ଡର ଶୁଣାଣି ହୋଇଥିବା ବେଳେ ୨୦୧୭, ୫ ମଇରେ ସୁପ୍ରିମକୋର୍ଟ ଉକ୍ତ ଫାଶୀଦଣ୍ଡକୁ କାଏମ ରଖିଥିଲେ ସୁପ୍ରିମକୋର୍ଟ। 

୨୦୧୮ ମସିହା ଜୁଲାଇ ୯ ତାରିଖରେ ବିନୟ, ପବନ ଓ ମୁକେଶ ଆବେଦନ କରିଥିବା ପୁନଃବିଚାର କରିଥିବା ଯାଚିକା ଖାରଜ ହୋଇ ଯାଇଥିଲା। ସେହିପରି ୨୦୧୯, ଫେବୃଆରୀ ୧୪ ତାରିଖରେ ନିର୍ଭୟାଙ୍କ ମାତାପିତା ପଟିଆଲା ହାଉସ କୋର୍ଟରେ ସମସ୍ତ ଦୋଷୀଙ୍କୁ ଫାଶୀ ଦେବା ପାଇଁ ଅପିଲ କରିଥିଲେ। ସେହିବର୍ଷ ନଭେମ୍ବର ମାସ ୬ ତାରିଖରେ ୪ ଜଣଙ୍କ ମଧ୍ୟରୁ ବିନୟ ରାଷ୍ଟ୍ରପତିଙ୍କ ନିକଟରୁ ଦୟା ଯାଚିକା ଆବେଦନ କରିଥିଲେ। ସେହିପରି ଡିସେମ୍ବର ୧ ତାରିଖରେ ଦିଲ୍ଲୀ ସରକାର ଗୃହମନ୍ତ୍ରଣାଳୟ ଦୟା ଯାଚିକାକୁ ଖାରଜ କରିବା ପାଇଁ ଅନୁରୋଧ କରିଥିଲେ। ସେହି ମାସ ୬ ତାରିଖରେ ଗୃହ ମନ୍ତ୍ରଣାଳୟ ଦୟା ଯାଚିକାକୁ ଖାରଜ କରିବା ପାଇଁ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଥିଲେ। ୧୦ତାରିଖରେ ଅକ୍ଷୟ କୁମାର ସୁପ୍ରିମକୋର୍ଟରେ ପୁନଃବିଚାର ଯାଚିକା ଦାଖଲ କରିଥିବା ବେଳେ ୧୮ ତାରିଖରେ ଅକ୍ଷୟଙ୍କ ପୁନଃ ବିଚାର ସୁପ୍ରିମକୋର୍ଟରେ ଖାରଜ କରିଦିଆଯାଇଥିଲା। ଶେଷରେ ୨୦୨୦ ଜାନୁଆରୀ ୭ ତାରିଖରେ ଫାଶିର ତାରିଖ ଶୁଣାଇଥିଲେ କୋର୍ଟ। 

ଡେଥ ଓ୍ୱାରେଣ୍ଟ କଣ

ଡେଥ ଓ୍ୱାରେଣ୍ଟ। ନ୍ୟାୟିକ ଭାଷାରେ ଏହାକୁ ବ୍ଲାକ ଓ୍ୱାରେଣ୍ଟ ମଧ୍ୟ କୁହାଯାଇଥାଏ। ଦଣ୍ଡ ପ୍ରକ୍ରିୟା ସଂହିତା-୧୯୭୩(crpc) ଅନୁଯାୟୀ ଫର୍ମ ନମ୍ବର-୪୨କୁ ହିଁ କୁହାଯାଇଥାଏ ଡେଥ ଓ୍ୱାରେଣ୍ଟ। ଏହି ଫର୍ମର ଉପର ଭାଗରେ warrant of execution of a sentence of death ଲେଖାଯାଇଥାଏ। ଅଭିଯୁକ୍ତଙ୍କ ବିରୋଧରେ ଏହି ଓ୍ୱାରେଣ୍ଟ ଜାରି ହେବା ପରେ ହିଁ ଦୋଷୀକୁ ଫାଶି ଦିଆଯାଇଥାଏ। 

fallback

ଏହା ସହିତ ଫର୍ମରେ ଜେଲ ନମ୍ବର, ଦୋଷୀର ନାମ, କେସ ନମ୍ବର, ଓ୍ୱାରେଣ୍ଟ ଜାରି କରିବାର ତିଥି ଏବଂ ଫାଶୀ ଦିଆଯିବାର ତାରିଖ, ସମୟ ଏବଂ ସ୍ଥାନର ନାମ ଲେଖିବା ପାଇଁ ଖାଲିସ୍ଥାନ ରହିଥାଏ। ଏହା ସହିତ ଉକ୍ତ ଓ୍ୱାରେଣ୍ଟ ଉପରେ ଲେଖା ଯାଇଥାଏ କି, ଦୋଷୀଙ୍କୁ ସେତିକି ସମୟ ପର୍ଯ୍ୟନ୍ତ ଓହଳାଇ ରଖାଯାଉ, ଯେତିକି ସମୟ ପର୍ଯ୍ୟନ୍ତ ତାହାର ମୃତ୍ୟୁ ହୋଇନାହିଁ। କୋର୍ଟ ଦ୍ୱାରା ଜାରି କରାଯାଇଥିବା ଡେଥ ଓ୍ୱାରେଣ୍ଟ ସର୍ବପ୍ରଥମେ  ଜେଲ ପ୍ରଶାସନ ନିକଟରେ ପହଞ୍ଚିଥାଏ। ଏହି ରିପୋର୍ଟ ପହଞ୍ଚିବା ପରେ ଜେଲ ପ୍ରଶାସନ ଫାଶିର ପ୍ରକ୍ରିୟା ଆରମ୍ଭ କରିଥାନ୍ତି। ପ୍ରକ୍ରିୟା ପୁରା ହେବା ପରେ ଦୋଷୀର ମୃତ୍ୟୁ ସହିତ ସମ୍ପୃକ୍ତ ଥିବା ସମସ୍ତ ଦସ୍ତାବିଜ କୋର୍ଟରେ ଜମା କରିଥାନ୍ତି।