ବିଶ୍ୱର ଧନୀ ବ୍ୟକ୍ତି ଥିଲେ ହାଇଦ୍ରାବାଦ ନିଜାମ, କିନ୍ତୁ ଥିଲେ କଞ୍ଜୁସ୍
Advertisement

ବିଶ୍ୱର ଧନୀ ବ୍ୟକ୍ତି ଥିଲେ ହାଇଦ୍ରାବାଦ ନିଜାମ, କିନ୍ତୁ ଥିଲେ କଞ୍ଜୁସ୍

ଟାଇମ୍ ପତ୍ରିକା, ନିଜର ଫେବୃଆରୀ ୨୨, ୧୯୩୭ ମସିହାର ଲେଖାରେ, ତାଙ୍କୁ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଭାବେ ଦର୍ଶାଇଥିଲା। 

ବିଶ୍ୱର ଧନୀ ବ୍ୟକ୍ତି ଥିଲେ ହାଇଦ୍ରାବାଦ ନିଜାମ, କିନ୍ତୁ ଥିଲେ କଞ୍ଜୁସ୍

ନୂଆଦିଲ୍ଲୀ: ଯୁଗ ଥିଲା, ଯେବେ ବ୍ରିଟିଶ ସରକାରଙ୍କ ବେଶ ବିଶ୍ୱାସଯୋଗୀ ହୋଇପାରିଥିବା ଆସଫ୍ ଜାହ ମୁଜଫରୁଲ୍ ସର୍ ମୀର୍ ଉସମାନ ଅଲ୍ଲୀ ଖାଁ ୧୯୧୧ ମସିହାରେ ତତ୍କାଳୀନ ହାଇଦ୍ରାବାଦ ଗଡ଼ଜାତ ସତ୍ତା ସମ୍ଭାଳିଥିଲେ। ସେ ଯୁଗରେ ତାଙ୍କର ଗଣତି ବିଶ୍ୱର ସବୁଠାରୁ ଧନୀ ଲୋକଙ୍କ ମଧ୍ୟରେ ହେଉଥିଲା। ଟାଇମ୍ ପତ୍ରିକା, ନିଜର ଫେବୃଆରୀ ୨୨, ୧୯୩୭ ମସିହାର ଲେଖାରେ, ତାଙ୍କୁ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଭାବେ ଦର୍ଶାଇଥିଲା। ହାଇଦ୍ରାବାଦର ମୋଟ୍ ଅଞ୍ଚଳ ୮୦ ହଜାର ବର୍ଗ କିଲୋମିଟରରୁ ଅଧିକ ଥିଲା। ଇଂଲଣ୍ଡ ଏବଂ ସ୍କଟଲାଣ୍ଡ ଅଞ୍ଚଳରୁ ମଧ୍ୟ ଅଧିକ ଥିଲା। ନିଜାମ ଧନୀ ହେବା ସଙ୍ଗେ ସଙ୍ଗେ ବହୁତ ବଡ଼ କଞ୍ଜୁସ ମଧ୍ୟ ଥିଲେ। ନିଜାମଙ୍କ ଉଚ୍ଚତା କମ ଥିଲା ଏବଂ ନଇଁ ଚାଲୁଥିଲେ। ତାଙ୍କ କାନ୍ଧ ମଧ୍ୟ ଛୋଟ ଥିଲା। ଚାଲିବା ପାଇଁ ଏକ ବାଡ଼ିର ସାହାଯ୍ୟ ନେଉଥିଲେ। ଯାହାକୁ ସେ ଦେଖୁଥିଲେ, ଆକ୍ରାତ୍ମକ ଢଙ୍ଗରେ ଦେଖୁଥିଲେ। ତାଙ୍କ ପିନ୍ଧା ବେଶ ପୁରୁଣା ଥିଲା। ତାଙ୍କ ଶେରୱାନୀ ମଇଳା ରଙ୍ଗର ଥିଲା, ବେକ ତଳର ବଟନ୍ ସବୁବେଳେ ଖୋଲା ରହୁଥିଲା। ଶେରୱାନୀ ତଳେ ସେ ଧଳା ରଙ୍ଗର ପାଇଜାମା ପିନ୍ଧୁଥିଲେ। ଗୋଡରେ ହଳଦିଆ ମୋଜା ପିନ୍ଧୁଥିଲେ। ତାଙ୍କ ବ୍ୟକ୍ତିତ୍ୱ ଭଲ ନଥିବା ସତ୍ତ୍ୱ, ଲୋକଙ୍କ ଉପରେ ଶାସନ କରିପାରୁଥିଲେ। ବେଳେ ବେଳେ ସେ ଏମିତି ଚିତ୍କାର କରୁଥିଲେ କି, ଅନେକ ଦୂର ଯାଏ ଶବ୍ଦ ଶୁଭୁଥିଲା।

ପିଉଥିଲେ ଶସ୍ତା ସିଗାରେଟ୍ 
ହାଇଦ୍ରାବଦ ନିଜାମଙ୍କ ଅନେକ ଏମିତି କାରନାମା ଆପଣଙ୍କୁ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟଚକିତ କରିବ। ଯେବେ ସେ କାହାକୁ ଘରକୁ ନିମନ୍ତ୍ରଣ କରୁଥିଲେ, ତେବେ ଅତିଥିଙ୍କୁ ଅତ୍ୟନ୍ତ କମ୍ ଖାଦ୍ୟ ପରସା ଯାଉଥିଲା। ଚା' ପିଇବାକୁ ମଧ୍ୟ ଦୁଇଟି ବିସ୍କୁଟ୍ ଖାଇବାକୁ ଦିଆଯାଉଥିଲା। ଗୋଟିଏ ବିସ୍କୁଟ୍ ନିଜାମ ଏବଂ ଅନ୍ୟଟି ଅତିଥି ଖାଉଥିଲେ। ଅତିଥିଙ୍କ ସଂଖ୍ୟା ବଢିବା ସଙ୍ଗେ ସଙ୍ଗେ ବିସ୍କୁଟ ସଂଖ୍ୟା ମଧ୍ୟ ବଢ଼ିଯାଉଥିଲା। ଯେବେ ମଧ୍ୟ ନିଜାମଙ୍କୁ ତାଙ୍କ ଚିହ୍ନା ଆମେରିକୀୟ ଏବଂ ବ୍ରିଟିଶ ସାଙ୍ଗମାନେ ସିଗାରେଟ୍ ପିଇବା ପାଇଁ ଦେଉଥିଲେ, ସେ ପ୍ୟାକେଟ ଭିତରୁ ଆଗୁଆ ୫ଟା ଖଣ୍ଡେ ସିଗାରେଟ୍ ନିଜ ଡବାରେ ରଖି ନେଉଥିଲେ। ସେହି ସମୟରେ ସେ ଶସ୍ତା ଚାରମିନାର ସିଗାରେଟ୍ ପିଉଥିଲେ, ଯାହାର ମୂଲ୍ୟ ୧୦ଟାକୁ ୧୨ ପଇସା ଥିଲା।

fallback

ହୀରାକୁ ପେପରୱେଟ୍ ଭଳି କରୁଥିଲେ ବ୍ୟବହାର 
ହାଇଦ୍ରାବାଦ ନିଜାମଙ୍କ ପାଖରେ ବିଶ୍ୱର ସବୁଠାରୁ ବଡ଼ ୨୮୨ କ୍ୟାରେଟ୍ ର ଛୋଟ ହୀରା ରହିଥିଲା । ଲୋକଙ୍କ ନଜରରୁ ଦୂରରେ ରଖିବା ପାଇଁ ସେ ଏହାକୁ ଏକ ସାବୁନ ଖୋଳ ଭିତରେ ରଖୁଥିଲେ। ଏହାକୁ ବେଳେ ବେଳେ ପେପରୱେଟ୍ ଭଳି ବ୍ୟବହାର ମଧ୍ୟ କରୁଥିଲେ।

ନିଜାମଙ୍କ ଶୟନକକ୍ଷରେ ଆବର୍ଜନା
ନିଜାମ ୧୯୪୬ରେ ସର୍ ୱାଲ୍ଟର ମଙ୍କଟନଙ୍କୁ ନିଜ ପାଖରେ ଚାକିରି କରିବାକୁ ରଖିଥିଲେ। ମଙ୍କଟନଙ୍କ କହିବା ଅନୁସାରେ ନିଜାମଙ୍କ ସ୍ୱାଧୀନ ହେବାର ସ୍ୱପ୍ନ କେବେ ପୂରଣ ହୋଇପାରିନଥିଲା। ନିଜାମଙ୍କ ସାମ୍ରାଜ୍ୟରେ କେବଳ ଜମି ଓ ଜମି ରହିଥିଲା, ସମୁଦ୍ର ଯାଏ ଯିବାକୁ କୌଣସି ରାସ୍ତା ନଥିଲା। ସେ ନା ତ କେବେ ହାଇଦ୍ରାବାଦରୁ ବାହାରିଥିଲେ, ଆଉ ନା ତ ନିଜ ମନ୍ତ୍ରୀଙ୍କ ସହ ସାକ୍ଷାତ କରୁଥିଲେ। ମଙ୍କଟନଙ୍କୁ କାମରେ ରଖିବା ପରେ ମଧ୍ୟ ନିଜାମ ତାଙ୍କ ଏକ ମଇଳା ଏବଂ ଛୋଟିଆ ଘର ରହିବାକୁ ଦେଇଥିଲେ। ତାଙ୍କୁ ଏକ ଛୋଟ ଆଲମାରୀ ମଧ୍ୟ ଦେଇଥିଲେ । ନିଜାମଙ୍କ ଶୟନକକ୍ଷ ମଧ୍ୟ ସେଭଳି ଆବର୍ଜନାରେ ଭର୍ତ୍ତି ହେଉଥିଲା । ବୋତଲ, ସିଗାରେଟ୍ ଏବଂ ଧୁଳି ଭର୍ତ୍ତି ଦସ୍ତାବିଜ ଏବଂ ବହି ରହୁଥିଲା। ତାଙ୍କ ଶୟନକକ୍ଷକୁ କେବଳ ବର୍ଷକରେ ଥରେ ତାଙ୍କ ଜନ୍ମଦିନରେ ସଫା କରାଯାଉଥିଲା।

fallback

ଭାରତର ଅଂଶ ନ ହେବାକୁ ଘୋଷଣା
ଆରମ୍ଭରେ ଇଂରେଜ ଶାସନ, ନିଜାମଙ୍କ ମନରେ ଗୁଜବ ସୃଷ୍ଟି କରିଥିଲେ କି ସେମାନେ ଯିବା ପରେ ନିଜ ସ୍ୱାଧୀନତା ଘୋଷଣା କରିପାରିବେ । ହେଲେ ଯେବେ ବ୍ରିଟିଶ ସାଂସଦ ଷ୍ଟେଫର୍ଡ କ୍ରିପ୍ସଙ୍କୁ ୧୯୪୨ରେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ କଂଗ୍ରେସ ଏବଂ ମୁସଲିମ ଲିଗ୍ ର ସମର୍ଥନ ନେବା ପାଇଁ ଭାରତ ପଠାଗଲା, ତେବେ ଭାଇସରୟଙ୍କ ଚାପରେ ପଡ଼ି, ନିଜ ଚିନ୍ତାଧାରା ବଦଳାଇବା ପାଇଁ ପଡ଼ିଥିଲା । କ୍ରିପ୍ସ ସ୍ପଷ୍ଟ କରିଦେଇଥିଲେ କି ନିଜାମଙ୍କ ସ୍ୱାଧୀନତା ପ୍ରସଙ୍ଗ, କେବଳ ରାଜା ଏବଂ ରାଜନୈତିକ ନେତାଙ୍କ ସହ ଆଲୋଚନା ପରେ ହିଁ ସମାଧାନ କରିହେବ। ଏହା ନେଇ ନିଜାମଙ୍କ ଅସୁବିଧା ବଢ଼ିଗଲା, କାରଣ ସେ ୧୯୧୪ରୁ ମଧ୍ୟପୂର୍ବରେ ମୁସଲମାନଙ୍କ ସହ ବ୍ରିଟେନର ଯୁଦ୍ଧରେ ତାଙ୍କ ସମର୍ଥନ କରିଆସୁଥିଲେ। ହେଲେ ପରେ ସେ ୧୯୪୭କୁ ନିଜାମ ଏକ ଘୋଷଣା ଜାରି ଭାରତର ସ୍ୱାଧୀନତା ପରେ ନିଜ ସ୍ୱାଧୀନତା ନେଇ ସ୍ପଷ୍ଟ କରିଥିଲେ। ଏଥିସହ ଜୁନ ୧୨ରେ ସେ ଭାଇସରୟଙ୍କୁ ଚିଠି ଲେଖି ସ୍ପଷ୍ଟ ଘୋଷଣା କରିଥିଲେ କି ହାଇଦ୍ରାବାଦ ସ୍ୱାଧୀନ ଭାରତର ଅଂଶ ହେବ ନାହିଁ। ତେବେ ତାଙ୍କ ଆଶା କେବଳ ଆଶାରେ ରହିଯାଇଥିଲା। ପ୍ରାୟ ଦେଢ ମାସ ପରେ ନିଜାମ ଭାରତ ସହ ବୁଝାମଣାକୁ ସ୍ୱୀକୃତି ପ୍ରଦାନ କରିଥିଲେ। ଆଉ ଏହା ମଧ୍ୟ ସଙ୍କେତ ଦେଇଥିଲେ କି ସେ ପରବର୍ତ୍ତୀ ଦିନ ଏହା ଉପରେ ଦସ୍ତଖତ କରିନେବେ। ହେଲେ ଅକ୍ଟୋବର ୨୮ ତାରିଖ ଭୋର ସକାଳୁ ନିଜାମଙ୍କ ନିକଟ ସହଯୋଗ କାସିମ ରିଜବୀଙ୍କ ସମର୍ଥକ ମଙ୍କଟନ, ନବାବ ଛତାରୀ, ଏବଂ ସର ସୁଲତାନ ଅହମ୍ମଦଙ୍କ ଘର ଘେରିଯାଇ ଧମକ ଦେଲେ କି ଯଦି ନିଜାମ ସେହି ବୁଝାମଣାକୁ ରଦ୍ଦ କରି ନଦିଅନ୍ତି, ତେବେ ସେ ସେମାନଙ୍କ ଘର ଜଳାଇଦେବେ। ନିଜାମଙ୍କୁ ଜଣାପଡିଯାଇଥିଲା କି ଏବେ ତାଙ୍କର ଆଉ ଶାସନ ଚାଲିପାରିବ ନାହିଁ।

fallback

ଗୋଆ ଜରିଆରେ ପାକିସ୍ତାନରୁ ଆସିଥିଲା ଅସ୍ତ୍ର

୧୯୪୮ରେ ନିଜାମ ଏକ ଅଷ୍ଟ୍ରେଲିଆ ପାଇଲଟ ସିଡନୀ କଟନଙ୍କୁ ନିଯୁକ୍ତି ଦେଇଥିଲେ। କଟନ ତାଙ୍କୁ ଭରସା ଦେଇଥିଲେ କି ସେ ହାଇଦ୍ରାବାଦକୁ ମେସିନ ଗନ୍, ଗ୍ରେନେଡ, ମୋର୍ଟାର ଏବଂ ବିମାନଭେଦୀ ତୋପ ସପ୍ଲାଇ କରିପାରିବ । କଟନ୍ ୫ ପୁରୁଣା ଲେଙ୍କାଷ୍ଟର ବୋମାବର୍ଷକ କିଣିଲେ ଏବଂ ପ୍ରତିଟି ବିମାନରେ ୫ ହଜାର ପାଉଣ୍ଡ ଖର୍ଚ୍ଚ କରି ସେଗୁଡିକୁ ସୈନିକ ବିମାନ କରିଦେଲେ। ୧୯୪୭ରେ ନିଜାମ ପର୍ତ୍ତୁଗାଲରୁ ଗୋଆ କିଣିବାକୁ ଚିନ୍ତା କରୁଥିଲେ, ଯେମିତି କି ତାଙ୍କୁ ହାଇଦ୍ରାବାଦ ପାଇଁ ଏକ ସମୁଦ୍ର ବନ୍ଦର ମିଳିଯାଉ। କଟନ୍ ଏହି ବିମାନରୁ କରାଚୀରୁ ଉଡ଼ି ଗୋଆ ବାୟୁସୀମାରେ ପ୍ରବେଶ କରିବା ପରେ ପୁଣି ଭାରତୀୟ କ୍ଷେତ୍ର ପାର କରି ବୀଦର, ୱାରଙ୍ଗଲ୍ କିମ୍ବା ଆଦିଲାବାଦରେ ଜାହାଜ ଲ୍ୟାଣ୍ଡ୍ କରାଉଥିଲେ। ଭାରତକୁ ଏହି ସମ୍ପର୍କରେ ଜଣାଥିଲା, ହେଲେ ସେ ସମୟରେ ଏମିତି ବିମାନ ନଥିଲା, ଯାହା ସେହି ବିମାନ ଗୁଡିକର ସାମ୍ନା କରିପାରିବ।

fallback

ମାଉଣ୍ଟବ୍ୟାଟନ୍ ନିଜାମଙ୍କୁ ଭେଟିବା ପାଇଁ ପଠାଇଲେ ପ୍ରତିନିଧି ଦଳ

ମାର୍ଚ୍ଚ ୧୯୪୮ରେ ଯେବେ ମାଉଣ୍ଟବ୍ୟାଟନଙ୍କୁ ଜଣାପଡ଼ିଲା କି ଭାରତ ହାଇଦ୍ରାବାଦ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛି। ସେହି ସମୟରେ ଏହାର ନାମ ଅପରେସନ୍ ପୋଲୋ ଦେଇଥିଲେ । ଭାରତ ଓ ହାଇଦ୍ରାବାଦ ମଧ୍ୟରେ ବୁଝାମଣା କରାଇବାକୁ ଉଦ୍ୟମ ଜୋରଦାର କରିଥିଲେ ମାଉଣ୍ଟବ୍ୟାଟନ୍। ଏଥିରେ କୌଣସି ସୁଫଳ ନମିଳିବାରୁ ମାଉଣ୍ଟବ୍ୟାଟନ୍ ନିଜାମଙ୍କୁ ଦିଲ୍ଲୀ ନିମନ୍ତ୍ରଣ କରିଥିଲେ । ଅନ୍ୟପଟେ ନିଜାମ, ମାଉଣ୍ଟବ୍ୟାଟନଙ୍କୁ ହାଇଦ୍ରାବାଦ ଆସିବାକୁ କହିଦେଇଥିଲେ। ମାଉଣ୍ଟବ୍ୟାଟନ ନିଜ ସ୍ଥାନରେ ଏଲନ୍ କ୍ୟାମ୍ପବେଲକୁ ପଠାଇଥିଲେ। ହେଲେ ନିଜାମଙ୍କ କଥାବାର୍ତ୍ତା ଶୈଳୀ, କାହାକୁ ପସନ୍ଦ ଆସନଥିଲା।

fallback

ହାଇଦ୍ରାବାଦ ଘେରିନେଇଥିଲେ ଭାରତୀୟ ସେନା
କିଛି ମାସ ପରେ ନିଜାମଙ୍କ ହାଇଦ୍ରାବାଦ ଭାରତୀୟ ସେନା ଘେରିନେଇଥିଲା ଏବଂ ହାଇଦ୍ରାବାଦ ସେନା ଆତ୍ମସମର୍ପଣ ସ୍ଥିତିରେ ରହିଥିଲେ। ସୈନିକଙ୍କ ଆତ୍ମସମର୍ପଣ ପରେ ନିଜାମଙ୍କ ସବୁଠାରୁ ବଡ଼ ସହଯୋଗୀ ରଜବୀ ଏବଂ ଲଇକ୍ ଅହମ୍ମଦଙ୍କୁ ଗିରଫ କରିନିଆଯାଇଥିଲା । ପରେ ଲଇକ୍ ଅହମ୍ମଦ ଗୃହବନ୍ଦୀରୁ ଫେରାର ହେବାରେ ସକ୍ଷମ ହୋଇଯାଇଥିଲେ। ହେଲେ ନିଜାମ ଏବଂ ତାଙ୍କ ପରିବାର ଲୋକଙ୍କୁ ଟିକିଏ ହେଲେ କ୍ଷତି କଲେ ନାହିଁ ଭାରତୀୟ ସେନା । ତାଙ୍କୁ ଓ ପରିବାର ଲୋକଙ୍କୁ ତାଙ୍କ ଘରେ ରହିବାକୁ ଦିଆଗଲା। ନିଜାମ ଉସମାନ୍ ଅଲ୍ଲୀ ଖାଁଙ୍କୁ ନିର୍ଦ୍ଦେଶ ଦିଆଗଲା କି, ଭାରତରେ ଯେଉଁ ସମ୍ବିଧାନ ଚାଲିବ, ସେହି ସମ୍ବିଧାନ ହାଇଦ୍ରାବାଦରେ ମଧ୍ୟ ଲାଗୁ ହେବ । ଆଉ ଏହିଭଲି ୫୬୨ତମ ରାଜ୍ୟ ଭାବେ ହାଇଦ୍ରାବାଦ ଭାରତରେ ବିଳୟ ହୋଇଥିଲା। ଫେବୃଆରୀ ୨୫, ୧୯୫୦ରେ ନିଜାମ, ଭାରତ ସରକାରଙ୍କ ସହ ଏକ ବୁଝାମଣାରେ ଦସ୍ତଖତ କରିଥିଲେ, ଯେଉଁଥିରେ ଭାରତ ସରକାରଙ୍କ ତାଙ୍କୁ ପ୍ରତି ବର୍ଷ ୪୨ ଲକ୍ଷ ୮୫ ହଜାର ୭୧୪ ଟଙ୍କା ପ୍ରିଭି ପର୍ସ ଦେବାକୁ ଘୋଷଣା କରିଥିଲା। ନିଜାମ, ନଭେମ୍ବର ୧, ୧୯୫୬ ଯାଏ ହାଇଦ୍ରାବାଦର ରାଜପ୍ରମୁଖ ଭାବେ କାମ କଲେ। ଏହା ପରେ ରାଜ୍ୟ ପୁନର୍ଗଠନ ବିଧେୟକ ଅନୁଯାୟୀ ତାଙ୍କ ରାଜ୍ୟ ତିନୋଟି ଭାଗ, ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ନବଗଠିତ ରାଜ୍ୟ ଆନ୍ଧ୍ରପ୍ରଦେଶ ମଧ୍ୟରେ ବାଣ୍ଟି ଦିଆଗଲା। ନିଜାମ, ଫେବୃଆରୀ ୨୪, ୧୯୬୭ରେ ନିଜ ଶେଷ ନିଶ୍ୱାସ ତ୍ୟାଗ କଲେ।