ଜାଣନ୍ତୁ ୩୧ଟି ଆଙ୍ଗୁଠି ଥିବା ୬୩ ବର୍ଷିୟା ମହିଳାଙ୍କ ଦୁଃଖ କାହାଣୀ
Advertisement
Article Detail0/zeeodisha/odisha602229

ଜାଣନ୍ତୁ ୩୧ଟି ଆଙ୍ଗୁଠି ଥିବା ୬୩ ବର୍ଷିୟା ମହିଳାଙ୍କ ଦୁଃଖ କାହାଣୀ

ପଲିଡାକଟିଲି ରୋଗ ବିଷୟରେ ଜାଣିଛନ୍ତି କି?

file photo

ସୁଚିତ୍ରା ସେଣ୍ଡ୍, ଭୁବନେଶ୍ୱର: ଫଟୋରେ ଦେଖୁଥିବା କୁମାର ନାୟକ, ଜନ୍ମଜାତ ବେମାରି Polydactyly ପୀଡ଼ିତ  । ଆର୍ଥିକ ସ୍ଥିତି ଖରାପ ଥିବାରୁ ତାଙ୍କର ଚିକିତ୍ସା ହୋଇପାରୁନି । ଦେଶ ଦୁନିଆରେ ୭ ଶହରୁ ୧ ହଜାର ଏପରି ମାମଲା ଆସେ । ଗର୍ଭାବସ୍ଥାରେ ଅଲଟ୍ରାସାଉଣ୍ଡ କଲେ ଏ ସମ୍ପର୍କରେ ଜଣାପଡେ । ଏ କାହାଣୀ ହେଉଛି ପାଦରେ ୧୯ ଓ  ହାତରେ ୧୨ଟି ଆଙ୍ଗୁଠି ଥାଇ ଜନ୍ମ ହୋଇଥିବା ମହିଳା କୁମାର ନାୟକଙ୍କ । ପଡୋଷୀ ତାଙ୍କୁ ସାଧାରଣ ମଣିଷ ନୁହଁ  ବରଂ ଡାହଣୀ ବୋଲି ଭାବୁଛନ୍ତି । କଥାବାର୍ତ୍ତା କରିବା ତ  ଦୂରର କଥା  କେହି ତାଙ୍କ  ପାଖ ମାଡ଼ନ୍ତି ନାହିଁ ।

ବର୍ତ୍ତମାନ କମାର ନାୟକଙ୍କୁ ୬୩ ବର୍ଷ  ।  ତାଙ୍କର ଜନ୍ମ ଗଞ୍ଜାମ ଜିଲ୍ଲାର ବୁଗୁଡ଼ାରେ ହୋଇଛି ।  ସେ ଜନ୍ମରୁ Polydactyly  ରୋଗରେ ଆକ୍ରାନ୍ତ ଅଛନ୍ତି ।  ତାଙ୍କ ହାତ ଓ ପାଦରେ ଆଙ୍ଗୁଠି ଗୁଡ଼ିକର ସଂଖ୍ୟା ସାଧାରଣ ମଣିଷ ଠାରୁ ଅଧିକ । ତାଙ୍କୁ ତାଙ୍କ ଆଖପାଖ ଅଞ୍ଚଳର ଲୋକେ ଅଶୁଭ ବୋଲି ମାନନ୍ତି ।  ଲୋକମାନଙ୍କ ଟାହିଟାପରା କରିବାରୁ ଶେଷରେ ସେ  ଘର ଛାଡି଼ବାକୁ ବାଧ୍ୟ ହୋଇଛନ୍ତି  ।

ଗରିବ ପରିବାରରେ ଜନ୍ମ ନେଇଥିଲେ କୁମାର । ତାଙ୍କର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବାରୁ ତାଙ୍କୁ  ତାଙ୍କର ପରିବାର ଲୋକେ  ଚିକିତ୍ସା କରିପାରିନଥିଲେ  ।  କୁମାର ଜନ୍ମରୁ ଆଜି ପର୍ଯ୍ୟନ୍ତ ଏପରି ଦୟନୀୟ ଅବସ୍ଥାରେ ରହି ଆସୁଛନ୍ତି । ଏହା ଭିତରେ ୬୩ ବର୍ଷ ବିତିଯାଇଥିଲେ ମଧ୍ୟ ଲୋକଙ୍କ ଚିନ୍ତାଧାରା ବଦଳି ନାହିଁ । ଲୋକଙ୍କ ଏପରି ମନୋଭାବ ପାଇଁ ସେ ଘରୁ ନବାରିବାକୁ ସ୍ଥିର କରିଛନ୍ତି । କେତେକ ଲୋକେ ତାଙ୍କ ପାଖକୁ ଆସନ୍ତି କେବେଳ ତାଙ୍କର କେତୋଟି ଆଙ୍ଗୁଠି ଅଛି ତାହା ଦେଖିବାକୁ ।

ପଲିଡାକଟିଲି (Polydactyly) ରୋଗ କଣ  

ହାତ ଓ ଗୋଡ଼ରେ ଅଧିକ ଆଙ୍ଗୁଳି ହେବା କାରଣରୁ  Polydactyly ବେମାର ହୋଇଥାଏ ।   ଗର୍ଭାବସ୍ଥାରେ  ୭ ରୁ ୮ ସପ୍ତାହ ପରେ ଭ୍ରୁଣରେ ଅଧିକ ଆଙ୍ଗୁଠି ବିକଶିତ ହୁଏ ।  ଦୁନିଆରେ ପ୍ରାୟ ୭ ଶହ ରୁ ୧ ହଜାର ଲୋକଙ୍କ ମଧ୍ୟରେ ଏପରି ସମସ୍ୟା ଦେଖାଦେଇଥାଏ  ଗର୍ଭାବସ୍ଥା ସମୟରେ ଅଲଟ୍ରାସାଉଣ୍ଡ କଲେ ରୋଗ ସମ୍ପର୍କରେ ସୂଚନା ମିଳିଥାଏ । Boston ଚିଲଡ୍ରେନ ହସ୍ପିଟାଲର କହିବା ଅନୁସାରେ ବିକଶିତ ଦେଶରେ ଏପରି ମାମଲା ସାମ୍ନାକୁ ଆସିଲେ ଦୁଇ ବର୍ଷ ମଧ୍ୟରେ ଆଙ୍ଗୁଲିକୁ ସର୍ଜରୀ କରି ଦିଆଯାଏ ।

ଭାରତରେ ଏପରି ଅନେକ ଘଟଣା ଅଛି

କେବଳ ଓଡ଼ିଶା ନୁହଁ ଗୁଜରାଟର ଦେବେନ୍ଦ୍ର ସୁଥର ମଧ୍ୟ   Polydactyly ରୋଗରେ ଆକ୍ରାନ୍ତ ।  ତାଙ୍କର ହାତ ଓ ପାଦରେ ୭ଟି ଲେଖାଏଁ ଆଙ୍ଗୁଠି ଅଛି ।  ଏଥିପାଇଁ ତାଙ୍କ ନାଁକୁ ଗିନିଜ ବୁକ ଅଫ ରୋକର୍ଡ ତାଲିକାଭୁକ୍ତ କରାଯାଇଛି । ଦେବେନ୍ଦ୍ର ପେଶାରେ କର୍ପୋରେଟର ।  ତାଙ୍କୁ ଅଧିକ ଆଙ୍ଗୁଠି ଥିବା ବ୍ୟକ୍ତି ବୋଲି ସମ୍ୱୋଧନ କରାଯାଏ । ଦେବେନ୍ଦ୍ରଙ୍କ ପରିବାରରେ ଆଉ କୌଣସି ବ୍ୟକ୍ତି ସହ ଏପରି ହୋଇନାହିଁ ।  ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ପାଇବା ସହ ଦେଶ ଓ ଦେଶ ବାହାରେ ସେ ପ୍ରସିଦ୍ଧି ଲାଭ କରିଛନ୍ତି ।  ହେଲେ ତାଙ୍କୁ ଆର୍ଥିକ ସହାୟତା କେହି ପ୍ରଦାନ କରିନାହାନ୍ତି ।

ଏପରି ଆଉ ଏକ ମାମଲା ଭାରତରେ ଆସିଥିଲା । ଆଉ ଜଣେ ବ୍ୟକ୍ତି ବିଶେଷଙ୍କ ୭-୭ ଆଙ୍ଗୁଠି ଥିବା ୨୦୧୦ରେ ଆସିଥିଲା । ତାଙ୍କ ନାମ ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ପାଇଥିଲା । ହେଲେ ପରେ ସର୍ଜରୀ କରି ଆଙ୍ଗୁଠି ସଂଖ୍ୟା କମ୍ କରାଯାଇଛି ।  ତେଣୁ ଏବେ ଏହି ରେକର୍ଡର ଅଧିକାରୀ କେବଳ ଦେବେନ୍ଦ୍ର ଅଛନ୍ତି । ଗତ ମାସରେ ଚୀନରେ ଜନ୍ମରୁ ଡାହଣ ପାଦରେ ୯ଟି ଆଙ୍ଗୁଠି ଥିବା ଜଣେ ୨୧ ବର୍ଷର ଯୁବକଙ୍କ ସର୍ଜରୀ କରାଯାଇଛି ।  ତାଙ୍କର ୫ଟି ଆଙ୍ଗୁଠି ରଖି ବାକି ୪ଟି ଆଙ୍ଗୁଠିକୁ ସର୍ଜରି କରି କଟାଯାଇଛି ।