ଓଜନ କମାଇବାକୁ ଚାଁହୁଛନ୍ତି କି ? ଶୋଇବା ପୂର୍ବରୁ କରନ୍ତୁ ଏହି ସବୁ କାମ
Advertisement
Article Detail0/zeeodisha/odisha585522

ଓଜନ କମାଇବାକୁ ଚାଁହୁଛନ୍ତି କି ? ଶୋଇବା ପୂର୍ବରୁ କରନ୍ତୁ ଏହି ସବୁ କାମ

ପ୍ରତ୍ୟେକ ଦିନ ଅନେକ ଲୋକ ଡାଏଟିଂ କରିଥାନ୍ତି। ଫିଟ ରହିବାକୁ  ଜିମ୍ ମଧ୍ୟ ଯାଆନ୍ତି।  କିନ୍ତୁ ସେମାନଙ୍କ ଓଜନ ହ୍ରାସ ପାଇବା ବଦଳରେ ଅଧିକ ବଢିଚାଲେ। ଆପଣ ବି ଏମିତି ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି? ତେବେ ଜଙ୍କ୍ ଫୁଡ଼୍ ନ ଖାଇବା ଓ ୱାର୍କ ଆଉଟ୍ କରିବା ସହ ଆଉ କିଛି କାର୍ଯ୍ୟ ଉପରେ ଗୁରୁତ୍ୱ ଦିଅନ୍ତୁ। କାରଣ ଏଗୁଡ଼ିକ ଶରୀର ଓଜନ ହ୍ରାସ କରିବାରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥା’ନ୍ତି।

ଓଜନ କମାଇବାକୁ ଚାଁହୁଛନ୍ତି କି ? ଶୋଇବା ପୂର୍ବରୁ କରନ୍ତୁ ଏହି ସବୁ କାମ

ପ୍ରତ୍ୟେକ ଦିନ ଅନେକ ଲୋକ ଡାଏଟିଂ କରିଥାନ୍ତି। ଫିଟ ରହିବାକୁ  ଜିମ୍ ମଧ୍ୟ ଯାଆନ୍ତି।  କିନ୍ତୁ ସେମାନଙ୍କ ଓଜନ ହ୍ରାସ ପାଇବା ବଦଳରେ ଅଧିକ ବଢିଚାଲେ। ଆପଣ ବି ଏମିତି ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି? ତେବେ ଜଙ୍କ୍ ଫୁଡ଼୍ ନ ଖାଇବା ଓ ୱାର୍କ ଆଉଟ୍ କରିବା ସହ ଆଉ କିଛି କାର୍ଯ୍ୟ ଉପରେ ଗୁରୁତ୍ୱ ଦିଅନ୍ତୁ। କାରଣ ଏଗୁଡ଼ିକ ଶରୀର ଓଜନ ହ୍ରାସ କରିବାରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥା’ନ୍ତି। ତା’ହେଲେ ଆସନ୍ତୁ ଜାଣିବା, ରାତିରେ ଶୋଇବା ପୂର୍ବରୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ।

1. ଯଦି ଆପଣ ରାତିରେ ଲାଇଟ୍‌ ଲଗାଇ ଶୋଉଛନ୍ତି  ତା’ହେଲେ ଏହାକୁ ବଦଳାନ୍ତୁ। ଲାଇଟ୍‌ ଲଗାଇ ଶୋଇଲେ ସ୍ଲିପିଙ୍ଗ୍‌ ହରମୋନ୍‌ର ଉତ୍ପାଦନ କମ୍‌ ହୋଇଥାଏ। ବେଡ୍‌ ରୁମ୍‌ର ଲାଇଟ୍‌ ବନ୍ଦ କରି ଶୁଅନ୍ତୁ। ପାଖ ରୁମ୍‌ର ଲାଇଟ୍ ବେଡ୍‌ ରୁମ୍‌ରେ ପଡୁଥିଲେ ପରଦା ଟାଣି ଶୁଅନ୍ତୁ ଅନ୍ଧାରରେ ଶୋଇଲେ ଶରୀରରେ ମେଟାବୋଲିଜିମ୍‌ ଭଲ କାର୍ଯ୍ୟ କରିଥାଏ, ଯାହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ।

2. ମୋବାଇଲ୍‌ ଫୋନ୍‌ ଓ ଅନ୍ୟ ସବୁ ଗ୍ୟାଜେଟ୍‌ରୁ ବାହାରୁଥିବା ବ୍ଲୁ ଲାଇଟ୍‌ ନିଦକୁ ପ୍ରଭାବିତ କରିଥାଏ। ମୋବାଇଲ୍‌ରୁ ବାହାରୁଥିବା ବ୍ଲୁ ଲାଇଟ୍‌ର ଏକ୍ସପୋଜର୍‌ରେ ରହିଲେ, ଶରୀରରେ ଥିବା ସ୍ଲିପିଂ ହର୍‌ମୋନ୍‌ ମେଲାଟୋନିନ୍‌ର ଉତ୍ପାଦନ ହ୍ରାସ ପାଇଥାଏ। ମେଲାଟୋନିନ୍‌ କମ୍‌ ହେଲେ ଅଧିକ ଭୋକ ଲାଗେ ଓ ଶରୀରରେ ମୋଟାବୋଲିଜିମ୍‌ ମଧ୍ୟ କମ୍‌ ହୁଏ। ଏହାଦ୍ୱାରା ଓଜନ କମିବା ପରିବର୍ତ୍ତେ ବଢ଼େ। ଏଥିପାଇଁ ଶୋଇବା ପୂର୍ବରୁ ମୋବାଇଲ୍‌ ସ୍ୱିଚ୍‌ ଅଫ୍‌ କରି ଦିଅନ୍ତୁ। ସେହିପରି ଶୋଇବା ପୂର୍ବରୁ ମୋବାଇଲ୍‌ ବ୍ୟବହାର କରନ୍ତୁ ନାହିଁ।

3.ରାତିରେ ଶୋଇବା ପୂବର୍ରୁ ବଟର୍ ଖାଆନ୍ତୁ ନାହିଁ। ବଟର  ଖାଇଲେ ଓଜନ ଖୁବ ଶୀଘ୍ର ବଢେ। ଏଥିପାଇଁ ରାତିରେ ବଟରରେ ତିଆରି ହୋଇଥିବା କୌଣସି ଖାଦ୍ୟ ଖାଇବା ଅନୁଚିତ୍। 

fallback4. ରାତିରେ ଶୋଇବା ପୂର୍ବରୁ  ହ୍ବାଇଟ୍ ବ୍ରେଡ୍ ଖାଆନ୍ତୁ ନାହିଁ। ହ୍ବାଇଟ୍ ବ୍ରେଡ଼୍ ଖାଇଲେ ଉଚ୍ଚ ରକ୍ତ ଚାପ ଓ ରକ୍ତରେ ଶର୍କରା ମାତ୍ରା ବଢିଥାଏ। ଏଥିରେ ଫାଇବର ଭରପୁର ମାତ୍ରାରେ ଥାଏ। ଯେଉଁଥିପାଇଁ ଶରୀରରେ ଫ୍ୟାଟ୍ ମାତ୍ରା ବଢିଥାଏ।

5. କଦଳୀ ଖାଇବା ସ୍ୱାସ୍ଥ୍ୟ  ପାଇଁ ଲାଭଦାୟକ ହୋଇଥାଏ। ହେଲେ ରାତିରେ ଶୋଇବା ପୂର୍ବରୁ କଦଳୀ ଖାଇବା ଦ୍ୱାରା  ଓଜନ ବଢିବାର ବହୁତ ସମ୍ଭାବନା ଥାଏ।

;