Advertisement
Article Detail0/zeeodisha/odisha662443
Zee OdishaOther Newsକୋରୋନା ମାଡ଼: ଘୁଞ୍ଚିଛି ଇଏମଆଇ ତାରିଖ, ଅତିରିକ୍ତ ଦେବେ ଏତିକି ସୁଧ

କୋରୋନା ମାଡ଼: ଘୁଞ୍ଚିଛି ଇଏମଆଇ ତାରିଖ, ଅତିରିକ୍ତ ଦେବେ ଏତିକି ସୁଧ

ବଢିପାରେ ଋଣ ବୋଝ !

କୋରୋନା ମାଡ଼: ଘୁଞ୍ଚିଛି ଇଏମଆଇ ତାରିଖ, ଅତିରିକ୍ତ ଦେବେ ଏତିକି ସୁଧ

ନୂଆଦିଲ୍ଲୀ: କୋରୋନା ମହାମାରୀ ସମୟରେ ଋଣଦାତା ମାନଙ୍କୁ ଆଶ୍ୱସ୍ତି ଦେଇଛନ୍ତି ଦେଶର ବଡ଼ ବ୍ୟାଙ୍କ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ)। କିନ୍ତୁ ଏହି ଅଧିକ ସମୟ ପାଇଁ ଋଣଦାତାଙ୍କୁ ଅଧିକ ସୁଧ ଦେବାକୁ ପଡ଼ିବ। ଅତିରିକ୍ତ ସୁଧ ସମ୍ବନ୍ଧରେ ଆରବିଆଇ କୌଣସି ରିଆତି ଦେଇନାହାନ୍ତି। ତେବେ ଭାରତୀୟ ଷ୍ଟେଟ ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା, ଏଚଡିଏଫସି ସହିତ ଅନ୍ୟ କିଛି ବ୍ୟାଙ୍କ ମଧ୍ୟ ଏହି ତିନି ମାସ ମଧ୍ୟ କିସ୍ତି ଛାଡ଼ କରିବାକୁ ମଧ୍ୟ ସୂଚନା ଦେଇ ସାରିଲେଣି। ଏପରିକି ମାର୍ଚ୍ଚ ମାସର ଇଏମଆଇକୁ ଛାଡ଼ କରିବା ଆରମ୍ଭ କରିସାରିଲେଣି।  

ତେବେ ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ) ଏନେଇ ସୂଚନା ମଧ୍ୟ ଦେଇଛି। ଏସବିଆଇର ଜଣେ ଗ୍ରାହକଙ୍କୁ ଉଦାହରଣ ସ୍ୱରୂପ ନିଆଯାଉ।   ଯଦି କେହି ବ୍ୟାଙ୍କ ଗ୍ରାହକମାନେ ଯଦି ୩୦ ଲକ୍ଷ ଟଙ୍କା ଋଣ ନେଇଥାନ୍ତି, ତେବେ ତାଙ୍କୁ ଆସନ୍ତା ୧୫ ବର୍ଷ ମଧ୍ୟରେ ଋଣ ପରିଶୋଧ କରିବାକୁ ହେବ। ତେବେ ଏହି ପରିଶୋଧ ଋଣ ପରିଶୋଧ ସମୟରୁ ୩ ମାସ ଛାଡ଼ କରିଛି ଭାରତୀୟ ଷ୍ଟେଟ ବ୍ୟାଙ୍କ। ଆଉ ଏହି ତିନି ମାସ କିସ୍ତି ଛାଡ଼ ଉପରେ ଋଣଦାତା ପ୍ରାୟ ୨। ୩୪ ଲକ୍ଷ ଟଙ୍କା ଅତିରିକ୍ତ ସୁଧ ବ୍ୟାଙ୍କରେ ପଇଠ କରିବେ। ତେବେ ଏହି ପଇଠ ପ୍ରାୟ ୮ଟି ଇଏମଆଇ ସହିତ ସମାନ ହେବ ବୋଲି ଏସବିଆଇ ପକ୍ଷରୁ ସୂଚନା ମିଳିଛି।  

ସେହିପରି ଯଦି କେହି ଚାରିଚକିଆ ଗାଡ଼ି ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ କରିଥାନ୍ତି ଓ ତାଙ୍କୁ ଯଦି ୫୪ ମାସରେ ଫେରାଇବାକୁ ଥାଏ। ତେବେ ତାଙ୍କୁ ଅଧିକ ୧୯ ହଜାର ଟଙ୍କା ଅଧିକ ସୁଧ ବ୍ୟାଙ୍କରେ ପଇଠ କରିବାକୁ ହେବ। ଯାହା ୧। ୫ ଅତିରିକ୍ତ ଇଏମଆଇ ସହିତ ସମାନ ବୋଲି ଜଣାପଡ଼ିଛି। କେବଳ ଅତିରିକ୍ତ ସୁଧ ପଇଠ କରିବାକୁ ହେବନାହିଁ। ବରଂ ଋଣ ପରିଶୋଧ କରିବାର ସମୟ ମଧ୍ୟ ବୃଦ୍ଧି ପାଇବ। କାରଣ କୋରୋନା ସମୟରେ ୩ ମାସ ଅବଧି ଦେଇଥିବା ସମୟକୁ ମଧ୍ୟ ଆରବିଆଇ ପରବର୍ତ୍ତି ସମୟରେ ଲାଗୁ କରିବେ ବୋଲି ଜଣାପଡ଼ିଛି।  

Add Zee News as a Preferred Source

ତେବେ ଏହାକୁ ନେଇ ଯଦି କେହି ନିଜର କ୍ରେଡ଼ିଟ ସ୍କୋରକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି, ତେବେ ଆମେ ଏଠାରେ କହି ରଖୁ କି, ଏହି କ୍ରେଡ଼ିଟ ସ୍କୋର ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ୧ ମାର୍ଚ୍ଚ ୨୦୨୦ ଠାରୁ ୩୧ ମାର୍ଚ୍ଚ ୨୦୨୦ ମଧ୍ୟରେ ଯଦି କିସ୍ତି ସ୍ଥଗିତ କରିବାକୁ ଚାହୁଁଛନ୍ତି ତେବେ ଏନେଇ ବ୍ୟାଙ୍କକୁ ସୂଚନା ଦେବାକୁ ହେବ ବୋଲି ଆରବିଆଇ ପକ୍ଷରୁ ସୂଚନା ଦିଆଯ଼ାଇଛି।  

 

About the Author