ଫାଇଭ-ଟି ଅଧିନକୁ ଆସିବ ଶ୍ରମ ବିଭାଗ
Advertisement
Article Detail0/zeeodisha/odisha614517

ଫାଇଭ-ଟି ଅଧିନକୁ ଆସିବ ଶ୍ରମ ବିଭାଗ

ରାଜ୍ୟରେ ଫାଇଭ ଟି କୁ ନେଇ ସରକାର ଆହୁରି ଲୋକାଭିମୁଖି ହେବାକୁ ପ୍ରୟାସ କରୁଥିବା ବେଳେ ଗୋଟିଏ ପରେ ଗୋଟିଏ ବିଭାଗ ଫାଇଭ-ଟି ଅଧିନସ୍ଥ ହେଉଛନ୍ତି । ନିକଟ ଅତୀତରେ ନୀତି ଆୟୋଗ ଫାଇଭ ଟି ଆଧାରେ କାର୍ଯ୍ୟ କରୁଥିବା ଶିକ୍ଷା ବିଭାଗକୁ ପ୍ରଶଂସା କରିଥିବା ବେଳେ ଏଥିରେ ବିଭାଗର ମନୋବଳ ବୃଦ୍ଧି ପାଇବା ସହ ସରକାରକୁ ପ୍ରତ୍ୟେକ ବିଭାଗକୁ ଫାଇଭ ଟି ଆଧାରରେ କାର୍ଯ୍ୟ କରିବା ପାଇଁ ଉତ୍ସାହିତ କରିଛି । ଏହି କ୍ରମରେ ଏବେ ଶ୍ରମ ବିଭାଗ ଫାଇଭ ଟି ଅଧିନକୁ ଆସିବାକୁ ଯାଉଛି । 

ଫାଇଭ-ଟି ଅଧିନକୁ ଆସିବ ଶ୍ରମ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ଫାଇଭ ଟି କୁ ନେଇ ସରକାର ଆହୁରି ଲୋକାଭିମୁଖି ହେବାକୁ ପ୍ରୟାସ କରୁଥିବା ବେଳେ ଗୋଟିଏ ପରେ ଗୋଟିଏ ବିଭାଗ ଫାଇଭ-ଟି ଅଧିନସ୍ଥ ହେଉଛନ୍ତି । ନିକଟ ଅତୀତରେ ନୀତି ଆୟୋଗ ଫାଇଭ ଟି ଆଧାରେ କାର୍ଯ୍ୟ କରୁଥିବା ଶିକ୍ଷା ବିଭାଗକୁ ପ୍ରଶଂସା କରିଥିବା ବେଳେ ଏଥିରେ ବିଭାଗର ମନୋବଳ ବୃଦ୍ଧି ପାଇବା ସହ ସରକାରକୁ ପ୍ରତ୍ୟେକ ବିଭାଗକୁ ଫାଇଭ ଟି ଆଧାରରେ କାର୍ଯ୍ୟ କରିବା ପାଇଁ ଉତ୍ସାହିତ କରିଛି । ଏହି କ୍ରମରେ ଏବେ ଶ୍ରମ ବିଭାଗ ଫାଇଭ ଟି ଅଧିନକୁ ଆସିବାକୁ ଯାଉଛି । 

ଆସନ୍ତା ବର୍ଷ ଅର୍ଥାତ ନୂଆବର୍ଷ, ୨୦୨୦ ଜାନୁଆରୀରେ ହିଁ ଶ୍ରମ ବିଭାଗ ଫାଇଭ ଟି ଅଧିନସ୍ଥ ହେବ ବୋଲି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଁଂ କହିଛନ୍ତି । ଫାଇଭ ଟି ଅଧିନକୁ ଆସିବା ପରେ ବିଭାଗର ମୁଖ୍ୟ କାର୍ଯ୍ୟ ହେବ ରାଜ୍ୟରୁ ଦାଦନ ସମସ୍ୟା ହଟାଇବା । କଳାହାଣ୍ଡି ନୂଆପଡା ଓ ବଲାଙ୍ଗୀରରେ ଯେଭଳି ଦାଦନ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ତାହାକୁ କିଭଳି ରୋକାଯାଇପାରିବ ତାହା ଉପରେ ମୁଖ୍ୟତ ଫୋକସ କରିବ ବିଭାଗ । 

୧୧ ଟି ଜିଲ୍ଲାରେ ବ୍ୟାପିଥିବା ଦାଦନ ସମସ୍ୟାକୁ କିଭଳି ରୋକାଯାଇ ପାରିବ ତାହା ଏବେ ବିଭାଗ ଓ ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ । ଶ୍ରମ ବିଭାଗରୁ ମିଳିଥିବା ସୂଚନାନୁଯାୟୀ ଦିଲ୍ଲୀରେ ବୈଦେଶିକ ମନ୍ତ୍ରଣାଳୟ ସହ ମିଶି ଗୋଟିଏ ହେଲ୍ପ ଡେସ୍କ ନିର୍ମାଣ କରାଯିବ ଯାହା ବିଦେଶ ଯାଉଥିବା ଶ୍ରମିକଙ୍କ ପାଇଁ ସହାୟକ ହୋଇପାରିବ । ଦେଖିବାକୁ ବାକି ରହିଲା ଫାଇଭ ଟି ଅଧିନକୁ ଶ୍ରମ ବିଭାଗ ଆସିବା ପରେ ବିଭାଗରେ ଲାଗିରହିଥିବା ସମସ୍ୟା କିଭଳି ସମାଧାନ ହେଉଛି ।