ଲଦାଖ ସୀମା ବିବାଦ: ଭାରତକୁ ସାଥ ଦେଲା ଆମେରିକା
Advertisement
Article Detail0/zeeodisha/odisha684420

ଲଦାଖ ସୀମା ବିବାଦ: ଭାରତକୁ ସାଥ ଦେଲା ଆମେରିକା

ଲଦାଖରେ ଚୀନ ହୋଇଥିବା ବିବାଦ ପ୍ରସଙ୍ଗ ଭାରତକୁ ସମର୍ଥନ ଜଣାଇଛି ଆମେରିକା |  

ଲଦାଖ ସୀମା ବିବାଦ: ଭାରତକୁ ସାଥ ଦେଲା ଆମେରିକା

ନୂଆଦିଲ୍ଲୀ: ଲଦାଖରେ ଠାରେ ଭାରତୀୟ ସେନାଙ୍କ ସହ ହୋଇଥିବା ବିବାଦରେ ଚୀନକୁ ଟାର୍ଗେଟ କରିଛି ଆମେରିକା | ଉଭୟ ଦେଶର ସୀମାନ୍ତ ଅଞ୍ଚଳରେ ଚୀନ ବିଚଳିତ ହୋଇପଡିବା ସହ ଉତ୍ତେଜନାପୂର୍ଣ୍ଣ ଆଚରଣ କରୁଛି ବୋଲି ଆମେରିକା ପକ୍ଷରୁ କୁହାଯାଇଛି | କିଛି ଦିନ ପୂର୍ବେ ଲଦାଖର ପାନଙ୍ଗୋଙ୍ଗ ହ୍ରଦ ଏବଂ ଗଲୱାନ ଉପତ୍ୟାକାର ମୁହାଁମୁହଁ ହୋଇଥିଲେ ଭାରତ-ଚୀନ ସେନା | 
ସାମରିକ ସୂତ୍ରରୁ ମିଳିଥିବା ଖବର ଅନୁସାରେ  ପାନଙ୍ଗୋଙ୍ଗ ଅଞ୍ଚଳରେ ନିଜର ଉପସ୍ଥିତି ବଢାଇବାରେ ଲାଗିଛି ଚୀନ | ଏପରିକି ଅଧିକ ମାତ୍ରାରେ ବୋଟ ମଧ୍ୟ ସେଠାକୁ ପଠାଇଛି ଡ୍ରାଗନ |  ଡେମଚୋକ ଏବଂ ଡୌଲଚବେଡ ସ୍ଥାନରେ  ଅଧିକ ମାତ୍ରାରେ ସୈନ୍ୟ ମୁତୟନ କରାଯାଇଛି | 

ଲଦାଖ ମାମଲା ଉପରେ ପ୍ରତିକ୍ରିୟା ରଖି ଆମେରିକୀୟ ବୈଦେଶିକ ବିଭାଗର ଦକ୍ଷିଣ ଏବଂ କେନ୍ଦ୍ର ଏସିଆ ବିଭାଗ ମୁଖ୍ୟ ଆଲିସ ଜେ ୱେଲସ କହିଛନ୍ତି ସୀମା  ବଢାଇବା ଯୋଜାନରେ ରହିଛି ଚୀନ | ଏଥିପାଇଁ ଭାରତୀୟ ଅଧିକୃତ ଅଞ୍ଚଳରେ ପ୍ରବେଶ କରି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରୁଛି | ଏପରିକି ସପୂର୍ଣ୍ଣ ଦକ୍ଷିଣ ଚୀନ ସାଗର ଉପରେ ନିଜର ଅଧିକାର ଜାହିର କରୁଛି | ଯାହା ଫଳରେ ସୀମା ବିବାଦ ଭଳି ଘଟଣା ସାମ୍ନାକୁ ଆସୁଛି | 

ଦକ୍ଷିଣ-ପୂର୍ବ ଚୀନ ସାଗରରେ ନିଜର ଅଧିକାର ଜାରି ରଖିବା ଉଦ୍ଦେଶ୍ୟରେ ଏଠାରେ ଅନେକ ଦ୍ୱୀପ ନିର୍ମାଣ କରିବା ସହ ଏହାକୁ ନିୟନ୍ତ୍ରଣ କରୁଛି | ଅନ୍ତରାଷ୍ଟ୍ରୀୟ ବାଣିଜ୍ୟ କାରବାର ପାଇଁ ଏହି ଅଞ୍ଚଳ ଖୁବ ଗୁରୁତ୍ୱପୂର୍ଣ୍ଣ |  ଏହି ସାଗରରେ ନିଜର କର୍ତ୍ତୃତ୍ୱ ଜାରି ରଖିବାକୁ ନେଇ ଚୀନ ସହ  ଭିଏତନାମ, ମାଲେସିଆ, ଫିଲିପାଇନ୍ସ, ବ୍ରୁନେଇ, ତାଇୱାନ ଭଳି ଦେଶ ସହ ଚୀନର ବିବାଦ ଚାଲିଛି | 
ଏସୀୟାନ ଦେଶଙ୍କ  ଦ୍ୱପାକ୍ଷିକ ସମ୍ପର୍କ ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦେଉଛି ଆମେରିକା | ଭାରତ, ଜାପାନ, ଅଷ୍ଟ୍ରେଲିଆ ଆଦି ଦେଶଙ୍କ ସହ ପାରସ୍ପରିକ ସହଯୋଗ ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି ଆମେରିକୀୟ ରାଷ୍ଟ୍ରଦୂତ ୱେଲସ | ସୀମା ପ୍ରସଙ୍ଗକୁ ନେଇ  ଦକ୍ଷିଣ-ପୂର୍ବ ଏସୀୟ ଦେଶଙ୍କ ସହ ଚୀନର ସମ୍ପର୍କ ତିକ୍ତ ହୋଇଉଠିଛି |