ଲଦାଖ ବିବାଦ: ସୈନ୍ୟ ସଂଖ୍ୟା ହ୍ରାସ କରିବାକ ଚୀନକୁ ଭାରତର ପରାମର୍ଶ
Advertisement
Article Detail0/zeeodisha/odisha692417

ଲଦାଖ ବିବାଦ: ସୈନ୍ୟ ସଂଖ୍ୟା ହ୍ରାସ କରିବାକ ଚୀନକୁ ଭାରତର ପରାମର୍ଶ

 ଲଦାଖସ୍ଥିତ ସୀମାରୁ ସୈନ୍ୟ ସଂଖ୍ୟା ହ୍ରାସ କରିବାକୁ ଚୀନକୁ ଜଣାଇ ଦେଇଛି  ଭାରତ |

ଲଦାଖ ବିବାଦ: ସୈନ୍ୟ ସଂଖ୍ୟା ହ୍ରାସ କରିବାକ ଚୀନକୁ ଭାରତର ପରାମର୍ଶ

ନୂଆଦିଲ୍ଲୀ: ଲଦାଖ ଅଞ୍ଚଳରେ ଉଭୟ ଦେଶର ସେନାବାହିନୀ ମୁହାଁମୁହିଁ ହେବା ଘଟଣାକୁ ନେଇ ଆରମ୍ଭ ହୋଇଥିବା ବିବାଦର ସମାଧାନ କରିବାକୁ ଭାରତ-ଚୀନ ମଧ୍ୟରେ ହୋଇଥିଲା କମାଣ୍ଡରସ୍ତରୀୟ ଆଲୋଚନା | ଯେଉଁଥିରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିଲେ ଲଦାଖସ୍ଥିତ ୧୪ କର୍ପ୍ସର କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂହ | ଅନ୍ୟପଟେ ଏହି ବୈଠକରେ ଯୋଗ ଚୀନର ପକ୍ଷ ରଖିଥିଲେ ସାଉଥ ଜିନଜିଆଙ୍ଗ ମିଲିଟାରୀ ରିଜିୟନର ମେଜର ଜେନେରାଲ ଲିଓ ଲିନ | ଉଭୟ ଦେଶ ମଧ୍ୟରେ ଦେଖାଯାଇଥିବା ବିବାଦର ସମାଧାନ କରିବା ପାଇଁ ପୂର୍ବ ଲଦାଖସ୍ଥିତ ଚୁସୁଲ ନିକଟସ୍ଥ ମୋଲ୍ଡୋ ଠାରେ ଏକାଠି ହୋଇଥିଲେ ଭାରତ-ଡ୍ରାଗନ |

ଏନେଇ ଜୁନ ୭ ତାରିଖ ରବିବାର ଭାରତୀୟ ବୈଦେଶକି ବ୍ୟାପର ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି, "ଜୁନ ୬ ତାରିଖ ଚୁସୁଲ ନିକଟସ୍ଥ ମୋଲ୍ଡୋ ଠାରେ ଏକ ସକରାତ୍ମକ ପରିବେଶରେ ଭାରତ-ତୀନ ମଧ୍ୟରେ ଲଦାଖ ଠାରେ ଉଭୟ ଦେଶ ସେନା ମୁହାଁମୁହିଁ ହେବା ଘଟଣାକୁ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ କଥାବାର୍ତ୍ତା ହୋଇଛି | ବିଭିନ୍ନ ଦ୍ୱିପାକ୍ଷିକ ଚୁକ୍ତି ମାଧ୍ୟମରେ ସୀମାନ୍ତ ଅଞ୍ଚଳରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ କରିବାକୁ ସମ୍ମତି ପ୍ରକାଶ ପାଇଛି | ସାମଗ୍ରିକ ବିକାଶ ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ଆଗକୁ ବଢାଇବା ପାଇଁ ଉଭୟ ଦେଶ ମଧ୍ୟରେ ସହମତି ପ୍ରକାଶ ପାଇଛି | " 

ଏହା ସହିତ ଜାରି ହୋଇଥିବା ବିବୃ୍ତ୍ତିରେ ଆହୁରି କୁହାଯାଇଛି, ଚୀନ-ଭାରତ ଦ୍ୱିପାକ୍ଷିକ ସମ୍ପର୍କକୁ ଚଳିତ ବର୍ଷ ୭୦ ବର୍ଷରେ ପଦାର୍ପଣ କରିଛି | ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ବଢାଇବା ଦିଗରେ ଉଦ୍ୟମ କରାଯିବ | ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଶାନ୍ତି ଏବଂ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଉଭୟ ପକ୍ଷ ସାମରିକ ଏବଂ କୂଟନୈତିକ ସ୍ତରରେ କାର୍ଯ୍ୟ ଜାରି ରଖିବେ | "

ପ୍ରାୟ ତିନି ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ଗାଲାନ ଉପତ୍ୟାକାରୁ ସୈନ୍ୟ ସଂଖ୍ୟା ହ୍ରାସ କରିବା ସହ ମୂଳ ଅବସ୍ଥାନକୁ ସେନା ଫେରାଇ ନେବାକୁ ଭାରତ ପକ୍ଷରୁ ଚୀନକୁ ଜଣାଇ ଦିଆଯାଇଛି | ସୀମାନ୍ତ ଅଞ୍ଚଳରେ ସଡକ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ଚୀନ ପକ୍ଷରୁ କୁହାଯାଇଥିଲା | ଏହାର ଜବାବ ଦେବାକୁ ଯାଇ ଭାରତ ପକ୍ଷରୁ କୁହାଯାଇଥିଲା ଉଭୟ ଦେଶ ମଧ୍ୟରେ ଥିବା ପ୍ରକୃତ ନିୟନ୍ତ୍ରଣା ରେଖା ମଧ୍ୟରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି | ଏହାକୁ ବେଜିଂ ବିରୋଧ କରିବାର କୌଣସି କାରଣ ନାହିଁ |