ଡାକ୍ତର ଖାନାରୁ ଡିସଚାର୍ଜ ହେବେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର !
Advertisement
Article Detail0/zeeodisha/odisha598648

ଡାକ୍ତର ଖାନାରୁ ଡିସଚାର୍ଜ ହେବେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର !

ସୁର ସାମ୍ରାଜ୍ଞୀ ଲତାମ ମଙ୍ଗେସକରଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା କାରଣରୁ ଗତ କିଛିଦିନ ହେଲା ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରିବାରେ ଲାଗିଛି ଏନେଇ ତାଙ୍କ ଭଉଣୀ ଉଷା ମଙ୍ଗେସକର କିଛି ମତ ପ୍ରକାଶ କରିଛନ୍ତି ।

ଡାକ୍ତର ଖାନାରୁ ଡିସଚାର୍ଜ ହେବେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର !

ତପସ୍ୱିନୀ ମହାଳିକ, ନୂଆଦିଲ୍ଲୀ: ସୁର ସାମ୍ରାଜ୍ଞୀ ଲତାମ ମଙ୍ଗେସକରଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା କାରଣରୁ ଗତ କିଛିଦିନ ହେଲା ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରିବାରେ ଲାଗିଛି ଏନେଇ ତାଙ୍କ ଭଉଣୀ ଉଷା ମଙ୍ଗେସକର କିଛି ମତ ପ୍ରକାଶ କରିଛନ୍ତି ।

କେମିତି ଅଛି ମଙ୍ଗେସକରଙ୍କ ସ୍ୱାସ୍ଥ୍ୟାବସ୍ଥା ?
ଉଷା ମଙ୍ଗେସକର କହିଛନ୍ତି ଯେ ଆମେ ଅପେକ୍ଷା କରିଛୁ, କି ଡକ୍ଟର ଲତାଙ୍କୁ କେବେ ଡିସଚାର୍ଜ କରିବେ । ପିଟିଆଇ ସହ କଥାବାର୍ତ୍ତା ବେଳେ ଉଷା କହିଛନ୍ତି କି- 'ଲତା ଏବେ ଠିକ ଅଛନ୍ତି', ଏବେ ସେ ଡାକ୍ତରଖାନାରେ ଅଛନ୍ତି । ଡାକ୍ତର ଯେବେ ଆମକୁ ଅନୁମତି ଦେବେ ତାଙ୍କୁ ଘରକୁ ନେବା ପାଇଁ, ସେତେବେଳେ ଆମେ ତାଙ୍କୁ ଘରକୁ ନେଇଯିବୁ ।  ଅନ୍ୟପଟେ ସୋମବାର ଡାକ୍ତରଖାନା ପକ୍ଷରୁ ପିଟିଆଅକୁ ମଧ୍ୟ କିଛି ସୂଚନା ଦିଆ ଯାଇଥିଲା । ପୂର୍ବାପେକ୍ଷା ଲତାଙ୍କର ସ୍ୱାସ୍ଥ୍ୟାବସ୍ଥା ସୁଧୁରିବାରେ ଲାଗିଛି । ଲତା ମଙ୍ଗେସକର ଏବେ ICUରେ ଅଛନ୍ତି, ରବିବାର ରାତି ପର୍ଯ୍ୟନ୍ତ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ।

ଆପଣମାନଙ୍କୁ କହି ରଖୁଛୁ କି ନଭେମ୍ବର ୧୧ ତାରିଖରେ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ ବିଗିଡ଼ିବାରୁ, ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଲତା ନିଶ୍ୱାସ ପ୍ରଶ୍ୱାସ ନେବାରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତାଙ୍କ ପରିବାର ଲୋକେ ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ଆଡମିଟ୍ କରିଥିଲେ । ଏବେ ବି ସେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ହିଁ ଚିକିତ୍ସିତ ହେଉଛନ୍ତି  । ଲତାଙ୍କ ସ୍ୱାସ୍ଥ୍ୟାବସ୍ଥାର ଉନ୍ନତି ପାଇଁ ତାଙ୍କ ଫ୍ୟାନ୍ସମାନେ ପୂଜାପାଠ କରିବା ସହ ପ୍ରର୍ଥନା ମଧ୍ୟ କରୁଛନ୍ତି  ।

ଲତା ମଙ୍ଗେସକରଙ୍କ ଦେହାନ୍ତ ଏକ ଗୁଜବ ଅଟେ...!
 ଯେଉଁଠି ଗୋଟିଏ ପଟେ ଲତାଙ୍କ ସ୍ୱାସ୍ଥ୍ୟାବସ୍ଥାର ସୁଧାର ଆସୁଛି, ଅନ୍ୟପଟେ ଲତାଙ୍କର ମୃତ୍ୟ ହୋଇଯାଇଥିବା ନେଇ ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି ହୋଇଛି । ଏହା ଏକ ମିଥ୍ୟା ଖବର ଅଟେ, ଏଭଳି ଖବର ଉପରେ ଜମା ମଧ୍ୟ ବିଶ୍ୱାସ କରନ୍ତୁ ନାହିଁ ।  ଏଭଳି ଗୁଜବକୁ ନେଇ ଲତାଙ୍କ ଭାଇଙ୍କ ଝିଅ ରଚନା ମଧ୍ୟ କିଛି ପ୍ରତିକ୍ରିୟା ରଖିଥିଲେ । ରଚନା ଲତାଙ୍କର ଫ୍ୟାନ୍ସମାନଙ୍କୁ ନିବେଦନ କରିଥିଲେ କି ଏଭଳି ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ ।