ସୁପ୍ରିମକୋର୍ଟରେ ଆଇନଜୀବୀଙ୍କ ଭିଡ
Advertisement

ସୁପ୍ରିମକୋର୍ଟରେ ଆଇନଜୀବୀଙ୍କ ଭିଡ

ବର୍ଷ ବର୍ଷ ଧରି ଯେଉଁ ମାମଲାର ଶୁଣାଣିକୁ ଅପେକ୍ଷା କରିଥିଲେ ଦେଶବାସୀ, ଆଜି ତାର ରାୟ ପ୍ରକାଶ ପାଉଛି । ସମଗ୍ର ଦେଶରେ ଅଦ୍ଭୁତପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । 

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଆଉ କେଇ ମିନିଟର ଅପେକ୍ଷା । ପ୍ରକାଶ ପାଇବ ବହୁ ପ୍ରତୀକ୍ଷିତ ଅଯୋଧ୍ୟା ମାମଲାର ରାୟ । ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିବେ । ତେବେ ରାୟ ପ୍ରକାଶ ପାଇବାର କିଛି ସମୟ ପୂର୍ବରୁ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଫିସ ସମ୍ମୁଖରେ ଆଇନଜୀବୀ ଭିଡ ଜମେଇଲେଣି । ସେପଟେ ଗୃହମନ୍ତ୍ରୀ ଅମିତ ଶାହ ଉଚ୍ଚସ୍ତରୀୟ ସୁରକ୍ଷା ବୈଠକ ଡାକିଛନ୍ତି । 

ବର୍ଷ ବର୍ଷ ଧରି ଯେଉଁ ମାମଲାର ଶୁଣାଣିକୁ ଅପେକ୍ଷା କରିଥିଲେ ଦେଶବାସୀ, ଆଜି ତାର ରାୟ ପ୍ରକାଶ ପାଉଛି । ସମଗ୍ର ଦେଶରେ ଅଦ୍ଭୁତପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କଡା ସୁରକ୍ଷା ବଳୟରେ ମାମଲାର ରାୟ ପ୍ରକାଶ କରିବାକୁ ଥିବା ୫ ଜଣିଆ ଖଣ୍ଡପୀଠ । ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ଜେଜ ପ୍ଲସ୍ ସୁରକ୍ଷା ଦିଆଯାଇଛି । ଏପଟେ ଐତିହାସିକ ଅଯୋଧ୍ୟା ମାମଲାର ରାୟ ସମୟରେ ଉପସ୍ଥିତ ରହିବାକୁ ସୁପ୍ରିମକୋର୍ଟରେ ଆଇନଜୀବୀ ଭିଡ ଜମାଇଛନ୍ତି । 

ସକାଳ ୧୦।୩୦ରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ସମ୍ବିଧାନ ପୀଠ ରାୟ ପ୍ରକାଶ କରିବେ । ତେବେ ରାୟ ପରେ ଯେପରି କୌଣସି ଅପ୍ରୀତିକର ସ୍ଥିତି ନଉପୁଜେ, ସେଥିପାଇଁ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ଅଯୋଧ୍ୟାରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ସେନା ମୁତୟନ ହୋଇଛନ୍ତି । କେବଳ ଅଯୋଧ୍ୟାରେ ୧୫ ହଜାର ଯବାନଙ୍କୁ ନିୟୋଜିତ କରାଯାଇଛି । 

ସେହିପରି ସୁରକ୍ଷା ଦୃଷ୍ଟିରୁ ଉତ୍ତର ପ୍ରଦେଶ, ଜମ୍ମୁ କାଶ୍ମୀର, ଦିଲ୍ଲୀ, ମଧ୍ୟପ୍ରଦେଶ ଓ କର୍ଣ୍ଣାଟକରେ ମଙ୍ଗଳବାର ପର୍ଯ୍ୟନ୍ତ ସ୍କୁଲ କଲେଜ ବନ୍ଦ ରହିଛି । ହାଇଦ୍ରାବାଦ, ବେଙ୍ଗାଲୁରୁ ଇତ୍ୟାଦି ସହରରେ ସ୍ୱତନ୍ତ୍ର ଫୋର୍ସ ମୁତୟନ କରାଯାଇଛି । କିଛି ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି । ଓଡିଶାର କଟକ, ଭଦ୍ରକ ଓ କେନ୍ଦ୍ରାପଡା ଇତ୍ୟାଦି ଜିଲ୍ଲାରେ ବିଶେଷ ନଜର ରକ୍ଷାଯାଇଛି ।