ସଂକଟରେ ସରକାରଙ୍କ ସଙ୍କଟମୋଚକ
Advertisement

ସଂକଟରେ ସରକାରଙ୍କ ସଙ୍କଟମୋଚକ

ଭାରତୀୟ ଜୀବନ ବୀମା ନିଗମ ବା ଏଲଆଇସି। ଦୀର୍ଘ ୬୦ ବର୍ଷର ଏହି ଅନୁଷ୍ଠାନ ସରକାର ଓ ଲୋକଙ୍କ ଭରଷା ପାଲଟିଛି। କେବଳ ଏତିକି ନୁହେଁ, ଭାରତୀୟ ଇନସ୍ୟୁରାନ୍ସ ବଜାର ଉପରେ ପ୍ରାୟ ୭୦ ପ୍ରତିଶତ ନିଜ କବଜାରେ ରଖିଛି ଏଲଆଇସି। ସରକାରଙ୍କ ଆର୍ଥିକ ସଂକଟ ସମୟରେ ସଂକଟମୋଚକ ହୋଇ ଛିଡ଼ା ହୋଇଛି ଏଲଆଇସି। ଅଧିକାଂଶ ସମୟରେ ସରକାରଙ୍କୁ ଆର୍ଥିକ ସଂକଟରୁ ରକ୍ଷା କରି ନିଜ ପାଇଁ ସମସ୍ୟା ସୃଷ୍ଟି କରିଛି ଏହି ନିଗମ।  

ସଂକଟରେ ସରକାରଙ୍କ ସଙ୍କଟମୋଚକ

ନୂଆଦିଲ୍ଲୀ: ଭାରତୀୟ ଜୀବନ ବୀମା ନିଗମ ବା ଏଲଆଇସି। ଦୀର୍ଘ ୬୦ ବର୍ଷର ଏହି ଅନୁଷ୍ଠାନ ସରକାର ଓ ଲୋକଙ୍କ ଭରଷା ପାଲଟିଛି। କେବଳ ଏତିକି ନୁହେଁ, ଭାରତୀୟ ଇନସ୍ୟୁରାନ୍ସ ବଜାର ଉପରେ ପ୍ରାୟ ୭୦ ପ୍ରତିଶତ ନିଜ କବଜାରେ ରଖିଛି ଏଲଆଇସି। ସରକାରଙ୍କ ଆର୍ଥିକ ସଂକଟ ସମୟରେ ସଂକଟମୋଚକ ହୋଇ ଛିଡ଼ା ହୋଇଛି ଏଲଆଇସି। ଅଧିକାଂଶ ସମୟରେ ସରକାରଙ୍କୁ ଆର୍ଥିକ ସଂକଟରୁ ରକ୍ଷା କରି ନିଜ ପାଇଁ ସମସ୍ୟା ସୃଷ୍ଟି କରିଛି ଏହି ନିଗମ।  

ତେବେ ଗତ ୧ ତାରିଖରେ ବଜେଟ ଉପସ୍ଥାପିତ କରିବା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨। ୧ ଲକ୍ଷ କୋଟି ଟଙ୍କା ପୁଞ୍ଜି ବିଭିନ୍ନ କ୍ଷେତ୍ରରେ ନିବେଶ କରିବାକୁ ଲକ୍ଷ୍ୟ ରଖିଛନ୍ତି। ତେବେ ଏହି ପୁଞ୍ଜି ମଧ୍ୟରେ ପ୍ରାୟ ୯୦ ହଜାର କୋଟି ଟଙ୍କା ଏଲଆଇସି ଏବଂ ଆଇଡିବିଆଇ ବ୍ୟାଙ୍କରୁ ଉଠାଇବାକୁ ଲକ୍ଷ୍ୟ ରଖିଛନ୍ତି। ତେବେ ପୂର୍ବରୁ ମୋଦି ସରକାର ଭାରତ ପେଟ୍ରୋଲିୟମ ଏବଂ ଏୟାର ଇଣ୍ଡିଆକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇସାରିଛନ୍ତି। ତେବେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଉପରୋକ୍ତ ଦୁଇଟି ଅନୁଷ୍ଠାନକୁ ଦେବାଳିଆ କରିବା ପରିସ୍ଥିତିକୁ ଏକ ପ୍ରକାର ଠେଲି ଦେଉଥିବା ସାଧାରଣରେ ଆଲୋଚନା ହେଉଛି।  

fallback

୧୯୫୬ ମସିହାରେ ଦେଶରେ ଜୀବନ ବୀମାକୁ ଏକତ୍ରୀକରଣ ତଥା ରାଷ୍ଟ୍ରୀୟକରଣ କରିବା ଦିଗରେ ଏଲଆଇସି ଆକ୍ଟ ଅଣାଯାଇଥିଲା। ସେହି ସମୟରେ କାହାକୁ ମଧ୍ୟ ସଂକେତ ମିଳିନଥିଲା ଯେ, ସମୟକ୍ରମେ ଏହାକୁ ବିକ୍ରି କରିବାକୁ ହେବ ବୋଲି। ସେହିପରି ୨୦୧୫ ମସିହାରେ ଅଏଲ ଆଣ୍ଡ ନ୍ୟାଚୁରାଲ ଗ୍ୟାସ କର୍ପୋରେସନ ଲିମିଟେଡ଼(ଓଏନଜିସି) ଆଇପିଓ ସମୟରେ ଏହି ବୀମା ନିଗମ ୧। ୪ ଆରବ ଡଲାର ଦେଇ ଦେବାଳିଆ ପରିସ୍ଥିତିରୁ ବର୍ତ୍ତାଇଥିଲା। କେବଳ ଏତିକି ନୁହେଁ, ଆଇଡିବିଆଇକୁ ମଧ୍ୟ ଆର୍ଥିକ ସମସ୍ୟାରୁ ମୁକୁଳାଇଥିବା ଏଲଆଇସି।  

କିନ୍ତୁ ବର୍ତ୍ତମାନ ପରିସ୍ଥିତି କିନ୍ତୁ ଭିନ୍ନ ହୋଇ ପଡ଼ିଛି। ବର୍ତ୍ତମାନ କେନ୍ଦ୍ର ସରକାର ଏଲଆଇସିରୁ ଅଂଶକୁ ପ୍ରତ୍ୟାହାର କରିବା ସହିତ ତାହାକୁ ବିକ୍ରି କରିବାକୁ ମଧ୍ୟ ଯୋଜନା କରୁଥିବା ଜଣାପଡ଼ିଛି। ସରକାରଙ୍କ ଯୋଜନା ମୁତାବକ ଇନିସିଆଲ ପବ୍ଲିକ ଅଫରିଙ୍ଗସ (ଆଇପିଓ)ମାଧ୍ୟମରେ ବିକ୍ରି କରିବାକୁ ଜଣାପଡ଼ିଛି। ଦିନେ ସଂକଟ ମୋଚକ ହୋଇ ଛିଡ଼ା ହୋଇଥିବା ଏଲଆଇସିକୁ ବର୍ତ୍ତମାନ ସରକାର ବିକିବାକୁ ଯୋଜନା କରୁଛନ୍ତି।  

ଯଦିଓ ସରକାର କେତେ ପ୍ରତିଶତ ବିକ୍ରି କରିବେ ଓ କେତେ ପ୍ରତିଶତ ବଜାରରେ ନିବେଶ କରିବେ, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ।   ଯଦି ସରକାର ଏଲଆଇସିର ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ ଅଂଶ ନିଜ ପାଖରେ ରଖୁଛନ୍ତି, ତେବେ ଉକ୍ତ ନିଗମର ଏକ ବଡ଼ ଅଂଶ ସରକାରଙ୍କ ନିକଟରେ ରହିବ।  

ବୀମା ବଜାରରେ ନଭେମ୍ବର ୩୦, ୨୦୧୯ ତାରିଖ ପର୍ଯ୍ୟନ୍ତ ଏଲଆଇସିର ଅଂଶ ବଜାରରେ ୭୬। ୨୮ ପ୍ରତିଶତ ରହିଥିଲା। ବର୍ଷ ୨୦୧୯ ଆର୍ଥିକ ବର୍ଷରେ ଏଲଆଇସି ପ୍ରାୟ ୩। ୩୭ ଖରବ ଅର୍ଥ ଗ୍ରାହକଙ୍କ ପ୍ରିମିୟମରୁ ରୋଜଗାର କରିଥିଲା। ସେହିପରି ୨। ୨ ଖରବ ଅର୍ଥ ନିବେଶକମାନଙ୍କ ରିଟର୍ଣ୍ଣରୁ ଆୟ କରିଥିଲା ବୋଲି ଜଣାପଡ଼ିଛି।  

ଅଧିକ ପଢନ୍ତୁ: ବୁଡ଼ିଯିବ ଏଲଆଇସି ଟଙ୍କା!

ବର୍ଷ ୨୦୧୯ ଆର୍ଥିକ ବର୍ଷରେ ଇକ୍ୱିଟି ଇନଭେଷ୍ଟମେଣ୍ଟ ଜରିଆରେ ଏଲଆଇସିର ନିବେଶ ୨୮। ୩୨ ଖରବ ଅର୍ଥ ତଥା ଋଣ ମାଧ୍ୟମରେ ୧। ୧୭ ଖରବ ଅର୍ଥ ରୁପରେ ଓ ୩୪,୮୪୯ କୋଟି ଟଙ୍କା ମୁଦ୍ରା ଆକାରରେ ବଜାରରେ ପଡ଼ି ରହିଥିବା ଜଣାପଡ଼ିଛି। ତେବେ ୨୦୧୯-୨୦ ଆର୍ଥିକ ବର୍ଷରେ ସରକାର ୧। ୦୫ ଖରବ ଟଙ୍କା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ତାହା ୨୦୨୦-୨୧ ଆର୍ଥିକ ବର୍ଷରେ ବୃଦ୍ଧି କରି ୨। ୧ ଖରବ ଟଙ୍କାକୁ ବୃଦ୍ଧି କରିଛନ୍ତି।  

ସେପଟେ ଅର୍ଥନୈତିକ ବଜାରରେ ଏଲଆଇସିରୁ ପୁଞ୍ଜି ପ୍ରତ୍ୟାହାର ଘଟଣାକୁ ସ୍ୱାଗତ କରାଯାଇଛି। ଆସୋସିଏସନ ଅଫ ନ୍ୟାସନାଲ ଏକ୍ସଚେଞ୍ଜ ମେମ୍ବର୍ସ ଅଫ ଇଣ୍ଡିଆର ଅଧ୍ୟକ୍ଷ ବିଜୟ ଭୁଷଣ କୁହନ୍ତି ଏଲଆଇସିରୁ ପୁଞ୍ଜି ପ୍ରତ୍ୟାହାର ପ୍ରସ୍ତାବ ଉପସ୍ଥାପିତ ବଜେଟରେ ସବୁଠାରୁ ଆକର୍ଷଣ କେନ୍ଦ୍ର ରହିଥିଲା। ସାଉଦି ଆରବରେ ସରକାରୀ ତେଲ କମ୍ପାନୀ 'ଆରାମକୋ'ର ଷ୍ଟେଟ କମ୍ପାନୀରେ ତାଲିକାଭୁକ୍ତ ହେବା ଭଳି ଘଟଣା ହୋଇଛି।  

ସେହିଭଳି ମେଟ୍ରୋପଲିଟାନ ଷ୍ଟାକ ଏକ୍ସଚେଞ୍ଜର ସିଇଓ ବାଲୁ ନାୟାର କହିଛନ୍ତି, ଏଲଆଇସିର ଆଇପିଓ ମାଧ୍ୟମରେ ଆସୁଥିବା ନିବେଶକ ଅତି ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସେପଟେ ଏହି ପଦକ୍ଷେପ ମାଧ୍ୟମରେ ପ୍ରାଇମାରୀ ମାର୍କେଟରେ ଅଧିକ ଅର୍ଥ ଜୁଟାଇବାରେ ସହାୟତା କରିବାକୁ ହେବ ବୋଲି ସେ ଆଶା କରିଛନ୍ତି।  

ସେପଟେ କିନ୍ତୁ ଭରସାର ପ୍ରତିକ ଭାବେ ବିବେଚିତ ହେଉଥିବା ଏଲଆଇସିର ବିଗତ ୫ ବର୍ଷର ରିପୋର୍ଟ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। କମ୍ପାନୀର ନନ ପର୍ଫରମିଙ୍ଗ ଆସେଟ୍ସ ତଥା ଏନପିଏରେ ଦୁଇ ଗୁଣା ବୃଦ୍ଧି ପାଇଛି। କମ୍ପାନୀର ବାର୍ଷିକ ରିପୋର୍ଟ ମୁତାବକ ମାର୍ଚ୍ଚ ୨୦୧୯ ପର୍ଯ୍ୟନ୍ତ ଏନପିଏର ନିବେଶ ପ୍ରାୟ ୬। ୧୫ ଅନୁପାତ ବୃଦ୍ଧି ପାଇଛି। ଯାହା ୨୦୧୪-୧୫ ଆର୍ଥିକ ବର୍ଷରେ ଏହା ୩। ୩୦ ଅନୁପାତରେ ରହିଥିଲା। ବିଗତ ୫ ବର୍ଷରେ ଏହା ପ୍ରାୟ ଶତ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡ଼ିଛି।  

fallback

ସେହିଭଳି ଏଲଆଇସି ୨୦୧୮-୧୯ ଆର୍ଥିକ ବର୍ଷର ରିପୋର୍ଟ ଅନୁଯାୟୀ ମାର୍ଚ୍ଚ ୩୧, ୨୦୧୯ ଅନୁଯାୟୀ ଏନପିଏର ମୋଟ ରାଶି ୨୪, ୭୭୭ କୋଟି ଟଙ୍କା ରହିଥିଲା। ଏହି ସମୟରେ କମ୍ପାନୀ ଉପରେ ମୋଟ ୪ ଲକ୍ଷ କୋଟି ଟଙ୍କା ଋଣ ରହିଥିଲା। ତେବେ ଏଲଆଇସିର ମୋଟ ସମ୍ପତ୍ତି ହେଉଛି ୩୬ ଲକ୍ଷ କୋଟି ଟଙ୍କା ରହିଥିବା ଜଣାପଡ଼ିଛି।  

ତେବେ ଏଲଆଇସିର ଏଭଳି ଦେବାଳିଆ ପରିସ୍ଥିତି ହେବା ପଛରେ ମଧ୍ୟ ତାଜୁବ କରିବା ଭଳି କାରଣ ରହିଛି। ଏଲଆଇସି ବିଶେଷ କରି ଦିଓ୍ୱାନ ହାଉସିଂ, ରିଲାଏନ୍ସ କ୍ୟାପିଟାଲ, ଇଣ୍ଡିଆ ବୁଲ୍ସ ହାଉସିଂ ଫାଇନାନ୍ସ, ପିରାମିଲ କ୍ୟାପିଟାଲ ଓ ୟସ ବ୍ୟାଙ୍କ ଭଳି କମ୍ପାନୀ ଗୁଡ଼ିକ ଉପରେ ଅର୍ଥ ନିବେଶ କରିଥିଲା, ଉକ୍ତ କମ୍ପାନୀ ଗୁଡ଼ିକର ମଧ୍ୟ ଦେବାଳିଆ ପରିସ୍ଥିତି ହୋଇ ଯିବାରୁ ବନ୍ଦ ହୋଇ ଯାଇଛି। ଫଳରେ ଏଲଆଇସିକୁ ଅର୍ଥ ନ ଫେରିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।  

ଅଧିକ ପଢନ୍ତୁ: ଆପରେ ଅପରାଧି ଅଧିକ !

ଆରମ୍ଭରୁ ଏଲଆଇସି ନିକଟରେ ଆଇଡିବିଆଇ ବ୍ୟାଙ୍କର ୭ ରୁ ୭। ୫ ପ୍ରତିଶତ ଅଂଶ ରହିଥିଲା। ତେବେ ଆଇଡିବିଆଇର ପ୍ରାୟ ୫୧ ପ୍ରତିଶତ ଅଂଶ ପାଇଁ ଏଲଆଇସିକୁ ପ୍ରାୟ ୧୦ ରୁ ୧୩ ହଜାର କୋଟି ଟଙ୍କା ନିବେଶ କରିବାକୁ ପଡ଼ିଥିଲା। କେବଳ ଆଇଡିବିଆଇ ନୁହେଁ, ସାର୍ବଜନୀନ କ୍ଷେତ୍ରରେ ମଧ୍ୟ ଏଲଆଇସି ଅର୍ଥ ଲଗାଇଛି। ଏହା ମଧ୍ୟରେ ବିଶେଷ କରି ଓଏନଜିସି, ମହାରତ୍ନ କମ୍ପାନୀରେ ମଧ୍ୟ ଏଲଆଇସି ଅର୍ଥ ଲାଗିଛି। ସରକାରୀ ସିକ୍ୟୁରିଟି ଓ ସେୟାର ବଜାରରେ ମଧ୍ୟ ଏଲଆଇସିର ବାର୍ଷିକ ପ୍ରାୟ ୫୫ ରୁ ୬୫ ହଜାର କୋଟି ଟଙ୍କା ଲାଗିଥିବା ଜଣାପଡ଼େ।  

୨୦୦୯ରେ ସରକାର ରାଜସ୍ୱ କମିବା ଫଳରେ ସରକାରୀ କମ୍ପାନୀକୁ ବିକ୍ରି କରିବା ଆରମ୍ଭ କରିଦେଇଥିଲେ। ଯେତେବେଳେ ସରକାର ଏହି କମ୍ପାନୀକୁ ବିକ୍ରି କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଥିଲେ, ସେତେବେଳେ ଏହାକୁ କିଣିବା ପାଇଁ ଏଲଆଇସି ଆଗଭର ହୋଇଥିଲା। ୨୦୦୯ ରୁ ୨୦୧୨ ମସିହା ମଧ୍ୟରେ ସରକାର ପୁଞ୍ଜି ପ୍ରତ୍ୟାହାର କରି ପ୍ରାୟ ୯ ଆରବ ଡଲାର ଅର୍ଥ ହାସଲ କରିଥିଲେ। ଏହି ଅର୍ଥ ମଧ୍ୟରେ ଏଲଆଇସିର ଏକ ତୃତୀୟାଂଶ ଅର୍ଥ ରହିଥିଲା। ସେହି ସମୟରେ ଓଏନଜିସି ଦେବାଳିଆ ହୋଇ ଯାଇଥିବା ବେଳେ ଏଲଆଇସି ତାହାକୁ ସଫଳତା ଦେବାରେ ସାହାଯ୍ୟ କରିଥିଲା।