କେରଳ ସରକାରଙ୍କ ଅଭିନବ ପ୍ରୟାସ, ରାତିରେ ଚାଲିଲେ ମହିଳା
Advertisement
Article Detail0/zeeodisha/odisha617219

କେରଳ ସରକାରଙ୍କ ଅଭିନବ ପ୍ରୟାସ, ରାତିରେ ଚାଲିଲେ ମହିଳା


ମହିଳାଙ୍କ ପାଇଁ ନାହିଁ ସମୟ କଟକଣା, କହିଲା କେରଳ

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଆମ ସମାଜରେ ଆଜି ବି ମହିଳାଙ୍କ ପାଇଁ ବହୁ କଟକଣା ରହିଛି । ବିଶେଷକରି ରକ୍ଷଣଶୀଳ ପରିବାରରେ ଏହା ବେଶି ଦେଖିବାକୁ ମିଳିଥାଏ । ଯେପରିକି ମହିଳାକୁ ଏକୁଟିଆ ବାହାରକୁ ଯିବାକୁ ଦିଆଯାଏ ନାହିଁ । ସେହିପରି ମହିଳାଙ୍କ ପାଇଁ ସମୟ କଟକଣା ମଧ୍ୟ ଥାଏ । ଝିଅଟିକୁ ବେଶି ରାତି ପର୍ଯ୍ୟନ୍ତ ବାହାରେ ବୁଲିବାକୁ ବାରଣ କରାଯାଏ । ତେବେ ଏସବୁ ମାନସିକତାରୁ ଦୂରେଇ ରହିବା ପାଇଁ କେରଳ ସରକାର କରିଛନ୍ତି ଅଭିନବ ପ୍ରୟାସ । 

ନାଇଟ ୱାକ କଲେ ମହିଳା । ରବିବାର ରାତିରେ କେରଳ ରାଜଧାନୀ ଥୀରୁଅନନ୍ତପୁରମରେ ମହିଳା କରିଥିଲେ ନାଇଟ ୱାକ । ମହିଳାଙ୍କ ପାଇଁ ଯେ କୌଣସି ସମୟ କଟକଣା ରହିବା ଆବଶ୍ୟକ ନାହିଁ, ଏପରି କିଛି ବାର୍ତ୍ତା ଦେବାକୁ ଏପରି ନାଇଟ ୱାକର ଆୟୋଜନ କରିଥିଲେ କେରଳ ସରକାର । ଆଉ ଏଥିରେ ବହୁ ସଂଖ୍ୟାରେ ମହିଳା ମଧ୍ୟ ଅଂଶଗ୍ରହଣ କରିଥିଲେ । 

ଏପରି ପଦକ୍ଷେପକୁ ନେଇ କେରଳର ମନ୍ତ୍ରୀ କେକେ ସୈଲାଜା କହିଛନ୍ତି, ''ସମାଜକୁ ଏହି 'ନାଇଟ ୱାକ' ଏକ ସକରାତ୍ମର ବାର୍ତ୍ତା ଦେବ । ମହିଳାଙ୍କ ପାଇଁ କୌଣସି ସମୟ କଟକଣା ନାହିଁ, ଆଜିର ମହିଳା ଏଭଳି ମାନସିକତା ରଖି ଯେକୌଣସି ସମୟରେ ଘରୁ ପଦାକୁ ଗୋଡ କାଢିପାରିବେ ।'' 

ଆହୁରି ପଢ଼ନ୍ତୁ; ଦିନେ ଯେଉଁଠି ୧୧ ଜଣ ଆତ୍ମହତ୍ୟା କରିଥିଲେ, ଏବେ ତାହା 'ଜୀବନ ରକ୍ଷାକାରୀ ଘର'