ମାସର ଦ୍ୱିତୀୟ ଶନିବାର ଓ ରବିବାର ଦିନ ଖୋଲିବ ଲୋକସେବା ଭବନ ଉଦ୍ୟାନ
Advertisement
Article Detail0/zeeodisha/odisha622717

ମାସର ଦ୍ୱିତୀୟ ଶନିବାର ଓ ରବିବାର ଦିନ ଖୋଲିବ ଲୋକସେବା ଭବନ ଉଦ୍ୟାନ

ଏ ନେଇ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମାସର ଦ୍ୱିତୀୟ ଶନିବାର ଓ ରବିବାର ଦିନ  ଖୋଲିବ ଲୋକସେବା ଭବନ ଉଦ୍ୟାନ

ଭୁବନେଶ୍ୱର: ସର୍ବସାଧାରଣଙ୍କ ପାଇଁ ଖୋଲିବ ଲୋକସେବା ଭବନ ଉଦ୍ୟାନ । ଏ ନେଇ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାନୁଆରୀ ୧୧, ୧୨, ୧୯, ୨୫ ଓ ୨୬ ତାରିଖ ଦିନ ଖୋଲା ରହିବା ଲୋକସେବା ଭବନ ଉଦ୍ୟାନ । 

ଶୀତ ଦିନିଆ ବିଭିନ୍ନ କିସମର ଫୁଲର ସମ୍ଭାରରେ ଲୋକସଭା ଭବନର  ଉଦ୍ୟାନ ଅତ୍ୟନ୍ତ ମନୋରମ ରୂପ ଧାରଣ କରିଛି । ତେଣୁ ଏହି ଉଦ୍ୟାନର ଶୋଭା ଯେପରି ସାଧାରଣ ଲୋକ ଉପଭୋଗ କରିପାରିବେ ସେଥି  ପାଇଁ ଜାନୁଆରୀ ୧୧ ( ଦ୍ଵିତୀୟ ଶନିବାର), ଜାନୁଆରୀ ୧୨ ( ରବିବାର), ଜାନୁଆରୀ ୧୯ ( ରବିବାର ), ଜାନୁଆରୀ ୨୫ ( ଚତୁର୍ଥ ଶନିବାର) , ଜାନୁଆରୀ  ୨୬( ରବିବାର ତଥା ସାଧାରଣତନ୍ତ୍ର ଦିବସ ) ଦିନ ଅପରାହ୍ନ ୩ଟାରୁ  ୫ଟା ୩୦  ପର୍ଯ୍ୟନ୍ତ ସର୍ବସାଧାରଣ ଲାଗି ଖୋଲା ରହିବ । ଜନସାଧାରଣ ଉପରୋକ୍ତ ତାରିଖ ଦିନ ନିର୍ଧାରିତ ସମୟରେ ଲୋକସଭା ଭବନରେ ଏକ ନମ୍ବର ଗେଟ ଦେଇ ପ୍ରବେଶ କରିପାରିବେ ।