ଆପରେ ସାମିଲ ହେବେ କି ପ୍ରଶାନ୍ତ କିଶୋର ?
Advertisement

ଆପରେ ସାମିଲ ହେବେ କି ପ୍ରଶାନ୍ତ କିଶୋର ?

ଆପ୍ ସାଂସଦ ସଞ୍ଜୟ ସିଂହଙ୍କ ଏକ ବୟାନ ଏ ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଆପରେ ସାମିଲ ହେବେ କି ପ୍ରଶାନ୍ତ କିଶୋର ? ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ ପାଇଁ ଋଣନୀତି ପ୍ରସ୍ତୁତ କରି ବେଶ୍ ସଫଳ ହୋଇଥିଲେ ପ୍ରଶାନ୍ତ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ମଧ୍ୟ ତାଙ୍କ ସମ୍ପର୍କ ଆହୁରି ଦୃଢ଼ିଭୂତ ହୋଇଛି । ଆଉ ଏହାପରେ ନିକଟ ଅତୀତରେ ଜେଡିୟୁରୁ ବହିଷ୍କୃତ ହୋଇଥିବା ବିଶିଷ୍ଟ ନିର୍ବାଚନୀ ଋଣନୀତିକାର ପ୍ରଶାନ୍ତ କିଶୋରଙ୍କୁ ନେଇ ଚର୍ଚ୍ଚା ସରଗରମ । 

ଆପ୍ ସାଂସଦ ସଞ୍ଜୟ ସିଂହଙ୍କ ଏକ ବୟାନ ଏ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀରେ ସଞ୍ଜୟ କହିଛନ୍ତି, ଯଦି ପ୍ରଶାନ୍ତ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧିନ ଆପ୍ ରେ ସାମିଲ ହେବାକୁ ଚାହାଁନ୍ତି, ତେବେ ଏଥିରେ ଦଳର କୌଣସି ଆପତ୍ତି ନାହିଁ । ଆପରେ ମିଶିବା ନମିଶିବା ନିଷ୍ପତ୍ତି ପ୍ରଶାନ୍ତଙ୍କ ହାତରେ । 

ସିଏଏକୁ ବିରୋଧ କରୁଥିବା ପ୍ରଶାନ୍ତ କିଶୋରଙ୍କୁ କିଛି ଦିନ ପୂର୍ବରୁ ଜେଡିୟୁରୁ ବହିଷ୍କୃତ କରାଯାଇଥିଲା । ପରବର୍ତ୍ତୀ ସମୟରେ ପ୍ରଶାନ୍ତ ଏହା ଉପରେ ପ୍ରତିକ୍ରିୟା ରଖିଥିଲେ । ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ବିବାଦର ମୁଖ୍ୟ କାରଣ ଭାବରେ ବିଚାରଗତ ବିଭେଦତା ବୋଲି ଦର୍ଶାଇଥିଲେ ପ୍ରଶାନ୍ତ କିଶୋର । ଗତ ଲୋକସଭା ନିର୍ବାଚନ ପରେ ପରେ ହିଁ ଆମ ଭିତରେ ବିବାଦ ଆରମ୍ଭ ହୋଇଥିଲା ବୋଲି କହିଥିଲେ ପୂର୍ବତନ ଜେଡିୟୁ ନେତା । 

ଆହୁରି ପଢ଼ନ୍ତୁ; ଆଜିଠୁ 'ଖେଲୋ ଇଣ୍ଡିଆ', ଉଦଘାନଟ କରିବେ ପ୍ରଧାନମନ୍ତ୍ରୀ