ଉପ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅଜିତ ପାୱାର
Advertisement

ଉପ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅଜିତ ପାୱାର

ଉପ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଅଜିତ ପାୱାର । ଅନ୍ୟପକ୍ଷେ ଦେବେନ୍ଦ୍ର ଫଡନାଭିସ ମଧ୍ୟ ଇସ୍ତଫା ଦେଇ ପାରନ୍ତି ବୋଲି ଖବର ଆସିଛି । ସେ ଅପରାହ୍ନ ୩.୩୦ରେ ଏକ ପ୍ରେସ କନଫରେନ୍ସ ମଧ୍ୟ କରିବେ । 

 

ଫଟୋ ସୌଜନ୍ୟ: ଏଏନଆଇ

ମୁମ୍ୱାଇ: ମହାରାଷ୍ଟ୍ର ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ପରେ ରାଜନୀତିର ଛବି ସଂପୂର୍ଣ୍ଣ ଭାବେ ପରିବର୍ତ୍ତନ ହୋଇଯାଇଛି । ସଂଖ୍ୟା ଗରିଷ୍ଠତା ଦାବି କରୁଥିବା ବିଜେପିକୁ ଲାଗିଛି ଜୋରଦାର ଝଟକା । ଉପ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଅଜିତ ପାୱାର । ଅନ୍ୟପକ୍ଷେ ଦେବେନ୍ଦ୍ର ଫଡନାଭିସ ମଧ୍ୟ ଇସ୍ତଫା ଦେଇ ପାରନ୍ତି ବୋଲି ଖବର ଆସିଛି । ସେ ଅପରାହ୍ନ ୩.୩୦ରେ ଏକ ପ୍ରେସ କନଫରେନ୍ସ ମଧ୍ୟ କରିବେ । 

ଏହି ସମସ୍ତ ଘଟଣାକୁ ଦେଖିବା ପରେ ଲାଗୁଛି ମହାରାଷ୍ଟ୍ର ମହାନାଟକର କ୍ଲାଇମେକ୍ସ ଆଡ଼କୁ ବଢୁଛି । ଶନିବାର ଅଜିତ ପାୱାର ଉପ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଥିଲେ । କିନ୍ତୁ ବର୍ତ୍ତମାନ ଯାଏ ସେ ଉପ ମୁଖ୍ୟମନ୍ତ୍ରୀ ପଦର କାର୍ଯ୍ୟଭାର ସମ୍ଭାଳି ନଥିଲେ । ଏନସିପି ନେତାଙ୍କ ତରଫରୁ କ୍ରମାଗତ ଅଜିତଙ୍କ ଉପରେ ଇସ୍ତଫା ଦେବା କୁହାଯାଉଥିଲା । ଶେଷରେ ମଙ୍ଗଳବାର ସୁପ୍ରିମକୋର୍ଟରୁ ଆସିଥିବା ରାୟ ପରେ ସେ ଇସ୍ତଫା ଦେଇଛନ୍ତି ।

ଅନ୍ୟପଟେ ମହାରାଷ୍ଟ୍ରର ରାଜନୈତିକ ଅସ୍ଥିରତା ପ୍ରଭାବ ଦିଲ୍ଲୀରେ ମଧ୍ୟ ପଡୁଛି । ସୁପ୍ରିମକୋର୍ଟ ବୁଧବାର ସନ୍ଧ୍ୟା ୫ଟା ପୂର୍ବରୁ ଫ୍ଲୋର ଟେଷ୍ଟ କରାଇବାକୁ ଆଦେଶ ଦେଇଛନ୍ତି ।  ଏହା ପରେ ସମସ୍ତ ରାଜନୈତିକ ଦଳ ସକ୍ରିୟ ହୋଇ ଉଠିଛନ୍ତି । ଦିଲ୍ଲୀରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଅଧ୍ୟକ୍ଷ ଅମିତ ଶାହ ଏହି ମାମଲାରେ ବୈଠକ କରିଛନ୍ତି । ଏହି ବୈଠକରେ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଉପସ୍ଥିତ ଅଛନ୍ତି । ବିଜେପି ଆଗରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାର ସବୁଠାରୁ ବଡ଼ ଚ୍ୟାଲେଞ୍ଜ ରହିଛି ।