ମହାରାଷ୍ଟ୍ର ରାଜନୀତି: ସରକାରରେ ଫାଟ ଥିବା ନେଇ କଂଗ୍ରେସ ନେତାଙ୍କ ସ୍ୱୀକାରୋକ୍ତି
Advertisement
Article Detail0/zeeodisha/odisha695848

ମହାରାଷ୍ଟ୍ର ରାଜନୀତି: ସରକାରରେ ଫାଟ ଥିବା ନେଇ କଂଗ୍ରେସ ନେତାଙ୍କ ସ୍ୱୀକାରୋକ୍ତି

ମହାରାଷ୍ଟ୍ର ସରକାରରେ ଫାଟ ଥିବା ନେଇ ସ୍ୱୀକାର କରିଛନ୍ତି କଂଗ୍ରେସ ନେତା ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚଭନ |   

ମହାରାଷ୍ଟ୍ର ରାଜନୀତି: ସରକାରରେ ଫାଟ ଥିବା ନେଇ କଂଗ୍ରେସ ନେତାଙ୍କ ସ୍ୱୀକାରୋକ୍ତି

ମୁମ୍ବାଇ: ଗତବର୍ଷ ସରକାର ଗଠନ ହେବା ପରଠୁ ଚର୍ଚ୍ଚାରେ ରହିଛି ମହାରାଷ୍ଟ୍ର ରାଜନୀତି | ସବୁ ପୂର୍ବାନୁମାନକୁ ଭୁଲ ସାବ୍ୟସ୍ତ କରି ପାରମ୍ପରିକ ପ୍ରତିଦ୍ୱନ୍ଦୀ କଂଗ୍ରେସ-ଏନସିପିର ସମର୍ଥନ ବଳରେ ରାଜ୍ୟର ଶାସନଗାଦିରେ ବସିଛି ହିନ୍ଦୁତ୍ୱବାଦୀ ଦଳ ଶିବସେନା | ମାତ୍ର ଏହି ସରକାରରେ ଫାଟ ଥିବା ନେଇ ସ୍ୱୀକାର କରିଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ଉଦ୍ଧବ ଠାକରେଙ୍କ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା କଂଗ୍ରେସର ବରିଷ୍ଠ ନେତା ଅଶୋକ ଚଭନ |          

ଏହା ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି, ଆମେ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟିବାକୁ ଚାହିଁଥିଲୁ | ମାତ୍ର ଏହା ସମ୍ଭବ ହୋଇ ପାରିନାହିଁ | ଆସନ୍ତା ଦୁଇ ଦିନ ମଧ୍ୟରେ ତାଙ୍କୁ ସାକ୍ଷାତ କରିବା ନେଇ ଆଶାବାଦୀ ରହିଛୁ | ରାଜ୍ୟରେ କ୍ଷମତାସୀନ ମହାବିକାଶ ଅଗାଡି ସରକାର-ଅମଲତନ୍ତ୍ର ମଧ୍ୟରେ  କେତେକ ସମସ୍ୟା ରହିଛି |  ଏହା ପଛର କାରଣ ହେଉଛି ସରକାରରେ ମେଣ୍ଟ ଅଂଶୀଦାର ଭାବେ ସାମିଲ ଥିବା କଂଗ୍ରେସକୁ ଆବଶ୍ୟକୀୟ ଗୁରୁତ୍ୱ ଦିଆଯାଉନାହିଁ | ଏପରିକି ଅନେକ ଗୁରୁତ୍ୱପୂର୍ଣ୍ଣ ବୈଠକରୁ ଦଳକୁ ସରକାରୀ ବୈଠକରେ ଯୋଗ ଦେବାରୁ ବାଦ ଦିଆଯାଉଛି | କୋରୋନା ସ୍ଥିତି ସମେତ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସହ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ |    
  
ମାତ୍ର ଏପରି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବାକୁ କଂଗ୍ରେସ ନେତାଙ୍କୁ ନିମନ୍ତ୍ରଣ ଦିଆଯାଉନାହିଁ | କିଛି ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଦଳ ମଧ୍ୟରେ କିଛି ଅସନ୍ତୋଷ ରହିଛି, ଯାହାକୁ ଆମେ ସିଏମଙ୍କ ସହ ଆଲୋଚନା କରି ସମାଧାନ କରିବାକୁ ଚାହୁଁଥିବା ଦଳୀୟ ମହଲରୁ ଖବର ମିଳିଛି | ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସହ ସାକ୍ଷାତ କରିବାକୁ ଯାଉଛନ୍ତି ମହାରାଷ୍ଟ୍ର କଂଗ୍ରେସ କମିଟିର ଅଧ୍ୟକ୍ଷ ବାଲାସାହେବ ଥୋରାଟ ଏବଂ ଅଶୋକ ଚଭନ |   

ମହାରାଷ୍ଟ୍ର ରାଜ୍ୟପାଳଙ୍କ ପକ୍ଷରୁ ରାଜ୍ୟ ବିଧାନ ପରିଷଦକୁ ମନୋନୀତ ହେବାକୁ ଥିବା ସଦସ୍ୟ ଏବଂ ରାଜ୍ୟ ସରକାରଙ୍କସ ଦ୍ୱାରା ପରିଚାଳିତ ସଂସ୍ଥାରେ ନିଯୁକ୍ତି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ମହାରାଷ୍ଟ୍ର କଂଗ୍ରେସ |