କେଜ୍ରିୱାଲଙ୍କୁ ଡକାଯାଉ...
Advertisement

କେଜ୍ରିୱାଲଙ୍କୁ ଡକାଯାଉ...

କାହିଁକି ତଳେ ବସିଲେ ମନୋଜ ତିୱାରୀ ?

ଫଟୋ ସୌଜନ୍ୟ: ଜୀ ମିଡିଆ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ଜୀ ନ୍ୟୁଜର କନକ୍ଲେଭ India Ka DNAରେ ଦିଲ୍ଲୀ ବିଜେପି ସଭାପତି ମନୋଜ ତିୱାରୀ । ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କଲେ ଦିଲ୍ଲୀ ବିଜେପି ସଭାପତି । ବିଜେପିର ଯେକୌଣସି ନେତାଙ୍କ ସହ ଡିବେଟ ପାଇଁ ପ୍ରସ୍ତୁତ ବୋଲି କହିଥିଲେ କେଜ୍ରିୱାଲ । 

India Ka DNAରେ ମନୋଜ ତିୱାରୀ । ଅରବିନ୍ଦ କେଜ୍ରିୱାଲଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କଲେ ଦିଲ୍ଲୀ ବିଜେପି ସଭାପତି । ଡିବେଟ ପାଇଁ କେଜ୍ରିୱାଲ ବିଜେପି ନେତାଙ୍କୁ ଚ୍ୟାଲେଞ୍ଜ କରିଥିବା ଘଟଣା ଜୀ ନ୍ୟୁଜ କନକ୍ଲେଭରେ ମନୋଜ ତିୱାରୀଙ୍କୁ କୁହାଯାଇଥିଲା । ତେବେ ଏକଥା ଶୁଣି ହିଁ ଚଉକିରୁ ଓହ୍ଲାଇ ତଳେ ବସି ପଡ଼ିଥିଲେ ମନୋଜ ତିୱାରୀ । ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଡକାଯାଉ, ମୁଁ ଡିବେଟ ପାଇଁ ପ୍ରସ୍ତୁତ ବୋଲି ସେ କହିଥିଲେ । 

ସେହିପରି କେଜ୍ରିୱାଲଙ୍କ ଦ୍ୱାରା ମନୋଜ ତିୱାରୀଙ୍କ ଭଜପୁରୀ ଗୀତର ମଜାକ ଉଡ଼ାଯିବା ଉପରେ ମଧ୍ୟ ପ୍ରତିକ୍ରିୟା ରଖିଥିଲେ ମନୋଜ ତିୱାରୀ । କହିଥିଲେ, ଭଜପୁରୀର ମଜାକ ଉଡ଼ାଉଥିବା ଲୋକଙ୍କୁ ଜନତା ଉଚିତ ଜବାବ ଦେବେ । ଭଜପୁରୀର ଅପମାନକୁ ଜନତା କେବେ ମଧ୍ୟ ଗ୍ରହଣ କରିବେ ନାହିଁ । ସେହିପରି ଜୀ କନକ୍ଲେଭରେ ରିଙ୍କିୟା କେ ପାପା ଗୀତ ମଧ୍ୟ ଗାଇଥିଲେ ମନୋଜ ତିୱାରୀ । 

ଆହୁରି ପଢ଼ନ୍ତୁ; ଆମକୁ ଦିଲ୍ଲୀ ଦିଅ, ଆମେ ଏସବୁ ଦେବୁ।।।