ଆମକୁ ଦିଲ୍ଲୀ ଦିଅ, ଆମେ ଏସବୁ ଦେବୁ...
Advertisement

ଆମକୁ ଦିଲ୍ଲୀ ଦିଅ, ଆମେ ଏସବୁ ଦେବୁ...

ଜାଣନ୍ତୁ, ନିଜ ନିଜ ଇସ୍ତାହାରରେ କ'ଣ ସବୁ ପ୍ରତିଶ୍ରୁତି ଦେଇଛନ୍ତି ଆପ୍, ବିଜେପି ଓ କଂଗ୍ରେସ

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ପ୍ରକାଶ କରିଛନ୍ତି ନିଜ ନିଜ ଇସ୍ତାହାର ପତ୍ର । ପୂର୍ବରୁ ବିଜେପି ଓ କଂଗ୍ରେସ ଇସ୍ତାହାର ପତ୍ର ପ୍ରକାଶ କରିଥିବା ବେଳେ ଆଜି ଶାସକ ଆମ ଆଦମୀ ପାର୍ଟି ନିଜ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି । ଦିଲ୍ଲୀବାସୀଙ୍କୁ ବଡ଼ ବଡ଼ ସ୍ୱପ୍ନ ଦେଖାଇଛନ୍ତି ସମସ୍ତେ । କରିଛନ୍ତି ପ୍ରତିଶ୍ରୁତିର ବର୍ଷା । ଆସନ୍ତୁ ଜାଣିବା, କାହା ଇସ୍ତାହାରରେ କେଉଁ କେଉଁ ଜିନଷ ଉପରେ ଗୁରୁତ୍ୱ ଦିଆଯାଇଛି । 

ଶାସକ ଆପର ନିର୍ବାଚନୀ ଇସ୍ତାହର

  • ଦିଲ୍ଲୀ ଜନଲୋକପାଳ ବିଲ ପାସ କରିବା ପାଇଁ ଦିଲ୍ଲୀ ସ୍ୱରାଜ ବିଲ କେନ୍ଦ୍ର ସହ ମିଶି କାମ କରିବା
  • ଗରିବ ଲୋକଙ୍କ ଘରକୁ ରାଶନ ପହଞ୍ଚାଇବା
  • ୧୦ ଲକ୍ଷ ବୃର୍ଦ୍ଧବୃଦ୍ଧାଙ୍କ ପାଇଁ ତୀର୍ଥଯାତ୍ରା
  • ଦେଶଭକ୍ତି ପାଠ୍ୟକ୍ରମ
  • ସ୍କୁଲରେ ସ୍ପୋକନ ଇଂଲିଶ କ୍ଲାସ
  • ଯମୁନା ନଦୀର ସଫେଇ
  • ସଡ଼କର ସୌନ୍ଦର୍ଯ୍ୟକରଣ
  • କଲୋନୀ ପାଇଁ ସଫେଇ କର୍ମଚାରୀ ନିଯୁକ୍ତି, କାର୍ଯ୍ୟକ୍ଷେତ୍ରରେ ମୃତ୍ୟୁ ହେଲେ ୧ କୋଟି ସହାୟତା
  • ବନ୍ଦ ହୋଇ ପଡ଼ିଥିବା ଦୋକାନ ଖୋଲିବା
  • ୨୪ ଘଣ୍ଟା ବଜାର ଖୋଲିବା
  • ମହିଳାଙ୍କ ପାଇଁ ରୋଜଗାର
  • ଓବିସି ବର୍ଗର ପ୍ରମାଣପତ୍ର
  • କୃଷକଙ୍କ ପାଇଁ ଭୂମି ଅଧିଗ୍ରହଣ ବିଲ
  • ୨୦୧୫ରେ ଦିଲ୍ଲୀ ସରକାର ଜନଲୋକପାଳ ବିଲ ବିଧାନସଭାରେ ପାରିତ କରିଥିଲେ । ତାକୁ ସଂସଦରେ ପାରିତ କରିବା ପାଇଁ ଆପ୍ ସଙ୍ଘର୍ଷ ଜାରି ରଖିବ
  • ଦିଲ୍ଲୀ ସ୍ୱରାଜ ବିଧେୟକ ଆଣିବା ପାଇଁ ଉଦ୍ୟମ । ଏ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ସହ ମିଶି କାମ କରିବ ଆପ୍

ବିଜେପିର ନିର୍ବାଚନୀ ଇସ୍ତାହାର

  • ଗହମ ଅଟା କିଲୋ ପିଛା ୨ ଟଙ୍କାରେ ମିଳିବ
  • ଟେଙ୍କର ମୁକ୍ତ ହେବ ଦିଲ୍ଲୀ 
  • ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଆବାସ ଓ କିସାନ ସମ୍ମାନ ନିଧି ଯୋଜନା ଦିଲ୍ଲୀରେ ଲାଗୁ
  • ୧୦ ନୂଆ କଲେଜ, ୨୦୦ ନୂଆ ସ୍କୁଲ
  • ସମୃଦ୍ଧ ଦିଲ୍ଲୀ ଭିତ୍ତିଭୂମି ଯୋଜନା
  • ଗରିବ ପରିବାରର ଝିଅଙ୍କୁ ୨୧ ବର୍ଷ ହେଲେ ୨ ଲକ୍ଷ ଟଙ୍କା ପ୍ରଦାନ
  • ଦିଲ୍ଲୀକୁ ଅଳିଆ ମୁକ୍ତ
  • ୧୦ ଲକ୍ଷ ବେରୋଜଗାରୀଙ୍କୁ ରୋଜଗାର
  • ଯମୁନା ସଫେଇ
  • ଚୁକ୍ତିଭିତ୍ତିକ ଶ୍ରମିକ ପାଇଁ ଚାକିରି
  • ମହିଳାଙ୍କ ସୁରକ୍ଷା ପାଇଁ ରାଣୀ ଲକ୍ଷ୍ମୀବାଈ ମହିଳା ସୁରକ୍ଷା ଯୋଜନା
  • ଅଟୋ ଟ୍ୟାକ୍ସି ପାଇଁ ଷ୍ଟାଣ୍ଡ

କଂଗ୍ରେସର ନିର୍ବାଚନୀ ଇସ୍ତାହାର

  • ସ୍ନାତକ(ଗ୍ରାଜୁଏଟ) ବେକାରୀଙ୍କୁ ୫ ହଜାର ଟଙ୍କାର ଭତ୍ତା, ସ୍ନାତକତ୍ତୋର(PG) ବେକାରୀଙ୍କୁ ୭୫୦୦ ଟଙ୍କାର ଭତ୍ତା
  • ପାଣି ଓ ବିଜୁଳି ସେବା କ୍ଷେତ୍ରରେ କ୍ୟାସ ବ୍ୟାକ ଯୋଜନା
  • ମାସକୁ ୩ଶହ ୟୁନିଟ ବିଜୁଳି ଫ୍ରି
  • ପ୍ରଦୂଷଣରୁ ରକ୍ଷା ଏବଂ ପରିବହନ ସୁବିଧା ପାଇଁ ପ୍ରତିବର୍ଷ ୨୫ ପ୍ରତିଶତ ବଜେଟରେ ବ୍ୟୟବରାଦ
  • ୧୫ ଟଙ୍କାରେ ସୁଲଭ ଭୋଜନ, ୧୦୦ ଇନ୍ଦିରା କ୍ୟାଣ୍ଟିନ
  • ସିଏଏକୁ ହାଇକୋର୍ଟରେ ଚ୍ୟାଲେଞ୍ଜ
  • ଦିଲ୍ଲୀରେ କ୍ଷମତାକୁ ଆସିଲେ ଏନଆରସି ଓ ଏନପିଆର ଲାଗୁ କରିବାକୁ ଦେବ ନାହିଁ 

ଆହୁରି ପଢ଼ନ୍ତୁ; 'ଆମେ ଅସଲି ଗାନ୍ଧିଭକ୍ତ'