ଆଗୁଆ ଆସିପାରେ ମୌସୂମୀ, ଘନିଭୂତ ହେଉଛି ଲଘୁଚାପ
Advertisement

ଆଗୁଆ ଆସିପାରେ ମୌସୂମୀ, ଘନିଭୂତ ହେଉଛି ଲଘୁଚାପ

ଆସୁଛି ଲଘୁଚାପ, ଆଗୁଆ ଆସିପାରେ ମୌସୁମୀ । ଆସନ୍ତା ୮ ତାରିଖ ବେଳକୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । 

ଆଗୁଆ ଆସିପାରେ ମୌସୂମୀ, ଘନିଭୂତ ହେଉଛି ଲଘୁଚାପ

ଭୁବନେଶ୍ୱର: ଆସୁଛି ଲଘୁଚାପ, ଆଗୁଆ ଆସିପାରେ ମୌସୁମୀ । ଆସନ୍ତା ୮ ତାରିଖ ବେଳକୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ଲଘୁଚାପ ପ୍ରଭାବରେ ରାଜ୍ୟକୁ ମୌସୁମୀ ଆଗମନ ନେଇ ପାଗ ଅନୁକୂଳ ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । 

ଚଳିତ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ୧ ତାରିଖରେ କେରଳ ଛୁଇଁଥିବା ବେଳେ ଧୀରେଧୀରେ ସକ୍ରିୟ ହୋଇ ଗତିଶୀଳ ହେଉଛି । ଘନୀଭୂତ ହେବାକୁ ଥିବା ଲଘୁଚାପ ପ୍ରଭାବରେ ମୌସୁମୀ ବାୟୁ ଆହୁରି ଆଡଭାନ୍ସ ହେବାର ସମ୍ଭାବନା ରହିଛି ।  ସାଧାରଣତଃ କେରଳ ଛୁଇଁବାର ଦୁଇ ସପ୍ତାହ ମଧ୍ୟରେ ଓଡିଶା ଆସିଥାଏ ମୌସୁମୀ ବାୟୁ । ସେପଟେ ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା ୯ ତାରିଖରୁ ବର୍ଷାର ପରିମାଣ ବୃଦ୍ଧି ପାଇବା ସହ ପ୍ରବଳ ବର୍ଷା ହେବା ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । 

ଏହାସହ ଆସନ୍ତା ୨୪ ଘଣ୍ଟାରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କୋରାପୁଟ, ମାଲକାନାଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନବରଙ୍ଗପୁର ଜିଲ୍ଲାରେ ଘଡଘଡି ସହ ବର୍ଷା ଓ ବଜ୍ରପାତ ନେଇ ୟେଲୋ ୱାର୍ଣ୍ଣି ଜାରି କରିଛି କେନ୍ଦ୍ର ।