ଇସ୍ରୋ ଯିବେ ମାଓ ଇଲାକାର ପୁଅ
Advertisement
Article Detail0/zeeodisha/odisha613712

ଇସ୍ରୋ ଯିବେ ମାଓ ଇଲାକାର ପୁଅ

ଉପାନ୍ତ ମାଓ ପ୍ରବଣ ଅଞ୍ଚଳର ଛାତ୍ର ଯିବେ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ।

 ଇସ୍ରୋ ଯିବେ ମାଓ ଇଲାକାର ପୁଅ

 

ଅଶୋକ ମିଶ୍ର, ମାଲକାନଗିରି: ଇସ୍ରୋ ଯିବେ ଲାଲଗଡର ପୁଅ । ଉପାନ୍ତ ମାଓ ପ୍ରବଣ ଅଞ୍ଚଳର ଛାତ୍ର ଯିବେ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) । ନିଜର ଦୃଢ ଇଚ୍ଛାଶକ୍ତି ଏବଂ ପ୍ରତିଭା ବଳରେ ଏଭଳି ଅସମ୍ଭବକୁ ସମ୍ଭବ କରିଛନ୍ତି ମାଲକାନଗିରି ଜିଲ୍ଲା ବାଲିମେଳା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୧୦ମ ଶ୍ରେଣୀ ଛାତ୍ର ଅବିନାଶ ବେହେରା ।

ଅବିନାଶ , ରାଜ୍ୟସ୍ତରୀୟ ଯୁବ ଜ୍ୟୋର୍ତିବିଜ୍ଞାନ ପ୍ରତିଭା ଅନ୍ୱେଷଣ  କାର୍ଯ୍ୟକ୍ରମରେ ବିଜେତା ୨୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ସେ । ଚଳିତବର୍ଷ ଟାଟା ଷ୍ଟିଲ୍ କମ୍ପାନୀ ପକ୍ଷରୁ ଭୁବନେଶ୍ୱର  ପଠାଣି ସାମନ୍ତ ପ୍ଲାନେଟୋରିୟମରେ ଆୟୋଜିତ ହୋଇଥିଲା ଯୁବ ଜ୍ୟୋର୍ତିବିଜ୍ଞାନ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ । ଏଥିରେ ରାଜ୍ୟର ମୋଟ ୩୦୦ଟି ବିଦ୍ୟାଳୟରୁ ୬୨ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ହେଲେ ସେମାନଙ୍କ ମଧ୍ୟରୁ ନିଜର ପ୍ରତିଭା ଦେଖାଇ ସଫଳ ହୋଇଥିବା ୨୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଅବିନାଶ । ଅବିନାଶଙ୍କ ବାପା ଜଣେ ଶିକ୍ଷକ ଥିବା ବେଳେ ସେ ପିଲାଟି ଦିନରୁ ନିଜ ପୁଅକୁ ଜଣେ ଭଲ ମଣିଷ ରୂପେ ଗଢି ତୋଳିବା ପାଇଁ ପ୍ରୟାସ ଜାରି ରଖିଥିଲେ । ପିଲାଟି ଦିନରୁ ଅବିନାଶ ମହାକାଶ ବିଜ୍ଞାନ ଉପରେ ଗବେଷଣା କରିବାକୁ ରୁଚି ରଖିଥିଲେ । ଆଉ ତାଙ୍କର ଏହି ନିଷ୍ଠା ଓ କଠିନ ପରିଶ୍ରମ ଆଜି ତାଙ୍କୁ ସଫଳତାର ରାସ୍ତା ଦେଖାଇଛି । କେବଳ ଇସ୍ରୋ ନୁହେଁ ନାଶା ଯାଇ ସେ ଜଣେ ସଫଳ ମହାକାଶ ବୈଜ୍ଞାନିକ ହୋଇପାରିବେ ବୋଲି ଆଶା ରଖିଛନ୍ତି ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀ ।

fallback୧୪୭ ତମ ନିର୍ବାଚନ ମଣ୍ଡଳୀ ଚିତ୍ରକୋଣ୍ଡାର ଏହି ଛାତ୍ର ବିଜ୍ଞାନ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇ ଆଦିବାସୀ ତଥା ଲାଲଗଡ ପାଇଁ ଗର୍ବ ଓ ଗୌରବ ଆଣିଥିବା କହିଛନ୍ତି ବିଦ୍ୟାଳୟର ପ୍ରଧାନ ଗୁରୁଜୀ । ଅନ୍ତରୀକ୍ଷ ବିଜ୍ଞାନ କ୍ଷେତ୍ରରେ ଭାରତର ଅବଦାନ ଉଲ୍ଲେଖନୀୟ । ତେବେ ଯୁବପୀଢିଙ୍କୁ ଉଦ୍ଭାବନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆଗ୍ରହ ସୃଷ୍ଟି କରିବାକୁ ଏଭଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ଅନେକ ଯୁବପିଢିଙ୍କୁ ସଫଳତା ଆଣିଦେବ । ଅବିନାଶ ଙ୍କ ଏଭଳି ସଫଳତା ଯୋଗୁଁ ପୁରା ଜିଲ୍ଲା ଗର୍ବନ୍ଵିତ ହୋଇଥିବା ବେଳେ ଆଗକୁ ମଧ୍ୟ ଅବିନାଶ ଜିଲ୍ଲାର ନାମ ରଖିବାରେ ସଫଳ ହେବେ ବୋଲି ବିଦ୍ୟାଳୟର ଶିକ୍ଷକ ମତ ରଖିଛନ୍ତି ।

ମାଲକାନଗିରି ଭଳି ଆଦିବାସୀ ବହୁଳ ଓ ମାଓଗଡ ରୂପେ ପରିଚିତ ଜିଲ୍ଲାର ଯୁବପିଢୀ ଦିନକୁ ଦିନ ଜିଲ୍ଲାପାଇଁ ଗୌରବ ଅନୁଥିବା ବେଳେ ରାଜ୍ୟ ସରକାର ଜିଲ୍ଲା ପ୍ରତି ବିଶେଷ ଦୃଷ୍ଟି  ଦେଲେ ଏଭଳି ଅନେକ ଲୁକ୍କାୟତ ପ୍ରତିଭା ସାମ୍ନାକୁ ଆସିବା ସହ ଦେଶ ପାଇଁ ଗୌରବ ଆଣିପାରିବେ ।