ମରକଜ ମାମଲା: ୮୧୬ ବିଦେଶୀ ଜମାତିଙ୍କୁ ନୋଟିସ ପଠାଇଲା କ୍ରାଇମବ୍ରାଞ୍ଚ
Advertisement
Article Detail0/zeeodisha/odisha685434

ମରକଜ ମାମଲା: ୮୧୬ ବିଦେଶୀ ଜମାତିଙ୍କୁ ନୋଟିସ ପଠାଇଲା କ୍ରାଇମବ୍ରାଞ୍ଚ

ନୂଆଦିଲ୍ଲୀ ମରକଜ ମାମଲାରେ ୮୧୬ ବିଦେଶୀ ଜମାତିଙ୍କୁ ନୋଟିସ ପଠାଇଛି ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ |    

ମରକଜ ମାମଲା: ୮୧୬ ବିଦେଶୀ ଜମାତିଙ୍କୁ ନୋଟିସ ପଠାଇଲା କ୍ରାଇମବ୍ରାଞ୍ଚ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନୂଆଦିଲ୍ଲୀର ହଜରତ ନିଜ୍ଜାମୁଦ୍ଦିନ ମରକଜରେ ଆୟୋଜିତ ତବଲିଗ ଜମାତ କାର୍ଯ୍ୟକ୍ରମ ମାମଲାରେ ୮୧୬ ବିଦେଶୀ ଜମାତିଙ୍କୁ ନୋଟିସ ପଠାଇଲା ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ | ଏହାକୁ ଆୟୋଜିତ କରିଥିବା ମୌଲନା ସାଦ ବିବାଦ ଘେରରେ ରହି ସାରିଛନ୍ତି |   

ସିଆରପିସି ୪୧(ଏ) ଆଧାରରେ ଏହି ବିଦେଶୀ ଜମାତିଙ୍କୁ ନୋଟିସ ଜାରି କରିଛି କ୍ରାଇମବ୍ରାଞ୍ଚ | ସମସ୍ତ ୮୧୬ ବିଦେଶୀ ଜମାତି କ୍ୱାରେଣ୍ଟାଇନରେ ସେଣ୍ଟରରେ ରହୁଛନ୍ତି | ପୂର୍ବରୁ କିଛି ବିଦେଶୀ ଜମାତିଙ୍କୁ ନୋଟିସ ଜାରି କରି  ପଚାରଉଚରା ହୋଇସାରିଛି | ଯେଉଁ ୧୯୦୦ ଜମାତିଙ୍କ ଏଲଓସି ଖୋଲାଯାଇଛି, ସେମାନଙ୍କର ଯାଞ୍ଚ ଚାଲିଛି | ଏହା ବ୍ୟତୀତ ତବଲିଗ ଜମାତ କାର୍ଯ୍ୟକ୍ରମର ଆୟୋଜକ ମୌଲନା ସାଦ ସମେତ ଅନ୍ୟ ଅଭିଯୁକ୍ତଙ୍କ ପାସପୋର୍ଟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି |