କୋରୋନା ଆକ୍ରାନ୍ତ ଡାକ୍ତରଙ୍କ ମୃତ୍ୟୁ, ପରିବାରର ଅନ୍ୟ ୬ ସଦସ୍ୟଙ୍କ ରିପୋର୍ଟ ମଧ୍ୟ...
Advertisement
Article Detail0/zeeodisha/odisha668074

କୋରୋନା ଆକ୍ରାନ୍ତ ଡାକ୍ତରଙ୍କ ମୃତ୍ୟୁ, ପରିବାରର ଅନ୍ୟ ୬ ସଦସ୍ୟଙ୍କ ରିପୋର୍ଟ ମଧ୍ୟ...

ମେଘାଳୟରେ ୬୯ ବର୍ଷୀୟ କୋରୋନା ଆକ୍ରାନ୍ତ ଡାକ୍ତରଙ୍କ ମୃତ୍ୟୁ ହୋଇଛି । ସେ ରାଜ୍ୟର ପ୍ରଥମ କୋରୋନା ଆକ୍ରାନ୍ତ ଥିଲେ । 

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ମେଘାଳୟରେ ୬୯ ବର୍ଷୀୟ କୋରୋନା ଆକ୍ରାନ୍ତ ଡାକ୍ତରଙ୍କ ମୃତ୍ୟୁ ହୋଇଛି । ସେ ରାଜ୍ୟର ପ୍ରଥମ କୋରୋନା ଆକ୍ରାନ୍ତ ଥିଲେ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ପରିବାରର ଅନ୍ୟ ୬ ଜଣ କୋରୋନା ପଜିଟିଭ ବୋଲି ଜଣାପଡ଼ିଛି । ସୂତ୍ର ଅନୁସାରେ, ମେଘାଳୟ ରାଜଧାନୀ ଶିଲଙ୍ଗର ଏକ ମେଡିକାଲରେ କାର୍ଯ୍ୟରତ ଡାକ୍ତର(ଯାହାଙ୍କ ମୃତ୍ୟୁ ହୋଇଛି) ନିକଟ ଅତୀତରେ କୁଆଡ଼େ ମଧ୍ୟ ଯାତ୍ରା କରିନଥିଲେ । 

ତେବେ ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ୨ ହଜାର ଲୋକଙ୍କୁ ଚିହ୍ନଟ କରାଯାଇଛି । ସେହିପରି ତାଙ୍କ ସଂସ୍ପର୍ଶରେ ଆସିଥିବା ଏବଂ ଚିହ୍ନଟ ହୋଇପାରିନଥିବା ଲୋକେ ନିଜ ଆଡ଼ୁ ସୂଚନା ଦେବାକୁ ସରକାର ଅପିଲ କରିଛନ୍ତି । ସେହିପରି କୋରୋନା ଭାଇରସକୁ ମାତ୍ ଦେବା ପାଇଁ ସମସ୍ତେ ମାସ୍ତ ବ୍ୟବହାର କରିବାକୁ ମେଘାଳୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ତେବେ ଯଦି ପୂର୍ବତ୍ତୋର ରାଜ୍ୟ କଥା ଦେଖିବା, ତେବେ କେବଳ ସିକିମରେ କୋରୋନା ପହଞ୍ଚିପାରିନାହିଁ । 

ଭାରତରେ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୪୩୯ରେ ପହଞ୍ଚିଛି । ଏପର୍ଯ୍ୟନ୍ତ ୩୭୭ ଜଣଙ୍କ କୋରୋନା ଯୋଗୁ ମୃତ୍ୟୁ ମଧ୍ୟ ହେଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ୧୦୭୬ ଟି ମାମଲା ସାମ୍ନାକୁ ଆସିଛି । ସେହିପରି ୩୮ ଜଣଙ୍କ ମୃତ୍ୟୁ ହୋଇଛି । କୋରୋନା ଭାଇରସକୁ ମାତ ଦେବା ଏବେ ସମଗ୍ର ଦେଶ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସାବ୍ୟସ୍ତ ହୋଇଛି ।