ଜାକର୍ତ୍ତା ରାମ୍ପରେ ଚାଲିବେ ମିସ୍ କୋରାପୁଟ
Advertisement
Article Detail0/zeeodisha/odisha595560

ଜାକର୍ତ୍ତା ରାମ୍ପରେ ଚାଲିବେ ମିସ୍ କୋରାପୁଟ

ଜାକର୍ତ୍ତାରେ ରାମ୍ପରେ ଚାଲିବେ ମିସ୍ କୋରାପୁଟ

ଜାକର୍ତ୍ତାରେ ରାମ୍ପରେ ଚାଲିବେ ଓଡ଼ିଆ ଝିଅ

ଶୁଭଦ୍ରା ବେହେରା, ଭୁବନେଶ୍ୱର: ଓଡ଼ିଆ ଝିଅ କୌଣସି ଗୁଣରେ କମ୍ ନୁହଁନ୍ତି  । ଦେଶ ତଥା ଦେଶ ବାହାରେ ଓଡ଼ିଆ ଝିଅ କମାଲ କରୁଛନ୍ତି ।  । ସବୁ କ୍ଷେତ୍ରରେ ଓଡିଆ ଝିଅ ନିଜର ଟ୍ୟାଲେଣ୍ଟ ପ୍ରଦର୍ଶିତ କରିଛନ୍ତି । ବିଜ୍ଞାନ ଠାରୁ ଆରମ୍ଭ କରି ଖେଳକୁଦ ଏବଂ ମନୋରଞ୍ଜନତଥା ରାଜନୈତିକ  କ୍ଷେତ୍ରରେ ମଧ୍ୟ  ଆମ ଓଡ଼ିଆ ଝିଅ ଦେଶ ତଥା ଦେଶ ବାହାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି । ଆଜି ଆମେ ଆଉ ଏକ ଓଡ଼ିଆ ଝିଅଙ୍କ ବିଷୟରେ କହୁଛୁ ଯିଏ ନିଜର ଟ୍ୟାଲେଣ୍ଟ ପ୍ରଦର୍ଶନ ପାଇଁ ଇଣ୍ଡୋନେସିଆର ଜାକର୍ତ୍ତା ଯିବେ ।

fallback

ଜାକର୍ତ୍ତା ଯିବେ ଓଡ଼ିଆ ଝିଅ । ଦାମନଯୋଡ଼ି ଭେଜାପୁଟର ଝିଅ ମିସ ସିମ୍ରନ ଇଣ୍ଡୋନେସିଆର ଜାକର୍ତ୍ତାକୁ ଯିବେ ।  ମିସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି ଓଡ଼ିଆ ଝିଅ ମିସ୍ ସିମ୍ରନ । ଭେଜାପୁଟ ଜଲଜିତ ବାଘଙ୍କ ଝିଅ ସାନ୍ତ୍ୱନା ବି ସିମ୍ରନ । ସେ ମିସ୍ ସିମ୍ରନ ଭାବେ ପରିଚିତ । ପୂର୍ବରୁ ସେ ମିସ୍ କୋରାପୁଟ-୨୦୧୯ ମଧ୍ୟ ହୋଇସାରିଛନ୍ତି । ଫ୍ୟାସନ ଫିଏଷ୍ଟା ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଅନଲାଇନ ମାଧ୍ୟମରେ ଏହି ପ୍ରତିଯୋଗିତା ପାଇଁ  ଅଡିସନ ହୋଇଥିଲା । ଆଉ ଏହି ଅଡିସନରେ ମିସ୍ ସିମ୍ରନ ମନୋନୀତ ହୋଇଥିଲେ । ନିକଟରେ ଭାଇଜାଗରେ ଏଥିପାଇଁ ପ୍ରି ଫଟୋ ସୁଟ୍ ମଧ୍ୟ ସରିଛି । ଯେଉଁଥିରେ ମନୋନୀତ ହୋଇଥିବା ମଡେଲ ମାନଙ୍କର ପୋର୍ଟଫୋଲିଓ ସୁଟ ହୋଇଥିଲା । ଫ୍ୟାସନ ପିଏଷ୍ଟା ତରଫରୁ ମିସ୍ ଇଣ୍ଡିଆ  ଇଣ୍ଟରନ୍ୟାସନାଲ ଏବଂ ମିସେସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ପ୍ରତିଯୋଗିତାର ଆୟୋଜନ କରାଯାଉଛି । ମିସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ପାଇଁ ୩୦ ଜଣ ଯୁବତୀ ଏବଂ ମିସେସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ପାଇଁ ମଧ୍ୟ ୩୦ ଜଣ ମହିଳା ଚୟନ ହୋଇଛନ୍ତି । ତେବେ ମିସ୍ ଇଣ୍ଡିଆର ୩୦ ଜଣ ପ୍ରତିଯୋଗୀଙ୍କ ଭିତରେ ଏକମାତ୍ର ଓଡ଼ିଆ ଭାବେ ମିସ୍ ସିମ୍ରନ ମନୋନୀତ ହୋଇଛନ୍ତି ।

fallback

ଆସନ୍ତା ନଭେମ୍ବର ୧୪ରେ ଜାକର୍ତ୍ତାରେ ଅନୁଷ୍ଠିତ ହେବ ଇଣ୍ଟରନ୍ୟାସନାଲ ମିସ୍ ଇଣ୍ଡିଆ ପ୍ରତିଯୋଗିତା । ଏହି ପ୍ରତିଯୋଗିତା ନଭେମ୍ବର ୧୯ ପର୍ଯ୍ୟନ୍ତ ଚାଲିବ । ଏକମାତ୍ର ଓଡ଼ିଆ ଭାବେ ଦାମନଯୋଡିରୁ ସିମ୍ରନ ମନୋନୀତ ହୋଇଥିବାରୁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଏନେଇ ଦାମନଯୋଡି ରୋଟାରୀ କ୍ଲବ, ଯୁନାଇଟ୍ସ ନାଲକୋ  ପକ୍ଷରୁ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ରୋଟାରୀ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ରହି ମିସ୍ ସିମ୍ରନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନାଲକୋ କ୍ଲବ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ତାଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି । ନାଲକୋ ଇଡି ରବି ଶଙ୍କର ଦାଶ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଜାକର୍ତ୍ତାରେ ସିମ୍ରନ ନିଶ୍ଚୟ ସଫଳତାର ମୁକୁଟ ପିନ୍ଧିବେ ଏହା ସମସ୍ତ  ଓଡ଼ିଶାବାସୀଙ୍କ ବିଶ୍ୱାସ ।

fallback