ପାଟନାରେ ପୋଷ୍ଟର: ନୀତିଶଙ୍କୁ ଖୋଜି ଆଣିଲେ ବିହାର କୃତଜ୍ଞ ହେବ
Advertisement
Article Detail0/zeeodisha/odisha611140

ପାଟନାରେ ପୋଷ୍ଟର: ନୀତିଶଙ୍କୁ ଖୋଜି ଆଣିଲେ ବିହାର କୃତଜ୍ଞ ହେବ

ନୀତିଶ ନିଖୋଜ !

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନିଖୋଜ ପୋଷ୍ଟର । ରାଜଧାନୀ ପାଟନାରେ ଏଭଳି ପୋଷ୍ଟର ଦେଖିବାକୁ ମିଳିଛି । ଏନଆରସି ଏବଂ ସିଏଏକୁ ନେଇ ନୀତିଶ ମୌନ ! ଯେଉଁଥିପାଇଁ ଏଭଳି ପୋଷ୍ଟର ଲଗାଯାଇଥିବା କୁହାଯାଉଛି । କ୍ଷମତା ନିଶାରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରୁଥିବା ଅଭିଯୋଗ ହେଉଛି । ଏପରିକି ନିଜର ପୂର୍ବ ଆଭିମୁଖ୍ୟରେ ମଧ୍ୟ ପରିବର୍ତ୍ତନ ଆଣିବାକୁ ବାଧ୍ୟ ହେଉଛନ୍ତି । ଯାହାକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ବିରୋଧୀ । 

ନୀତିଶ ନିଖୋଜ ! ପାଟନାର ବିଭିନ୍ନ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ନିଖୋଜ ପୋଷ୍ଟର ।ଏହି ପୋଷ୍ଟର କିଏ ଲଗାଇଛି, ତାହା ସ୍ପଷ୍ଟ ହୋଇନି । ତେବେ ପୋଷ୍ଟରର ଲେଖାରୁ ସ୍ପଷ୍ଟ ବାରି ହେଉଛି ଉଭୟ ଏନଆରସି ଏବଂ ସିଏଏକୁ ନେଇ ନୀତିଶ ମୌନ ରହୁଥିବାରୁ ଏଭଳି ପୋଷ୍ଟର ମରାଯାଇଛି ।

ବିହାରରେ ବିଜେପି ସହ ମିଶି ସରକାର ଗଢିଛନ୍ତି ଜେଡିୟୁ ନେତା ନୀତିଶ କୁମାର । ଯଦିଓ ଦଳର ଅନେକ ନେତା ଏନଆରସି ଏବଂ ଏନଏଏକୁ ବିରୋଧ କରୁଛନ୍ତି, ତଥାପି ମଧ୍ୟ ଏହି ବିଲ ପାରିତ କରିବା ବେଳେ ସମର୍ଥନ ଦେଇଥିଲା ନୀତିଶଙ୍କ ଦଳ ଜେଡିୟୁ । ଯାହାକୁ ନେଇ ନୀତିଶଙ୍କୁ କଡା ସମାଲୋଚନା କରାଯାଉଛି । କ୍ଷମତା ଲୋଭରେ ନୀତିଶ ଏବେ ବିଜେପିର କଣ୍ଢେଇ ପାଲଟିଥିବା ବିରୋଧୀ ସମାଲୋଚନା କରୁଛନ୍ତି । ଆଉ ଏହାରି ଭିତରେ ନୀତିଶଙ୍କ ନିଖୋଜ ପୋଷ୍ଟର ସାମନାକୁ ଆସିଛି । ଯିଏ ନୀତିଶଙ୍କୁ ଖୋଜି ବାହାର କରିବ, ତା ପାଖରେ ବିହାର ସବୁବେଳେ କୃତଜ୍ଞ ରହିବ ବୋଲି ଏଥିରେ ଉଲ୍ଲେଖ ରହିଛି । 

ଆହୁରି ପଢନ୍ତୁ; 'ଇଟା ଖଣ୍ଡେ ଖଣ୍ଡେ ଦିଅ, ରାଷ୍ଟ୍ରୀୟ ମନ୍ଦିର ଗଢିବା'