'ଇଟା ଖଣ୍ଡେ ଖଣ୍ଡେ ଦିଅ, ରାଷ୍ଟ୍ରୀୟ ମନ୍ଦିର ଗଢିବା'
Advertisement
Article Detail0/zeeodisha/odisha611108

'ଇଟା ଖଣ୍ଡେ ଖଣ୍ଡେ ଦିଅ, ରାଷ୍ଟ୍ରୀୟ ମନ୍ଦିର ଗଢିବା'


ଦଳ ପାଇଁ ଭୋଟ୍, ରାମ ମନ୍ଦିର ପାଇଁ ଇଟା ମାଗୁଛନ୍ତି ଯୋଗୀ

ଫାଇଲ ଫଟୋ

ନୂଆଦିଲ୍ଲୀ: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ସରଗରମ ରହିଛି । ୪ଟି ପର୍ଯ୍ୟୟ ମଦଦାନ ସରିଲାଣି । ପଞ୍ଚମ ତଥା ଶେଷ ପର୍ଯ୍ୟୟ ମତଦାନ ଆସନ୍ତା ୨୦ ତାରିଖରେ ହେବ । ଗଡ ବଜାଏ ରଖିବା ପାଇଁ ବିଜେପି ଜୋରସୋରରେ ପ୍ରଚାର କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ପ୍ରଚାରରେ ମାତିଛନ୍ତି । ତେବେ ବିଭିନ୍ନ ରାଲିରେ ପ୍ରଚାର ବେଳେ ଯୋଗୀ କେବଳ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁନାହାଁନ୍ତି,  ରାମ ମନ୍ଦିର ପାଇଁ ଇଟା ମଧ୍ୟ ମାଗୁଛନ୍ତି । 

ଦଳ ପାଇଁ ଭୋଟ, ମନ୍ଦିର ପାଇଁ ଇଟା । ରାମ ମନ୍ଦିର ପାଇଁ ଇଟା ଯୋଗାଡରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ । ପରିବାର ପିଛା ଗୋଟିଏ ଲେଖାଏଁ ଇଟା ଦେବାକୁ ଯୋଗୀଙ୍କ ନିବେଦନ । ନିର୍ବାଚନ ପ୍ରଚାର ବେଳେ ଯୋଗୀ ଏମିତି କିଛି ଢଙ୍ଗରେ ଇଟା ମାଗୁଛନ୍ତି । କହୁଛନ୍ତି, ''ରାମ ମନ୍ଦିର ରାଷ୍ଟ୍ରୀୟ ମନ୍ଦିର ହେବ । ଭଗବାନ ଶୀରାମଙ୍କ ଜନ୍ମଭୂମିରେ ଏହାକୁ ନିର୍ମାଣ କରାଯିବ । ଭାରତର ଆତ୍ମା ହେବ ରାମ ମନ୍ଦିର । ବିଶ୍ୱରେ ଦେଶର ଗଣତନ୍ତ୍ର ଏବଂ ନ୍ୟାୟପାଳିକାକୁ ଏହା ମଜଭୁତ କରିବ ।''

ଏହି ମନ୍ଦିର ନିର୍ମାଣ ପାଇଁ ୫ଶହ ବର୍ଷ ହେଲା ହିନ୍ଦୁମାନେ ସଂଗ୍ରାମ କରିଥିଲେ । ବହୁ ହିନ୍ଦୁ ନିଜ ଜୀବନ ସମର୍ପଣ କରିଥିଲେ ବୋଲି କହିଛନ୍ତି ଯୋଗୀ । ପରିବାର ପିଛା ଗୋଟିଏ ଇଟା ଶହ ୧୧ଟଙ୍କା ଦେବାକୁ ସେ ନିବେଦନ କରୁଛନ୍ତି । ଗତ ନଭେମ୍ବର ୯ରେ ରାମ ମନ୍ଦିର ନିର୍ମାଣ ପାଇଁ ପଥ ପରିଷ୍କାର କରିଥିଲେ ଦେଶର ସର୍ବୋଚ୍ଚ ଅଦାଲତ । 

ଆହୁରି ପଢନ୍ତୁ; 'ଆମେ ବଦଳିବୁନି, ହିନ୍ଦୁତ୍ୱବାଦୀ ହୋଇ ରହିବୁ'