ନାଇଟ୍ ମୋଡ଼ରେ ରଖୁଛନ୍ତି କି ମୋବାଇଲ୍ ?
Advertisement
Article Detail0/zeeodisha/odisha613237

ନାଇଟ୍ ମୋଡ଼ରେ ରଖୁଛନ୍ତି କି ମୋବାଇଲ୍ ?

ଏହା ଶରୀରକୁ ସିଧା ସଳଖ କ୍ଷତି ପହଞ୍ଚାଏ 

 ନାଇଟ୍ ମୋଡ଼ରେ ରଖୁଛନ୍ତି କି ମୋବାଇଲ୍ ?

ଶୁଭଶ୍ରୀ ମହାପାତ୍ର, ଭୁବନେଶ୍ୱର : ସାଧାରଣତଃ ଲୋକଙ୍କ ମନରେ ଧାରଣା ଥାଏ ଯେ, ମୋବାଇଲକୁ ରାତିରେ ନାଇଟ ମୋଡରେ ରଖିବା ଭଲ । ଫଳରେ ଆଖିରେ ଏହାର ପ୍ରଭାବ କମ୍ ପଡ଼ିବ । ପର୍ଯ୍ୟାପ୍ତ ମାତ୍ରାରେ ନିଦ୍ରା ମଧ୍ୟ ହେବ।  କିନ୍ତୁ ଏହା ଭୁଲ୍ ସାବ୍ୟସ୍ତ ହୋଇଛି । ନିକଟରେ ମଞ୍ଚେଷ୍ଟର ୟୁନିଭର୍ସିଟି ଦ୍ୱାରା କରାଯାଇଥିବା ଗବେଷଣାରୁ ମୋବାଇଲ୍ ଓ ନିଦ୍ରା ସଂପର୍କରେ ଏକ ତଥ୍ୟ ସାମ୍ନାକୁ ଆସିଛି । ନାଇଟ୍ ମୋଡ଼ରୁ ମୋବାଇଲରୁ ଆସୁଥିବା ହଳଦିଆ ରଶ୍ମି ମାରାତ୍ମକ ଅଟେ । ଏହା ଶରୀରକୁ ସିଧା ସଳଖ କ୍ଷତି ପହଞ୍ଚାଏ । ମସ୍ତିଷ୍କକୁ ସକାଳ ହେଲା ଭଳି ବାର୍ତ୍ତା ଯାଏ । ଫଳରେ ମଣିଷ ବାରମ୍ବାର ନିଦ୍ରାରୁ ଉଠିଥାଏ । ସାଧାରଣତଃ ମୋବାଇଲରୁ ବାହାରୁଥିବା ନୀଳ ରଶ୍ମି କ୍ଷତିକାରକ ଅଟେ । କିନ୍ତୁ ନାଇଟମୋଡରୁ ନିର୍ଗତ ହଳଦିଆ ରଶ୍ମି ଅଧିକ ମାରାତ୍ମକ । ଏହା ଅନିଦ୍ରା ବା ଇନସୋମାନିଆର କାରଣ ହୋଇଥାଏ ।

fallback ସ୍ମାର୍ଟଫୋନ୍ ଓ ଇନସୋମାନିଆ

   ସାଧାରଣତଃ ୭୨ ପ୍ରତିଶତ ଲୋକ ଶୋଇବା ପୂର୍ବରୁ ମୋବାଇଲ୍ ବ୍ୟବହାର କରନ୍ତି ।
   ୮ରୁ ୧୨ ପ୍ରତିଶତ ଲୋକ ବେଡ଼କୁ ଯିବା ପୂର୍ବରୁ ମୋବାଇଲ ବ୍ୟବହାର ଓ ଏହାର କୁ ପ୍ରଭାବ ଉପରେ ଅବଗତ ଅଛନ୍ତି ।
   ସାଧାରଣତଃ ମହିଳାଙ୍କ ତୁଳନାରେ ପୁରୁଷ ଅର୍ଥାତ୍ ୬୫ପ୍ରତିଶତ ବ୍ୟକ୍ତି ପାଖରେ ଫୋନ୍ ରଖି ନିଦ୍ରା ଯାଆନ୍ତି ।
   ଛୋଟ ଛୁଆ ମଧ୍ୟ ଶୋଇବା ପୂର୍ବରୁ ମୋବାଇଲରେ ଗେମ ଖେଳିଥାନ୍ତି ।