କିଏ ସେହି ପଟୋଲେ, କାହିଁକି ତାଙ୍କୁ ବାଚସ୍ପତି କରିବାକୁ ଚାହିଁଲା କଂଗ୍ରେସ ?
Advertisement

କିଏ ସେହି ପଟୋଲେ, କାହିଁକି ତାଙ୍କୁ ବାଚସ୍ପତି କରିବାକୁ ଚାହିଁଲା କଂଗ୍ରେସ ?

ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ହେଲେ କଂଗ୍ରେସ ବିଧାୟକ ନାନା ପଟୋଲେ । ବିଜେପି ପ୍ରାର୍ଥୀ ଦେବା ନିଷ୍ପତ୍ତିରୁ ଓହରିବା ପରେ ନାନା ପଟୋଲେ ନିନ୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ପୂର୍ବରୁ ଦଳର ବରିଷ୍ଠ ନେତା କିସନ କଠୋରଙ୍କୁ ବାଚସ୍ପତି ପ୍ରାର୍ଥୀ କରିବା ପାଇଁ ଘୋଷଣା କରିଥିଲା । 

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ହେଲେ କଂଗ୍ରେସ ବିଧାୟକ ନାନା ପଟୋଲେ । ବିଜେପି ପ୍ରାର୍ଥୀ ଦେବା ନିଷ୍ପତ୍ତିରୁ ଓହରିବା ପରେ ନାନା ପଟୋଲେ ନିନ୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ପୂର୍ବରୁ ଦଳର ବରିଷ୍ଠ ନେତା କିସନ କଠୋରଙ୍କୁ ବାଚସ୍ପତି ପ୍ରାର୍ଥୀ କରିବା ପାଇଁ ଘୋଷଣା କରିଥିଲା । 

ବାଚସ୍ପତି ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ ହୋଇଥିଲା । ତେବେ ଅନ୍ୟ ଦଳର ଅନୁରୋଧ କ୍ରମେ ବିଜେପି ଏହି ସାମ୍ବିଧାନିକ ପଦ ପାଇଁ ପ୍ରତିଦ୍ୱନ୍ଦିତା ନକରିବାକୁ ନିଷ୍ପତ୍ତି ନେଇଛି । ରାଜ୍ୟ ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ କହିଥିଲେ, ଯଦିଓ ଆମେ ପୂର୍ବରୁ ବାଚସ୍ପତି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ନିଷ୍ପତ୍ତି ନେଇଥିଲୁ, କିନ୍ତୁ ପରବର୍ତ୍ତୀ ସମୟରେ ଏଥିରୁ ଓହରିବା ପାଇଁ ନିଷ୍ପତ୍ତି ହୋଇଛି । 

ଠାକରେ ସରକାରରେ କଂଗ୍ରେସକୁ ବାଚସ୍ପତି ପଦ ମିଳିବା ନେଇ ସମ୍ମତି ପ୍ରକାଶ ପାଇବା ପରେ ଦଳ ପକ୍ଷରୁ ନାଁ ସୁପାରିଶ କରାଯାଇଥିଲା । ପୂର୍ବରୁ ଦୀର୍ଘ ବର୍ଷ ଧରି ବିଜେପିରେ ଥିବା ପଟୋଲେ ୨୦୧୭ରେ କଂଗ୍ରେସରେ ସାମିଲ ହୋଇଥିଲେ । 

କିଏ ସେହି ପଟୋଲେ, କାହିଁକି ତାଙ୍କୁ ଏତେ ବଡ ଦାୟିତ୍ୱ ଦେଲା କଂଗ୍ରେସ ?

୨୦୧୭ ପର୍ଯ୍ୟନ୍ତ ବିଜେପିର ଜଣେ ବରିଷ୍ଠ ନେତା ଥିଲେ ନାନା ପଟୋଲେ(୫୬) । ୨୦୧୪ରେ ସେ ବିଜେପି ଟିକେଟରେ ଲୋକସଭା ଯାଇଥିଲେ । ଏହି ସମୟରେ ସେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଏବଂ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଷ୍ଟାଣ୍ଡିଂ କମିଟିର ସଦସ୍ୟ ଥିଲେ । ସେହିପରି ୧୯୯୯ରୁ ୨୦୧୪ ପର୍ଯ୍ୟନ୍ତ ୩ଥର ବିଧାୟକ ମଧ୍ୟ ଥିଲେ । ୧୯୯୦ରେ ଜିଲ୍ଲା ପରିଷଦ ସଦସ୍ୟ ଥିଲେ । ତେବେ ୨୦୧୭ରେ ସାଂସଦ ପଦରୁ ଇସ୍ତଫା ଦେବା ସହ ବିଜେପି ଛାଡିଥିଲେ । ପରେ ୨୦୧୮ ଜାନୁଆରୀ ୧୧ରେ କଂଗ୍ରେସରେ ମିଶିଥିଲେ । ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ସେ କଂଗ୍ରେସ ନିକଟରୁ ବିଧାୟକ ହୋଇଛନ୍ତି । ଅର୍ଥାତ ଏଥରକୁ ଧରି ୪ଥର ବିଧାୟକ ହେଲେଣି ପଟୋଲେ । ତେଣୁ ତାଙ୍କ ଭଳି ଜଣେ ଅଭିଜ୍ଞ ନେତାଙ୍କୁ ବାଚସ୍ପତି ପରି ଏକ ସାମ୍ବିଧାନିକ ପଦରେ ବସାଇବାକୁ କଂଗ୍ରେସ ନିଷ୍ପତ୍ତି ନେଇଥିଲା । 

ଆହୁରି ପଢନ୍ତୁ; ହାଇଦ୍ରାବାଦ ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ନେଇ ଏମିତି କହିଲା ବଲିଉଡ