ହାଇଦ୍ରାବାଦ ମହିଳା ପଶୁ ଡାକ୍ତରଙ୍କ ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ବଲିଉଡ ଜଗତରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅପରାଧୀଙ୍କୁ କଠୋର ଦଣ୍ଡ ଦେବାକୁ ସବୁଠି ଦାବି କରାଯାଉଛି । ଏମିତିକି ବଲିଉଡ୍ ସେଲିବ୍ରିଟି ମାନେ ମଧ୍ୟ ଏହି ଘଟଣାଙ୍କୁ ନିନ୍ଦା କରିବା ସହିତ ଦୁଃଖ ପ୍ରକାଶ କରିଛନ୍ତି । ଅନେକ ସେଲିବ୍ରେଟି ଟ୍ୱିଟର ମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି ।
Trending Photos
ତପସ୍ୱିନୀ ମହାଲିକ, ନୂଆଦିଲ୍ଲୀ: ହାଇଦ୍ରାବାଦ ମହିଳା ପଶୁ ଡାକ୍ତରଙ୍କ ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ବଲିଉଡ ଜଗତରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅପରାଧୀଙ୍କୁ କଠୋର ଦଣ୍ଡ ଦେବାକୁ ସବୁଠି ଦାବି କରାଯାଉଛି । ଏମିତିକି ବଲିଉଡ୍ ସେଲିବ୍ରିଟି ମାନେ ମଧ୍ୟ ଏହି ଘଟଣାଙ୍କୁ ନିନ୍ଦା କରିବା ସହିତ ଦୁଃଖ ପ୍ରକାଶ କରିଛନ୍ତି । ଅନେକ ସେଲିବ୍ରେଟି ଟ୍ୱିଟର ମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି ।
ଅକ୍ଷୟ କୁମାର-
ଅଭିନେତା ଅକ୍ଷୟ କୁମାର ହାଇଦ୍ରାବାଦ ଡାକ୍ତର ଦୁଷ୍କର୍ମ ମାମଲାରେ ଦୁଃଖ ପ୍ରକାଶ କରିଛନ୍ତି । ଅକ୍ଷୟକୁମାର ଟ୍ୱିଟ୍ କରି ଲେଖିଛନ୍ତି, ସେ ହାଇଦ୍ରାବାଦ ମାମଲା ହେଉ କି ରାଞ୍ଚି ଘଟଣା, ଆମେ ସାମାଜିକ ଭାବେ ଫେଲ ହୋଇଛୁ । ନିର୍ଭୟା ଘଟଣାକୁ ୭ ବର୍ଷ ବିତିଯାଇଥିଲେ ମଧ୍ୟ ଆମ ନୈତିକତା ଛୋଟ ଛୋଟ ଖଣ୍ଡରେ ପରିଣତ ହୋଇଛି । ଆମକୁ ଦୃଢ ଆଇନ ତିଆରି କରିବା ଦରକାର ।
ଅନୁପମ ଖେର-
ପ୍ରିୟଙ୍କା ରେଡ୍ଡୀଙ୍କ ସହ ଯେଉଁ ଦୁର୍ବୁତ୍ତମାନେ ଏଭଳି ବର୍ବର କାଣ୍ଡ କରିଛନ୍ତି, ସେମାନଙ୍କୁ ଛକ ମଝିରେ ଓଲଟା ଟାଙ୍ଗି ଗୁଳିକରିଦେବା ଉଚିତ । ଅନୁପମ ଖେର ଏହି ଟ୍ୱିଟକୁ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟ୍ୟାଗ୍ କରିଛନ୍ତି । ଆଉ ଲେଖିଛନ୍ତି, ଅମିତ ଶାହା ଜୀ ଆପଣ ଅନେକ ନିର୍ଣ୍ଣାୟକ ନିଷ୍ପତ୍ତି ନେଇଛନ୍ତି । ଆଉ ବଳାତ୍କାରୀଙ୍କୁ ତୁରନ୍ତ ଫାଶି ଦିଆଯିବା ଉଚିତ । ବାସ୍ ଏଭଳି ଏକ ଆଇନ୍ ବା ବିଲ ପାରିତ କରିଦିଅନ୍ତୁ ।
ସ୍ୱାରା ଭାଷ୍କର-
ମୁଁ ଏହି ଭୟାନକ ଗଣ ଦୁଷ୍କର୍ମ ଘଟଣା ବିଷୟରେ ଶୁଣି ପୁରା ସ୍ତବ୍ଧ ହୋଇଯାଇ ଥିଲି । ମଣିଷଙ୍କର ନୃଶଂସ ମାନସିକତା ବାରମ୍ବାର ସାମ୍ନାକୁ ଆସୁଛି । ଆମ ମଣିଷପଣିଆକୁ ଏକ କରିବାର ଆବଶ୍ୟକତା ଥିଲା, ସେ ଯେକୌଣସି ଜାତି କି ଧର୍ମର ହୋଇଥାନ୍ତୁ । କିନ୍ତୁ ଆଜିକାଲି ନୃସଂଶ ମାନସିକତା ସମସ୍ତଙ୍କୁ ଏକ୍ କରୁଛି ବୋଲି କହିଛନ୍ତି ସ୍ୱାରା ଭାଷ୍କର ।
ଫରହାନ ଅଖତାର-
ସେହି ଦୁର୍ବୃତ୍ତ ମାନେ ପୀଡ଼ିତାଙ୍କ ସହିତ ଯାହା କରିଛନ୍ତି, ଏଥିରୁ ବୁଝା ପଡୁଚି କି ଆମେ ଆମ ସମାଜକୁ କେତେ ଅସୁରକ୍ଷିତ ଭାବେ ଛାଡ଼ି ଦେଇଛୁ ।
ରିଚା ଚଡ୍ଡା-
ରିଚା ଚଡ୍ଡା ନିଜର କ୍ରୋଧ ପ୍ରକାଶ କରି ଲେଖିଛନ୍ତି, ବାସ୍ ସେହି ମହିଳାଙ୍କର ଏତିକି ଭୁଲ ଥିଲା କି ସେ ସେହି ଦୁର୍ବୃତ୍ତମାନଙ୍କ ଉପରେ ବିଶ୍ୱାସ କରିଥିଲେ । ଯେଉଁମାନେ ତାକୁ ସାହାଯ୍ୟ କରିବା ପାଇଁ କହିଥିଲେ । ସେହି ନୃସଂଶଙ୍କୁ କଠୋର ଦଣ୍ଡ ମିଳିବା ଉଚିତ୍ ।
ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ୪ ଗିରଫ ହୋଇଛନ୍ତି । ମୃତ ମହିଳା ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କ ମୃତଦେହକୁ ହାଇଦ୍ରାବାଦ ସୀମାର ଶାଦନଗରର ଏକ ଅଜ୍ଞାତ ସ୍ଥାନରେ ଯୁବକମାନେ ପୋଡି ଦେଇଥିଲେ । ସ୍ଥାନୀୟ ଲୋକ ମୃତଦେହ ଦେଖି ପୋଲିସକୁ ସୂଚନା ଦେଇଥିଲେ । ପ୍ରିୟଙ୍କା, ନୱାବପେଟା ମଣ୍ଡଳର କୋଲୁରୁରେ ଡାକ୍ତରଖାନାରୁ ବୁଧବାର ରାତିରେ ଡ୍ୟୁଟିରୁ ଫେରିବା ବେଳେ ତାଙ୍କୁ ଅପହରଣ କରିନେଇଥିଲେ ଅଭିଯୁକ୍ତ । ତେବେ ପ୍ରିୟଙ୍କା ମୃତ୍ୟୁ ପୂର୍ବରୁ ତାଙ୍କ ଭଉଣୀଙ୍କୁ ଫୋନ କରିଥିଲେ । ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ରେଖା ଶର୍ମା ପୁରା ଘଟଣାକୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି ।