ପୁରଣ ହେଲା ସ୍ବପ୍ନ, ସିଭିଲ ସର୍ଭିସରେ ଉତ୍ତୀର୍ଣ୍ଣ ହେଲେ ପୂର୍ବତନ ସେନା ଅଧିକାରୀ
Advertisement
Article Detail0/zeeodisha/odisha614319

ପୁରଣ ହେଲା ସ୍ବପ୍ନ, ସିଭିଲ ସର୍ଭିସରେ ଉତ୍ତୀର୍ଣ୍ଣ ହେଲେ ପୂର୍ବତନ ସେନା ଅଧିକାରୀ

୧୭  ବର୍ଷ ବୟସରେ ସେ ପ୍ରଶାସନିକ ଅଧିକାରୀ ହେବାକୁ ସ୍ୱପ୍ନ ଦେଖିଥିଲେ

ପୁରଣ ହେଲା ସ୍ବପ୍ନ, ସିଭିଲ ସର୍ଭିସରେ ଉତ୍ତୀର୍ଣ୍ଣ ହେଲେ ପୂର୍ବତନ ସେନା ଅଧିକାରୀ

ଜୟପୁର: ପୁରଣ ହେଲା ସ୍ୱପ୍ନ। ପ୍ରଶାସନିକ ଅଧିକାରୀ ହେବାର ଯେଉଁ ସ୍ୱପ୍ନ ଦେଖିଥିଲେ, ତାହାକୁ ପୁରଣ କରିଛନ୍ତି ହରିଆଣାର ଜଣେ ପୂର୍ବତନ ଯବାନ। ଏହା ସହିତ ପାଠ ପଢିବାର କୌଣସି ଏକ ନିର୍ଦ୍ଦିଷ୍ଟ ସମୟ ନଥିବା ବୋଲି ସେ ଏହାକୁ ପ୍ରମାଣ କରିଛନ୍ତି ହରିଆଣାର 39 ବର୍ଷ ବୟସ୍କ ନସୀବ ଫୋଗାଟ । ନସୀବ ହରିଆଣାର ରାଜ୍ୟ ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଛନ୍ତି ।  

17 ବର୍ଷ ବୟସରେ ସେ ପ୍ରଶାସନିକ ଅଧିକାରୀ ହେବାକୁ ସ୍ୱପ୍ନ ଦେଖିଥିଲେ । ମାତ୍ର 1998 ମସିହାରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ତାଙ୍କ ପରିବାରର ଆର୍ଥିକ ମେରୁଦଣ୍ଡକୁ ସମ୍ପୂର୍ଣ୍ଣ ଭାବେ ଦୋହଲାଇ ଦେଇଥିଲା । ପରିବାରର ଏଭଳି ସ୍ଥିତି ଦେଖି ନସୀବ ବାଧ୍ୟ ହୋଇ ରୋଜଗାର ଅଭିମୁଖେ ବାହାରି ଯାଇଥିଲେ । ଫଳରେ ତାଙ୍କୁ ପାଠ ପଢା ଛାଡ଼ିବାକୁ ପଡ଼ିଥିଲା । ଏହା ସହିତ ସେ କୌଣସି ପ୍ରକାରରେ ହେଉ ସେ ଭାରତୀୟ ସେନାରେ ଭର୍ତ୍ତି ହୋଇ ଯାଇଥିଲେ ।  

ଗତ ସପ୍ତାହରେ ହରିଆଣା ରାଜ୍ୟ ପ୍ରଶାସନିକ ସେବାର ଫଳାଫଳ ପ୍ରକାଶ ପାଇଥିଲା । ଏହି ସମୟରେ ସେ କେବଳ ଏହି ପରୀକ୍ଷାକୁ ପାସ କରିନଥିଲେ, ବରଂ ଟପରଙ୍କ ମଧ୍ୟରେ ନିଜର ସ୍ଥାନକୁ ପକ୍କା କରିପାରିଥିଲେ ନସୀବ । ଏହା ପୂର୍ବରୁ ନସୀବ 2014ରୁ ଭାରତୀୟ ସେନାରୁ ଅବସର ଗ୍ରହଣ କରି ପାଠ ପଢା ଉପରେ ଧ୍ୟାନ ଦେଇଥିଲେ । ଏହା ସହିତ ପିଜିରେ ଦୁଇଟି ଡିଗ୍ରୀ ମଧ୍ୟ ହାସଲ କରିସାରିଛି ।  

ଏନେଇ ନସୀବ କୁହନ୍ତି 2014ରୁ 2018 ମଧ୍ୟରେ ଅନେକ ସଂଘର୍ଷ ମଧ୍ୟ କରିଛି । ଭାରତୀୟ ସେନା ପକ୍ଷରୁ ମିଳୁଥିବା ଖୁବ କମ ପେନସନ ଅର୍ଥରେ ସାଧାରଣ ଜୀବନ ଚଲାଇବା ଅନେକ କଷ୍ଟକର ହୋଇ ପଡ଼ିଛି । ମୁଁ ସଞ୍ଚୟ କରିଥିବା ସମସ୍ତ ଅର୍ଥକୁ ନୋ ପାଠ ପଢା ଏବଂ ଝିଅର ପାଠ ପଢାରେ ଲଗାଇ ଦେଇଛି । ତେବେ ନସୀବ ଖୁବ ଶୀଘ୍ର ସହକାରୀ ମାଜିଷ୍ଟ୍ରେଟ  କିମ୍ବା ଏହି ସ୍ତରର କୌଣସି ପଦରେ ନିଯୁକ୍ତି ପାଇବାକୁ ଯାଉଛନ୍ତି ।