ମତଦାନ ବେଳେ ମାତିଲେ ମାଓ, ଝାଡଖଣ୍ଡରେ ଉଡାଇଦେଲେ ପୋଲ
Advertisement
Article Detail0/zeeodisha/odisha603312

ମତଦାନ ବେଳେ ମାତିଲେ ମାଓ, ଝାଡଖଣ୍ଡରେ ଉଡାଇଦେଲେ ପୋଲ

ଝାଡଖଣ୍ଡରେ ମତଦାନ ବେଳେ ମାତିଲେ ମାଓ । ବ୍ଲାଷ୍ଟ କରି ଏକ ପୋଲକୁ ଉଡାଇ ଦେଇଛନ୍ତି ମାଓବାଦୀ । ଏଥିରେ କେହି ଆହତ ହୋଇଥିବାର ଖବର ନାହିଁ । ଏପରିକି ମତଦାନ ମଧ୍ୟ ବାଧାପ୍ରାପ୍ତ ହୋଇନଥିବା ସ୍ପଷ୍ଟ କରିଛନ୍ତି ଡେପୁଟି କମିଶନର ଶଶି ରଞ୍ଜନ । ମତଦାତାଙ୍କୁ ଡରାଇବା ପାଇଁ ନକ୍ସଲ ଏପରି ବିସ୍ଫୋରଣ କରିଥିବା ଅନୁମାନ କରାଯାଉଛି । 

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଝାଡଖଣ୍ଡରେ ମତଦାନ ବେଳେ ମାତିଲେ ମାଓ । ବ୍ଲାଷ୍ଟ କରି ଏକ ପୋଲକୁ ଉଡାଇ ଦେଇଛନ୍ତି ମାଓବାଦୀ । ଏଥିରେ କେହି ଆହତ ହୋଇଥିବାର ଖବର ନାହିଁ । ଏପରିକି ମତଦାନ ମଧ୍ୟ ବାଧାପ୍ରାପ୍ତ ହୋଇନଥିବା ସ୍ପଷ୍ଟ କରିଛନ୍ତି ଡେପୁଟି କମିଶନର ଶଶି ରଞ୍ଜନ । ମତଦାତାଙ୍କୁ ଡରାଇବା ପାଇଁ ନକ୍ସଲ ଏପରି ବିସ୍ଫୋରଣ କରିଥିବା ଅନୁମାନ କରାଯାଉଛି । 

ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟୟ ମତଦାନ ଚାଲିଛି । ଆଉ ଠିକ ଏହି ସମୟରେ ଆସିଛି ମାଓ ହମଲାର ଖବର । ସୂଚନା ମୁତାବକ, ଆଜି ସକାଳୁ ଗୁମଲା ଜିଲ୍ଲାର ବିଷ୍ଣୁପୁରରେ ଏକ ପୋଲକୁ ବିସ୍ଫୋରଣ କରି ଉଡାଇ ଦେଇଛନ୍ତି ମାଓବାଦୀ । ତେବେ ଭୋଟିଂରେ ଏହାର କୌଣସି ପ୍ରଭାବ ପଡିନି । ମତଦାନ ଜାରି ରହିଛି । 

ପ୍ରଥମ ପର୍ଯ୍ୟାୟରେ ୧୩ ଆସନରେ ନିର୍ବାଚନ ହେଉଛି । ମୋଟ ୩୭,୮୩,୦୫୫ ଭୋଟର ଏହି ପର୍ଯ୍ୟାୟରେ ମତଦାନ କରିବେ । ଏମାନଙ୍କ ମଧ୍ୟରେ ୧୮,୦୧,୩୫୬ ଜଣ ମହିଳା ଓ ୫ ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି । ସେହିପରି ୧୮୯ ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନରେ ରହିଛନ୍ତି । ଏଥିପାଇଁ  ୩,୯୦୬ଟି ପୁଲିଂ ବୁଥ କରାଯାଇଛି । 

ଭୋଟିଂ ସମୟରେ ଯେପରି ମତଦାତା କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନହେବେ, ସେ ଉପରେ ଗୁରୁତ୍ୱ ଦିଆଯାଇଛି । ଏକ ଟୋଲ ଫ୍ରି ନମ୍ବର ମଧ୍ୟ ଦିଆଯାଇଛି । ମତଦାନ ସମ୍ପର୍କିତ ଯେକୌଣସି ପ୍ରକାର ଅଭିଯୋଗ ପାଇଁ ୧୯୫୦କୁ ଡାଏଲ କରି କରିପାରିବେ । 

ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ୧୩ ବିଧାନସଭା ଆସନ ମଧ୍ୟରୁ ବିଜେପି ୧୨ଟି ଆସନରେ ପ୍ରାର୍ଥୀ ଦେଇଛି । ହୁସିନାବାଦ୍‌ର ସ୍ୱାଧୀନ ପ୍ରାର୍ଥୀ ବିନୋଦ ସିଂହଙ୍କୁ ଦଳ ସମର୍ଥନ କରୁଛି । ସେହିପରି ଚଳିତ ନିର୍ବାଚନରେ ମେଣ୍ଟ କରି ମଇଦାନଙ୍କୁ ଓହ୍ଲାଇଛନ୍ତି କଂଗ୍ରେସ, ଜେଏମଏମ, ଆରଜେଡି । ପ୍ରଥମ ପର୍ଯ୍ୟାୟରେ କଂଗ୍ରେସ ୬, ଜେଏମଏମ ୩ ଏବଂ ଆରଜେଡି ୩ ଆସନରେ ନିର୍ବାଚନ ଲଢୁଛନ୍ତି । 

ଝାଡଖଣ୍ଡ ବିଧାନସଭା ୮୧ ଆସନ ବିଶିଷ୍ଟ । ଆଜି ଅର୍ଥାତ ନଭେମ୍ବର ୩୦ରୁ ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ୫ଟି ପର୍ଯ୍ୟାୟରେ ଏଠି ନିର୍ବାଚନ ହେବ । ପ୍ରଥମ ପର୍ଯ୍ୟୟ ନଭେମ୍ବର ୩୦, ଦ୍ୱିତୀୟ ପର୍ଯ୍ୟାୟ ଡିସେମ୍ବର ୭, ତୃତୀୟ ପର୍ଯ୍ୟାୟ ଡିସେମ୍ବର ୧୨, ଚତୁର୍ଥ ପର୍ଯ୍ୟାୟ ଡିସେମ୍ବର ୧୬ ଏବଂ ପଞ୍ଚମ ତଥା ଶେଷ ପର୍ଯ୍ୟାୟ ଡିସେମ୍ବର ୨୦ରେ ଅନୁଷ୍ଠିତ ହେବ । ସେହିପରି ଡିସେମ୍ବର ୨୩ରେ ଫଳାଫଳ ବାହାରିବ । ତେବେ ଏଥର ରଘୁବର ଦାସ ସରକାର କଡା ଟକ୍କରର ସମ୍ମୁଖୀନ ହେବେ ବୋଲି ଅନୁମାନ କରାଯାଉଛି ।