ଦୁଷ୍କର୍ମ, ଆତଙ୍କବାଦ ଓ ନକ୍ସଲବାଦ ପରି ସମସ୍ୟା ନେହେରୁ ପରିବାର ଦେଇଛି: ସାଧ୍ୱୀ ପ୍ରାଚୀ
Advertisement
Article Detail0/zeeodisha/odisha607044

ଦୁଷ୍କର୍ମ, ଆତଙ୍କବାଦ ଓ ନକ୍ସଲବାଦ ପରି ସମସ୍ୟା ନେହେରୁ ପରିବାର ଦେଇଛି: ସାଧ୍ୱୀ ପ୍ରାଚୀ

ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମିରଟ ପହଞ୍ଚିଥିଲେ ସାଧ୍ୱୀ ପ୍ରାଚୀ । ଏହି କାର୍ଯ୍ୟକ୍ରମରେ ସେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରୁଥିଲେ । ସେ କହିଛନ୍ତି ଯେ ନକ୍ସଲବାଦ, ଆତଙ୍କବାଦ ଓ ଦୁଷ୍କର୍ମ ଏହି ସମସ୍ତ ନେହେରୁ ଖାନଦାନ ଯୋଗୁଁ ମିଳିଛି ।

ଦୁଷ୍କର୍ମ, ଆତଙ୍କବାଦ ଓ ନକ୍ସଲବାଦ ପରି ସମସ୍ୟା ନେହେରୁ ପରିବାର ଦେଇଛି: ସାଧ୍ୱୀ ପ୍ରାଚୀ

ନୂଆଦିଲ୍ଲୀ: ନିଜ ବିବାଦୀୟ ମନ୍ତବ୍ୟ ଯୋଗୁଁ ସର୍ବଦା ଚର୍ଚ୍ଚାରେ ରହି ଆସୁଥିବା ବିଶ୍ୱ ହିନ୍ଦୁ ପରିଷଦର ନେତା ସାଧ୍ୱୀ ପ୍ରାଚୀ ପୁଣିଥରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ସେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ କରିବାକୁ ଯାଇଛି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ନକ୍ସଲବାଦ, ଆତଙ୍କବାଦ ଓ ଦୁଷ୍କର୍ମ ଏହି ସବୁ ନେହେରୁ ଖାନଦାନ ଯୋଗୁଁ ହୋଇଛି ବୋଲି କହିଛନ୍ତି ବିଏଚପି ନେତା ସାଧ୍ୱୀ । ସେ ଏହି ମନ୍ତବ୍ୟ ମିରଟର ଏକ କାର୍ଯ୍ୟକ୍ରମରେ ଦେଇଛନ୍ତି ।

ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମିରଟ ପହଞ୍ଚିଥିଲେ ସାଧ୍ୱୀ ପ୍ରାଚୀ । ଏହି କାର୍ଯ୍ୟକ୍ରମରେ ସେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରୁଥିଲେ । ସେ କହିଛନ୍ତି ଯେ ନକ୍ସଲବାଦ, ଆତଙ୍କବାଦ ଓ ଦୁଷ୍କର୍ମ ଏହି ସମସ୍ତ ନେହେରୁ ଖାନଦାନ ଯୋଗୁଁ ମିଳିଛି । ନିକଟ ଅତୀତରେ ଦେଶରେ ବୃଦ୍ଧି ପାଉଥିବା ଦୁଷ୍କର୍ମ ଘଟଣା ଉପରେ ରାହୁଲ ଟିପ୍ପଣୀ କରି କହିଥିଲେ ଯେ ଦୁନିଆରେ ଭାରତ ରେପ କ୍ୟାପିଟାଲ ରୂପେ ବିକଶିତ ହେଉଅଛି । ରାହୁଲଙ୍କ ଏହି ବୟାନର ଜବାବରେ ସାଧ୍ୱୀ ଏବେ ଏହି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ।

ସେ ଆହୁରି କହିଛନ୍ତି ଯେ ଅଖିଲେ ଯାଦବ କ୍ଷମତାରେ ଥିବା ସମୟରେ ଦୁଷ୍କର୍ମକାରୀଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ବେଳେ ବିପକ୍ଷରେ ରହୁଥିବା ବେଳେ ଧାରଣରେ ବସୁଛନ୍ତି । ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ ଉନ୍ନାଓ ଦୁଷ୍କର୍ମ କାଣ୍ଡ ବିରୋଧେର ବିଧାନସଭା ବାହାରେ ଧାରଣାରେ ବସିଥିଲେ । ଏହାସହ ସାଧ୍ୱୀ ପ୍ରାଚୀ ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ୪ ଅଭିଯୁକ୍ତଙ୍କ ଏନକାଉଣ୍ଟରର ପ୍ରଶଂସା କରି କହିଛନ୍ତି ଯେ ହାଇଦ୍ରାବାଦ ପୋଲିସ ଠାରୁ ଉତ୍ତର ପ୍ରଦେଶ ପୋଲିସ ଶିକ୍ଷା ନିଅନ୍ତୁ । ୟୁପି ପୋଲିସ ଉନ୍ନାଓ କାଣ୍ଡରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ । ସେ ଉନ୍ନାଓ କାଣ୍ଡର ଅଭିଯୁକ୍ତଙ୍କୁ କଡ଼ା ଦଣ୍ଡ ଦେବାକୁ ଦାବି କରିଛନ୍ତି ।