ଦିଲ୍ ଜିତିଲେ ଦବଙ୍ଗ୍ ପୋଲିସ ! ସବୁଠି ତେଲେଙ୍ଗାନା ପୋଲିସକୁ ତାରିଫ
Advertisement
Article Detail0/zeeodisha/odisha605980

ଦିଲ୍ ଜିତିଲେ ଦବଙ୍ଗ୍ ପୋଲିସ ! ସବୁଠି ତେଲେଙ୍ଗାନା ପୋଲିସକୁ ତାରିଫ

ପୁଷ୍ପବର୍ଷା କଲେ ଜନତା, ରାକ୍ଷୀ ବାନ୍ଧିଲେ ପୀଡିତାଙ୍କ ପଡୋଶୀ

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଯେଉଁ ନ୍ୟାୟ ଟିକକ ପାଇଁ ନିର୍ଭୟାଙ୍କ ପରିବାର ବର୍ଷ ବର୍ଷ ଧରି କୋର୍ଟ କଚେରୀର ଚକ୍କର କାଟୁଛନ୍ତି, ସେହି ନ୍ୟାୟ ଦିଶାଙ୍କ ପରିବାରକୁ ମାତ୍ର ୧୦ ଦିନରେ ମିଳିଛି । ହାଇଦ୍ରାବାଦ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାର ସମସ୍ତ ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର ପରେ ଏବେ ଜନତାଙ୍କ ଭିତରେ ଏଭଳି କିଛି ଚର୍ଚ୍ଚା । କେବଳ ଚର୍ଚ୍ଚା ନୁହେଁ, ତେଲେଙ୍ଗାନା ପୋଲିସକୁ ତାରିଫ । ପୁଷ୍ପବର୍ଷା କଲେ ଜନତା, ରାକ୍ଷୀ ବାନ୍ଧିଛନ୍ତି ଦିଶାଙ୍କ ପଡୋଶୀ । 

ହାଇଦ୍ରାବାଦ ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ସମସ୍ତ ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର । ବାସ୍ , ଏ ଖବରଟିକୁ ସତେ ଯେମିତି ଅପେକ୍ଷା କରିଥିଲେ ଜନତା । ଖବର ଆସୁ ଆସୁ ଘଟଣା ସ୍ଥଳରେ ଲୋକଙ୍କ ଗହଳି । ଆଜି ଶୁଣିଛି, ପୋଲିସ ଜିନ୍ଦାବାଦ ନାରା । ଡିସିପି ଜିନ୍ଦାବାଦ, ଏସିପି ଜିନ୍ଦାବାଦ ଧ୍ୱନିରେ କମ୍ପୁଛି ଘଟଣାସ୍ଥଳ । ଯେଉଁଠି ପୋଡିଥିଲେ, ସେଠି ହିଁ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି ପୋଲିସ । 

ଏପଟେ ପୀଡିତାଙ୍କ ପରିବାର ମଧ୍ୟ ଖୁସିବ୍ୟକ୍ତ କରିଛନ୍ତି । ମାତ୍ର ୧୦ ଦିନ ଭିତରେ ତାଙ୍କୁ ନ୍ୟାୟ ମିଳିଥିବା କହିଛନ୍ତି ଦିଶାଙ୍କ ବାପା । ଆଉ ଦିଶାଙ୍କ ପଡୋଶୀ ବି ପୋଲିସ ଉପରେ ଖୁସ । ଆଜି ପୋଲିସ ତାଙ୍କ ମନ କଥା ବୁଝିଛି । ମହିଳାଙ୍କ ସୁରକ୍ଷା ପାଇଁ ତେଲେଙ୍ଗାନା ପୋଲିସ ଯେ ସବୁକିଛି କରିପାରେ, ତାର ପ୍ରମାଣ ଦେଇଛି । ପୋଲିସ ହାତରେ ରାକ୍ଷୀ ବାନ୍ଧିଛନ୍ତି ଦିଶାଙ୍କ ପଡୋଶୀ । ପରସ୍ପର ମିଠା ଖୁଆଖୁଇ ମଧ୍ୟ ହେଉଛନ୍ତି । 

କାହିଁକି ଅଭିଯୁକ୍ତଙ୍କୁ ଏନକାଉଣ୍ଟର କଲା ପୋଲିସ ?

ପୋଲିସର ସୂଚନା ମୁତାବକ, ଦିଶା ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣାର ଅଧିକ ତଦନ୍ତ ପାଇଁ ଚେତନାପାଲି ଓଭରବ୍ରିଜ ନିକଟକୁ ଅଭିଯୁକ୍ତଙ୍କୁ ନିଆଯାଇଥିଲା । କାହିଁକିନା ଏହି ଓଭରବ୍ରିଜ ତଳୁ ହିଁ ଦିଶାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିଥିଲା । ତେବେ ପୋଲିସକୁ ତଦନ୍ତରେ ସହଯୋଗ ନକରି ଖସି ପଳାଇବାକୁ ଉଦ୍ୟମ କରିଥିଲେ ସମସ୍ତ ଅଭିଯୁକ୍ତ । ଆଉ ଏମାନଙ୍କୁ କାବୁ କରିବାରେ ବିଫଳ ହେବାରୁ ଏନକାଉଣ୍ଟର କରିବାକୁ ପୋଲିସ ବାଧ୍ୟ ହୋଇଥିଲା । 

କୁହାଯାଉଛି, ପୋଲିସକୁ ଚକମା ଦେଇ ଖସି ପଳାଇବାକୁ ଅନ୍ୟ ୩ ଅଭିଯୁକ୍ତଙ୍କୁ ପ୍ରଥମେ ଇସାରା କରିଥିଲା ମୁଖ୍ୟ ଅଭିଯୁକ୍ତ ଟ୍ରକ ଡ୍ରାଇଭର । ଆଉ ତାହା ଇସାରାରେ ସମସ୍ତେ ଏକା ସାଙ୍ଗରେ ଦୌଡିବାକୁ ଲାଗିଥିଲେ । 

ଆହୁରି ପଢନ୍ତୁ; ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏନକାଉଣ୍ଟର ପରେ ପୋଲିସ ସହ ଛିଡା ହେଲେ ନିର୍ଭୟାଙ୍କ ମା'