T-20 ସିରିଜ, ନ୍ୟୁଜିଲ୍ୟାଣ୍ଡକୁ ହରାଇଲେ ଇତିହାସ ରଚିବ ଭାରତ
Advertisement

T-20 ସିରିଜ, ନ୍ୟୁଜିଲ୍ୟାଣ୍ଡକୁ ହରାଇଲେ ଇତିହାସ ରଚିବ ଭାରତ

ତୃତୀୟ ମ୍ୟାଚରେ କମବ୍ୟାକ କରିବେ କୂଲଦୀପ ! ବ୍ଲାକ କ୍ୟାପକୁ ବୁମରା ଡ଼ର

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ତପସ୍ୱିନୀ ମହାଳିକ, ନୂଆଦିଲ୍ଲୀ: ଭାରତ ଓ ନ୍ୟଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଉଥିବି ୫ ମ୍ୟାଚ ବିଶିଷ୍ଟ T-20 ସିରିଜର ତୃତୀୟ ମ୍ୟାଚ ହମିଲଟନରେ ଖେଳାଯିବ । ଏହି ମ୍ୟାଚ ବୁଧବାର ୨୯ ଜାନୁଆରୀ ଅପରାହ୍ନ ୧୨.୩୦ରେ ଖେଳାଯିବ । ଯଦି ଭାରତ ତୃତୀୟ ଇଣ୍ଡନ୍ୟାସନାଲ T-20 ମ୍ୟାଚ ଜିତି ନେଉଛି, ତେବେ ନ୍ୟୁଜିଲ୍ୟାଣ୍ଡ ମାଟିରେ ଇତିହାସ ରଚିବ । ଏହି ମ୍ୟାଚ ଜିତିବା ସହିତ ଭାରତ ପ୍ରଥମ ଥର ପାଇଁ ନ୍ୟୁଜିଲ୍ୟାଣ୍ଡ ମାଟିରେ କିୱି ବିପକ୍ଷରେ ଖେଳାଯାଉଥିବା T-20 ସିରିଜକୁ ନିଜ ନାଁରେ କରିନେବ ।

T-20 ସିରିଜର ତୃତୀୟ ମ୍ୟାଚରେ କମବ୍ୟାକ୍ କରିବେ କୂଲଦୀପ !

fallback

ଟିମ ମ୍ୟାନେଜମେଣ୍ଟ ଏବେ ସେହି ଖେଳାଳିଙ୍କ ହାର୍ଡ ୱାର୍କ କରାଉଛନ୍ତି, ଯେଉଁମାନଙ୍କୁ ଏପର୍ଯ୍ୟନ୍ତ T-20 ସିରିଜରେ ଖେଳିବାରୁ ସୁଯୋଗ ମିଳିନି । ବୁଧବାର ଖେଳାଯିବାକୁ ଥିବା ତୃତୀୟ T-20 ମ୍ୟାଚରେ କୁଲଦୀପ ଯାଦବଙ୍କୁ ସାମିଲ କରାଯିବା ନେଇ ସୂଚନା ରହିଛି  । କଥା ହେଉଛି ଯେ ଫିଲ୍ଡ ଛୋଟ ହୋଇଥିବା କାରଣରୁ ପୂର୍ବ ଦୁଇଟି ମ୍ୟାଚରେ କୂଲଦୀପଙ୍କୁ ସାମିଲ କରାଯାଇ ନ ଥିଲା  । କାରଣ ବ୍ୟାଟ୍ସମ୍ୟାନ ଛୋଟ ଫିଲ୍ଡ କାରଣରୁ ତାଙ୍କୁ ସହଜରେ ନିଶାନା ବନାଇ ପାରିଥାନ୍ତେ । ଅନ୍ୟପଟେ ଋିଷବ ପନ୍ଥ ମଧ୍ୟ ଭଲ ପର୍ଫମାନ୍ସ ଦେଇଛନ୍ତି, ଏବେ ମ୍ୟାଚ ବଡ଼ ମୈଦାନରେ ଖେଳାଯିବ । ଦେଖିବାର କଥା, କାଲି ଟିମ୍ ଇଣ୍ଡିଆର କେଉଁ ଖେଳାଳି କମାଲ କରୁଛନ୍ତି । 

ଆହୁରି ପଢ଼ନ୍ତୁ; ଟିମ୍ ଇଣ୍ଡିଆ ପାଇଁ 'ମିଷ୍ଟର ଭରସାଯୋଗ୍ୟ' ବନିଛନ୍ତି ଏହି କ୍ରିକେଟର...