ସୋମନାଥ ମନ୍ଦିର ପରି ହେବ ରାମ ମନ୍ଦିର ଟ୍ରଷ୍ଟ ?
Advertisement
Article Detail0/zeeodisha/odisha595016

ସୋମନାଥ ମନ୍ଦିର ପରି ହେବ ରାମ ମନ୍ଦିର ଟ୍ରଷ୍ଟ ?

ଅଯୋଧ୍ୟାରେ ହେବ ରାମ ମନ୍ଦିର । ଐତିହାସିକ ରାୟରେ ଦେଶର ସର୍ବୋଚ୍ଚ ଅଦାଲତ ଏନେଇ ପଥ ପରିଷ୍କାର କରିବା ପରେ ଏବେ ଟ୍ରଷ୍ଟକୁ ନେଇ ଚର୍ଚ୍ଚା । କାହିଁକିନା ମନ୍ଦିର ନିର୍ମାଣ ଏବଂ ପରିଚାଳନା କାମ ଏକ ଟ୍ରଷ୍ଟ ମାଧ୍ୟମରେ ହେବ । ଆସନ୍ତା ୩ ମାସ ମଧ୍ୟରେ ଟ୍ରଷ୍ଟ ଗଠନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । 

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଅଯୋଧ୍ୟାରେ ହେବ ରାମ ମନ୍ଦିର । ଐତିହାସିକ ରାୟରେ ଦେଶର ସର୍ବୋଚ୍ଚ ଅଦାଲତ ଏନେଇ ପଥ ପରିଷ୍କାର କରିବା ପରେ ଏବେ ଟ୍ରଷ୍ଟକୁ ନେଇ ଚର୍ଚ୍ଚା । କାହିଁକିନା ମନ୍ଦିର ନିର୍ମାଣ ଏବଂ ପରିଚାଳନା କାମ ଏକ ଟ୍ରଷ୍ଟ ମାଧ୍ୟମରେ ହେବ । ଆସନ୍ତା ୩ ମାସ ମଧ୍ୟରେ ଟ୍ରଷ୍ଟ ଗଠନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । 

କେମିତି ହେବ ଟ୍ରଷ୍ଟ ? ଅର୍ଥାତ ଟ୍ରଷ୍ଟର ଢାଞ୍ଚା କେମିତି ରହିବ ? ଟ୍ରଷ୍ଟରେ କେଉଁମାନେ ସଦସ୍ୟ ରହିବେ ? ଗୁଜୁରାଟ ସୋମନାଥ ମନ୍ଦିର ପରି ଟ୍ରଷ୍ଟ ନା କିଛି ପୃଥକ ଢଙ୍ଗରେ ? ଏହି ଟ୍ରଷ୍ଟରେ ପ୍ରଧାନମନ୍ତ୍ରୀଙ୍କ ଭୂମିକା କ'ଣ ରହିବ ? ଏବେ ଏମିତି କିଛି ଚର୍ଚ୍ଚା ଚାଲିଛି । ଟ୍ରଷ୍ଟ କେମିତି ଗଠନ ହେବ, ଏହାର ପରିଚାଳନା କେମିତି ହେବ, ତାହା ଅସ୍ପଷ୍ଟ ଥିବା କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି ଦେବଗୌଡା । ବାବ୍ରି ମସଜିଦ ଭଙ୍ଗା ଘଟଣାରେ ୩ ବର୍ଷ ପରେ ୧୯୯୬ରେ ପ୍ରଧାନମନ୍ତ୍ରୀ ହୋଇଥିଲେ ଏଚଡି ଦେବଗୌଡା । ବିଜେପିରୁ କ୍ଷମତାରୁ ଦୂରେଇ ରଖିବା ପାଇଁ କଂଗ୍ରେସ ଏହି ରଣକୌଶଳ ଆପଣେଇଥିଲା । 

fallback

ସୋମନାଥ ମନ୍ଦିରର ଟ୍ରଷ୍ଟରେ ମାତ୍ର ୬ଜଣ ସଦସ୍ୟ । ହେଲେ ରାମ ମନ୍ଦିର ପାଇଁ ଗଠନ ହେବାକୁ ଥିବା ଟ୍ରଷ୍ଟରେ ନିହାତି ଭାବରେ ଅଧିକ ସଂଖ୍ୟକ ସଦସ୍ୟ ରହିପାରନ୍ତି । ରାମ ମନ୍ଦିର ସହିତ ଯୋଡି ହୋଇ ରହିଥିବା ସଙ୍ଗଠନ, ବରିଷ୍ଠ ନାଗରିକ ଏବଂ ବଡ ବଡ ଧର୍ମଗୁରୁଙ୍କୁ ସ୍ଥାନ ମିଳିପାରେ । ନିର୍ମୋହି ଆଖଡ଼ା ଓ ରାମ ଜନ୍ମଭୂମି ନ୍ୟାସର ଏହି ଟ୍ରଷ୍ଟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିପାରେ । ଏପରିକି ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଏକ ଉତ୍ତମ ବୁଝାମୁଣା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଅନୁମାନ କରାଯାଉଛି । କାହିଁକିନା ଉଭୟ ସରକାରଙ୍କ ମଧ୍ୟରେ ସମନ୍ୱୟ ଠିକ ରହିଲେ, ମନ୍ଦିର ପରିଚାଳନା କାମ ଟ୍ରଷ୍ଟ ପାଇଁ ସହଜ ହେବ । 

ବର୍ଷ ବର୍ଷ ଧରି ପଡି ରହିଥିବା ଅଯୋଧ୍ୟା ମାମଲାର ରାୟ ଆସିଛି । ବିବାଦୀୟ ଜମିରେ ରାମ ମନ୍ଦିର ପାଇଁ ପଥ ପରିଷ୍କାର କରିଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ । ଅନ୍ୟପଟେ ମୁସଲିମ ପକ୍ଷଙ୍କ ପାଇଁ ଅନ୍ୟତ୍ର ୫ ଏକର ଜମି ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଐତିହାସିକ ରାୟକୁ ଉଭୟ ସମ୍ପ୍ରଦାୟ ସମ୍ମାନ ଜଣାଇଛନ୍ତି ।