ମୁମୂର୍ଷୁ ମୁଶାରଫଙ୍କୁ ଫାଶୀ ଦଣ୍ଡାଦେଶ
Advertisement
Article Detail0/zeeodisha/odisha611481

ମୁମୂର୍ଷୁ ମୁଶାରଫଙ୍କୁ ଫାଶୀ ଦଣ୍ଡାଦେଶ

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଜେନେରାଲ୍ ପରଭେଜ୍ ମୁସାରଫଙ୍କୁ ଦେଶଦ୍ରୋହ ମାମଲାରେ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି.... ଲାହୋର୍ ହାଇକୋର୍ଟର ସ୍ୱତନ୍ତ୍ର ବେଞ୍ଚ୍ ତାଙ୍କୁ ଏହି ସଜ୍ଜା ଶୁଣାଇଛନ୍ତି...

ସୌଜନ୍ୟ: ସୋସିଆଲ ମିଡିଆ

ଇସଲାମାବାଦ(ପାକିସ୍ତାନ): ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଜେନେରାଲ୍ ପରଭେଜ୍ ମୁଶାରଫଙ୍କୁ ରାଷ୍ଟ୍ରଦୋହ ବା ଦେଶଦ୍ରୋହ ମାମଲାରେ ମୃତ୍ୟୁ ଦଣ୍ଡାଦେଶ ଶୁଣାଯାଇଛି ।. ପେଶାୱର୍ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ୱାକର ଅହମ୍ମଦ ସେଠଙ୍କ ଅଧ୍ୟକ୍ଷତାରେ ଲାହୋର ହାଇକୋର୍ଟର ୩ ଜଣିଆ ଏକ ସ୍ୱତନ୍ତ୍ର ବେଞ୍ଚ୍ ଲମ୍ବା ସମୟ ଧରି ଚାଲି ଆସୁଥିବା ଦେଶଦ୍ରୋହ ମାମଲାର ୭୬ ବର୍ଷୀୟ ମୁଶାରଫଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ।. ଏହି ମାମଲା, ୨୦୦୭ରେ ସମ୍ବିଧାନକୁ ନିଲମ୍ବିତ କରିବା, ଦେଶରେ ଜରୁରୀକାଳୀନ ସ୍ଥିତି ଲଗାଇବାକୁ ନେଇ ରହିଥିଲା, ଯାହା ଏକ ଦଣ୍ଡନୀୟ ଅପରାଧ ।. କୋର୍ଟଙ୍କ ବେଞ୍ଚ୍ ନିଜର ସଂକ୍ଷିପ୍ତ ଆଦେଶନାମାରେ କହିଛନ୍ତି କି, ସେ ଏହି ମାମଲାରେ ତିନି ମାସ କାଳ ସବୁ ଅଭିଯୋଗ, ରେକର୍ଡସ ଓ ତଥ୍ୟର ଯାଞ୍ଚ କରାଯାଇଥିଲା ଏବଂ ପାକିସ୍ତାନ ସମ୍ବିଧାନର ଅନୁଚ୍ଛଦ ୬ ଅନୁସାରେ ମୁଶାରଫଙ୍କୁ ଦେଶଦ୍ରୋହ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି । ତାଙ୍କ ଉପରେ ଦେଶର ସମ୍ବିଧାନର ଅବମାନନା ଓ ଏହାକୁ ନଷ୍ଟଭ୍ରଷ୍ଟ କରିବାର ଆରୋପ ରହିଥିଲା ।

fallback

କ'ଣ ଥିଲା ଅଭିଯୋଗ 
ଚାଲନ୍ତୁ ଆପଣଙ୍କୁ କହୁଛୁ କି, ମୁସାରଫଙ୍କ ବିରୋଧରେ ଆସିଥିବା ପୂରା ଅଭିଯୋଗ କ'ଣ ଥିଲା । ୩ ନଭେମ୍ବର, ୨୦୦୭ରେ ପାକିସ୍ତାନରେ ଜରୁରୀକାଳୀନ ସ୍ଥିତିର ଘୋଷଣା ପ୍ରସଙ୍ଗରେ ୨୦୧୩ରେ ମୁଶାରଫଙ୍କ ବିରୋଧରେ ଦେଶଦ୍ରୋହର ମାମଲା ସାମ୍ନାକୁ ଆସିଥିଲା । ତେବେ ୨୦୧୬ରେ ନିଜର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ସେ ପାକିସ୍ତାନ ଛାଡ଼ି ଦେଇଥିଲେ । ଯାହା ପାଇଁ ଏହି ମାମଲାର ଶୁଣାଣିରେ ଅନେକ ବାଧା ଓ ସମସ୍ୟା ଉପୁଜିଥିଲା ।. ଏବଂ ମାମଲାର ଶୁଣାଣି କିଛି ଦିନ ପାଇଁ ସ୍ଥଗିତ ରଖିବାକୁ ପଡ଼ିଥିଲା । ତେବେ ଏହି ରାଜଦ୍ରୋହ ମାମଲାର ଶୁଣାଣି ଚଳିତବର୍ଷ ୧୯ ନଭେମ୍ବରକୁ ଶେଷ ହୋଇଯାଇଥିଲା । ଯାହାର ରାୟ ଆଜି ପ୍ରକାଶ ପାଇଛି ।. ଦେଶରେ ଜରୁରୀକାଳୀନ ସ୍ଥିତି ଲଗାଇବା, ସୁପ୍ରିମକୋର୍ଟର ନ୍ୟାୟାଧୀଶମାନଙ୍କୁ ନଜରବନ୍ଦୀ ରଖିବା ଏବଂ ପ୍ରାୟ ୧୦୦ରୁ ଅଧିକ ବିଚାରପତିଙ୍କୁ ବରଖାସ୍ତ କରିବାକୁ ନେଇ ରହିଥିବା ମାମଲାରେ ୨୦୧୪ରେ ମୁଶାରଫଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା ।ଏବେ ତାଙ୍କୁ ଫାଶୀର ସଜ୍ଜା ଶୁଣାଯାଇଛି ।

ମୁଶାରଫ ଏବେ କେଉଁଠି ?
ତେବେ ଆପଣ ଏବେ ଭାବୁଥିବେ, ମୁଶାରଫଙ୍କୁ କେବେ ଫାଶୀ ହେବ, ସେ ଏବେ କେଉଁଠି ? । ଆପଣଙ୍କ ସୂଚନା ପାଇଁ ଆମେ କହିରଖୁଛୁ କି, ମୁଶାରଫ ବର୍ତ୍ତମାନ ଦୁବାଇର ଏକ ହସ୍ପିଟାଲର ବେଡରେ ଅଛନ୍ତି । ଗତ ଡିସେମ୍ବର ୩ ତାରିଖରେ ହାର୍ଟ ତଥା ଉଚ୍ଚ ରକ୍ତଚାପ ସମସ୍ୟାକୁ ନେଇ ୭୬ ବର୍ଷୀୟ ମୁଶାରଫଙ୍କୁ ଦୁବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠି ଏବେ ବି ତାଙ୍କର ଚିକିତ୍ସା ଚାଲିଛି ।

୧୯୯୯ର କାରଗିଲ୍ ଯୁଦ୍ଧ ପରେ ୨୦୦୧ରୁ ୨୦୦୮ ଯାଏଁ ମୁଶାରଫ ପାକିସ୍ତାନର ରାଷ୍ଟ୍ରପତି ରହିଥିଲେ । ଏହା ପରେ ୨୦୦୮ରେ ସେ ଦେଶ ଛାଡ଼ି ପଳାୟନ କରିଥିଲେ ।. ଯେଉଁ ସମୟରେ ସେ ଲଣ୍ଡନ ଓ ଦୁବାଇରେ ଭିନ୍ନ ଭିନ୍ନ ସମୟରେ ରହି ଆସୁଥିଲେ । ତେବେ ୨୦୧୩ରେ ସେ କିଛି ମାସ ପାଇଁ ପାକିସ୍ତାନ ଆସିଥିଲେ । କିନ୍ତୁ ତା' ପରେ ମଧ୍ୟ ସ୍ୱାସ୍ଥ୍ୟଗତ କାରଣରୁ ସେ ପୁଣି ଦେଶ ଛାଡ଼ି ଦେଇଥିଲେ । ଏବେ ବୟସାଧିକ କାରଣରୁ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଥିବା ମୁଶାରଫ କ'ଣ ପୁଣି ଦେଶକୁ ଫେରିବେ ଓ ତାଙ୍କୁ ଫାଶୀ ଦିଆଯିବ ? ।ତାହା ଏକ ବଡ଼ ପ୍ରଶ୍ନ । ପ୍ରତ୍ୟର୍ପଣ ମାମଲାରେ ପାକିସ୍ତାନର ନୀତି ସେତେଟା କିଛି ଖାସ୍ ନାହିଁ । ଏଣୁ ସରକାରୀସ୍ତରରେ କ'ଣ ମୁଶାରଫଙ୍କୁ ପାକିସ୍ତାନକୁ ଫେରାଇ ଆଣି ଫାଶୀ ଦିଆଯାଉଛି? । ତା' ବି ଦେଖିବାର କଥା ।