ସ୍ୱିଡେନରେ ଭାରତୀୟ ପରମ୍ପରାର ଝଲକ: ଧୋତି ପିନ୍ଧି ନୋବେଲ ପୁରସ୍କାର ଗ୍ରହଣ କଲେ ଅଭିଜିତ, ସ୍ୱାମୀଙ୍କ ରାସ୍ତାରେ ଏଷ୍ଟର ଡୁଫ୍ଲୋ
Advertisement

ସ୍ୱିଡେନରେ ଭାରତୀୟ ପରମ୍ପରାର ଝଲକ: ଧୋତି ପିନ୍ଧି ନୋବେଲ ପୁରସ୍କାର ଗ୍ରହଣ କଲେ ଅଭିଜିତ, ସ୍ୱାମୀଙ୍କ ରାସ୍ତାରେ ଏଷ୍ଟର ଡୁଫ୍ଲୋ

ବିଶ୍ୱରୁ ଦାରିଦ୍ର ଦୂରୀକରଣ ପାଇଁ ଲଢି ନୋବେଲ ପୁରସ୍କାର ପାଇଛନ୍ତି ୩ ପ୍ରଫେସର । ଏମାନଙ୍କ ମଧ୍ୟରେ ରହିଛନ୍ତି ଭରତରେ ଜନ୍ମିତ ଅଭିଜିତ ବାନାର୍ଜୀ । 

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର

ନୂଆଦିଲ୍ଲୀ: ବିଶ୍ୱରୁ ଦାରିଦ୍ର ଦୂରୀକରଣ ପାଇଁ ଲଢି ନୋବେଲ ପୁରସ୍କାର ପାଇଛନ୍ତି ୩ ପ୍ରଫେସର । ଏମାନଙ୍କ ମଧ୍ୟରେ ରହିଛନ୍ତି ଭରତରେ ଜନ୍ମିତ ଅଭିଜିତ ବାନାର୍ଜୀ ଏବଂ ଫ୍ରାନ୍ସରେ ଜନ୍ମିତ ତାଙ୍କ ସ୍ତ୍ରୀ ଏଷ୍ଟର ଡୁଫ୍ଲୋ । ତେବେ ଗତକାଲି ସ୍ୱିଡେନରେ ପୁରସ୍କାର ଗ୍ରହଣ ବେଳେ ଦେଖିବାକୁ ମିଳିଥିଲା ଭାରତୀୟ ପାରମ୍ପରିକ ପୋଷାକର ଝଲକ । କେବଳ ଅଭିଜିତ ନୁହେଁ, ତାଙ୍କ ସ୍ତ୍ରୀ ଅର୍ଥାତ ପ୍ରଫେସର ଏଷ୍ଟର ଡୁଫ୍ଲୋ ମଧ୍ୟ ଭାରତୀୟ ପାରମ୍ପରିକ ପୋଷାକରେ ନଜର ଆସିଥିଲେ । 

ସ୍ୱିଡେନରେ ଚାଲିଥାଏ ନୋବେଲ ପୁରସ୍କାର ପ୍ରଦାନ ସମାରୋହ । ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସମାରୋହରେ ଉପସ୍ଥିତ ଥିଲେ । ଏହି ସମାରୋହରେ ନୋବେଲ ପୁରସ୍କାର ପାଇବାକୁ ଥିଲେ ୩ ପ୍ରଫେସର । ଏମାନଙ୍କ ମଧ୍ୟରୁ ୨ ଜଣ ସମ୍ପର୍କରେ ସ୍ୱାମୀ ଓ ସ୍ତ୍ରୀ । ସ୍ୱାମୀ ଅଭିଜିତ ବାନାର୍ଜୀ ଆମେରିକାର ନାଗରିକ, ହେଲେ ଭାରତରେ ଜନ୍ମିତ । ଅନ୍ୟପଟେ ତାଙ୍କ ସ୍ତ୍ରୀ ଏଷ୍ଟର ଡୁଫ୍ଲୋ ଅଭିଜିତକୁ ବିବାହ କରିବା ପରେ ଆମେରିକାର ନାଗରିକତ୍ୱ ଗ୍ରହଣ କରିସାରିଛନ୍ତି । 

fallback

ଅଭିଜିତ ଦୀର୍ଘ ଦିନ ହେଲା ଆମେରିକାର ନାଗରିକ ହୋଇସାରିଛନ୍ତି ସତ, ହେଲେ ଭୁଲିନାହାଁନ୍ତି ନିଜ ଜନ୍ମଭୂମିର ମହତ୍ୱ । ଏକଥା ସେତେବେଳେ ସ୍ପଷ୍ଟ ହୋଇଥିଲା, ଯେତେବେଳେ ସବୁଠୁ ବଡ ସମ୍ମାନରେ ସମ୍ମାନୀତ ହେଉଥିଲେ ସେ । ନୋବେଲ ପୁରସ୍କାର ଗ୍ରହଣ ବେଳେ ଧୋତି ଏବଂ ପାଇଜାମାରେ ନଜର ଆସିଥିଲେ ଅଭିଜିତ । ସେହିପରି ପ୍ରାନ୍ସ ଜନ୍ମିତ ଏଷ୍ଟର ଡୁଫ୍ଲୋ ମଧ୍ୟ ଭାରତୀୟ ପୋଷାକ ଶାଢିରେ ନଜର ଆସିଥିଲେ । ମନେହେଉଥିଲା ସ୍ୱାମୀଙ୍କ ସହ ରହିବା ପରେ ସତେ ଯେମିତି ଭାରତୀୟ ଛିଟା ତାଙ୍କ ଦେହରେ ଲାଗିଯାଇଛି ।

ଅନ୍ୟ ଜଣେ ସହଯୋଗୀ ମାଇକେଲ କ୍ରେମର କଳା ରଙ୍ଗର ସୁଟ୍ ପିନ୍ଧି ପୁରସ୍କାର ଗ୍ରହଣ କରିଥିଲେ । ତେବେ ଏହି ତିନି ଜଣଙ୍କୁ ନୋବେଲ ପୁରସ୍କାର ସହ ୬।୭ କୋଟି ଟଙ୍କା ଆର୍ଥିକ ରାଶି ମଧ୍ୟ ମିଳିଛି । ଏହି ଟଙ୍କାକୁ ଗବେଷଣାରେ ଖର୍ଚ୍ଚ କରିବେ ବୋଲି କହିଥିଲେ ଅଭିଜିତ । 

କିଏ ସେହି ଅଭିଜିତ ବାନାର୍ଜୀ ?

ବର୍ତ୍ତମାନ ମସାଚୁସେଟସ ଇଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିର ଅର୍ଥଶାସ୍ତ୍ର ବିଭାଗରେ ଫଣ୍ଡ ଫାଉଣ୍ଡେସନ ଇଣ୍ଟରନେସନାଲ ପ୍ରଫେସର ଅଛନ୍ତି ଅଭିଜିତ ବାନାର୍ଜୀ । ତାଙ୍କ ଜନ୍ମ  ୧୯୬୧ ମସିହା ଫେବୃଆରୀ ୨୧ରେ କୋଲାକାତାରେ ହୋଇଥିଲା । କୋଲକାତାର ପ୍ରେସିଡେନ୍ସି ବିଶ୍ୱବିଦ୍ୟାଳୟରେ ସେ ପାଠ ପଢିଥିଲେ । ପରେ ଜେଏନୟୁର ଛାତ୍ର ମଧ୍ୟ ଥିଲେ ଅଭିଜିତ । ୧୯୮୮ ମସିହାରେ ସେ ହାର୍ବାର୍ଡ ବିଶ୍ୱବିଦ୍ୟାଳୟରୁ ପିଏଚଡି ହାସଲ କରିଥିଲେ । ଏବେ ସେ ଆମେରିକାର ନାଗରିକ । 

ଏଷ୍ଟର ଡୁଫ୍ଲୋ କିଏ ? 

ଅଭିଜିତ ବାନାର୍ଜୀଙ୍କ ସ୍ତ୍ରୀ ଏଷ୍ଟର ଡୁଫ୍ଲୋ । ୧୯୭୨ରେ ଫ୍ରାନ୍ସରେ ଜନ୍ମଗ୍ରହଣ କରିଥିଲେ ସେ । ବର୍ତ୍ତମାନ ସେ ଏମଆଇଟି ବିଶ୍ୱ ବିଦ୍ୟାଳୟରେ ପ୍ରଫେସର ଅଛନ୍ତି । ସେ ମଧ୍ୟ ଆମେରିକାର ନାଗରିକତ୍ୱ ଗ୍ରହଣ କରିଛନ୍ତି । 

ଆହୁରି ପଢନ୍ତୁ; ପୁଣି ଏକାଠି ହେବେ ବିଜେପି-ଶିବସେନା ! ଇସାରା ଦେଲେ ବରିଷ୍ଠ ନେତା