ପୁଣି ଏକାଠି ହେବେ ବିଜେପି-ଶିବସେନା ! ଇସାରା ଦେଲେ ବରିଷ୍ଠ ନେତା
Advertisement
Article Detail0/zeeodisha/odisha608059

ପୁଣି ଏକାଠି ହେବେ ବିଜେପି-ଶିବସେନା ! ଇସାରା ଦେଲେ ବରିଷ୍ଠ ନେତା

ବସାକୁ ଫେରିବ କି ପକ୍ଷୀ ? ମୁଖ୍ୟମନ୍ତ୍ରୀ ପଦକୁ ନେଇ ୩୦ ବର୍ଷର ସମ୍ପର୍କ ତୁଟିଥିଲା । ଏନଡିଏରୁ ଅଲଗା ହୋଇଥିଲା ଶିବସେନା । ହେଲେ ଏବେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀ ଚମକାଇଦେଲା ଭଳି ବୟାନ ଦେଇଛନ୍ତି । ପୁଣିଥରେ ବିଜେପି-ଶିବସେନା ଯେ ଏକାଠୀ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ, ଏଭଳି କିଛି ମତ ରଖିଛନ୍ତି ମନୋହର । 

ଫାଇଲ ଫଟୋ

ନୂଆଦିଲ୍ଲୀ: ବସାକୁ ଫେରିବ କି ପକ୍ଷୀ ? ମୁଖ୍ୟମନ୍ତ୍ରୀ ପଦକୁ ନେଇ ୩୦ ବର୍ଷର ସମ୍ପର୍କ ତୁଟିଥିଲା । ଏନଡିଏରୁ ଅଲଗା ହୋଇଥିଲା ଶିବସେନା । ହେଲେ ଏବେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀ ଚମକାଇଦେଲା ଭଳି ବୟାନ ଦେଇଛନ୍ତି । ପୁଣିଥରେ ବିଜେପି-ଶିବସେନା ଯେ ଏକାଠୀ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ, ଏଭଳି କିଛି ମତ ରଖିଛନ୍ତି ମନୋହର । 

fallback

ମଙ୍ଗଳବାର ଗଣମାଧ୍ୟମକୁ ସମ୍ବୋଧନ କରି ମନୋହର କହିଥିଲେ, ''ନିକଟ ଭବିଷ୍ୟତରେ ଶିବସେନା ଓ ବିଜେପି ଏକାଠି ହୋଇପାରନ୍ତି । ଏନେଇ ଠିକ ସମୟରେ ଉଦ୍ଧବ ଠାକରେ ଉଚିତ ନିଷ୍ପତ୍ତି ନେବେ । ସେ ଆହୁରି ମଧ୍ୟ କହିଥିଲେ ଛୋଟ ଛୋଟ ବିଷୟକୁ ନେଇ ଲଢିବା ଅପେକ୍ଷା କିଛି ଜିନିଷକୁ ସହ୍ୟ କରିନେବା ଦରକାର । ତେଣୁ ଯଦି ଉଭୟ ଦଳ ଏକାଠି କାମ କରିବେ, ଏହା ଉଭୟଙ୍କ ପାଇଁ ଲାଭପ୍ରଦ ହେବ ।''

ଯୋଶୀ ଆହୁରି ମଧ୍ୟ କହିଥିଲେ, ଏମିତି ନୁହେଁ ଯେ ଶିବସେନା ଆଉ କେବେ ବି ବିଜେପି ସହ ଏକାଠି ହେବନାହିଁ । ଉଦ୍ଧବ ଠାକରେ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବେ । ତେବେ ଶିବସେନାର ବରିଷ୍ଠ ନେତାଙ୍କ ଏହି ବୟାନ ଏବେ ମହାରାଷ୍ଟ୍ର ରାଜନୀତିରେ ହଇଚଇ ସୃଷ୍ଟି କରିଛି । ମୁଖ୍ୟମନ୍ତ୍ରୀ ପଦକୁ ନେଇ ଭାଙ୍ଗିଥିବା ସମ୍ପର୍କ ଯେ ପୁଣିଥରେ ଗଢି ଉଠିବାକୁ ଯାଉଛି, ଏଭଳି କିଛି ସଙ୍କେତ ଦେଇଛନ୍ତି ମନୋହର । 

fallback

ଏବେ ମହାରାଷ୍ଟ୍ରରେ ଏନସିପି ଏବଂ କଂଗ୍ରେସ ସହ ମେଣ୍ଟ କରି ଶିବସେନା ସରକାର ଗଢିଛି । ଏହି ତିନି ଦଳ ମିଶି 'ମହା ବିକାଶ ଅଘାଡି' ମେଣ୍ଟ ଗଠନ କରିଛନ୍ତି । ବିଜେପି ବିରୋଧୀ ଦଳର ଭୂମିକା ତୁଲାଉଛି । ତେବେ ଏଭଳି ସମୟରେ ମନୋହର ଯୋଶୀଙ୍କ ଏହି ବୟାନ ବେଶ ଗୁରୁତ୍ୱ ବହନ କରୁଛି । 

fallback

ପ୍ରଶ୍ନ ଉଠୁଛି, ମନୋହର କେଉଁ ଉଦ୍ଦେଶ୍ୟରେ ଏଭଳି ମନ୍ତବ୍ୟ ରଖିଛନ୍ତି ? ମହା ବିକାଶ ଅଘାଡି ମେଣ୍ଟରେ ଶିବସେନା ଅଣନିଶ୍ୱାସୀ ହୋଇପଡୁନି ତ ? ଏହି ମେଣ୍ଟ ଯେ ୫ ବର୍ଷ ସରକାର ପୁରା କରିପାରିବ ନାହିଁ, ବରିଷ୍ଠ ନେତା ଏଭଳି କିଛି ଭାବୁନାହାଁନ୍ତି ତ ? ଯେଉଁ ହିନ୍ଦୁତ୍ୱକୁ ନେଇ ଶିବସେନା ଲୋକପ୍ରିୟ, ଏବେ ତାହା ସଙ୍କୁଚିତ ହୋଇଯାଉଛି । ପରେ ଏହାର କୁପ୍ରଭାବ ପଡିବ, ଏଭଳି କିଛି ବୋଧେ ଭାବୁଛନ୍ତି ଦଳର ବରିଷ୍ଠ ନେତା । 

fallback

ତେବେ ଏହା ମନୋହର ଯୋଶୀଙ୍କ ବ୍ୟକ୍ତିଗତ ମତ ବୋଲି କହିଛନ୍ତି ଶିବସେନା ନେତ୍ରୀ ନୀଲମ ଗୋରହେ । ତାଙ୍କ କହିବା କଥା ହେଲା, ଏହା ଶିବସେନାର ମନ୍ତବ୍ୟ ନୁହେଁ, ମନୋହରଙ୍କ ବ୍ୟକ୍ତିଗତ ମତ । ଏହି ପୀଢିର ନେତାଙ୍କ ଭିତରେ ଏଭଳି ଆବେଗ ସୃଷ୍ଟିହେବା ସ୍ୱଭାବିକ କଥା ବୋଲି କହିଛନ୍ତି ନୀଲମ । 

ଆହୁରି ପଢନ୍ତୁ; ରାଜ୍ୟସଭାରେ CABକୁ ପାରିତ କରିବାରେ ସଫଳ ହେବେ ତ କେନ୍ଦ୍ର ସରକାର ?