Advertisement
Article Detail0/zeeodisha/odisha663243
Zee OdishaOther Newsମୋଦିଙ୍କ ଦୀପ ଜଳାଇବାକୁ ନେଇ ଏପରି କହିଲେ ଦିଦି

ମୋଦିଙ୍କ ଦୀପ ଜଳାଇବାକୁ ନେଇ ଏପରି କହିଲେ ଦିଦି

ମୋଦିଙ୍କ ପ୍ରତି ନରମ ଭାବ ପ୍ରକାଶ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

ମୋଦିଙ୍କ ଦୀପ ଜଳାଇବାକୁ ନେଇ ଏପରି କହିଲେ ଦିଦି

କୋଲକାତା: ଆସନ୍ତା ରବିବାର ଘରର ଲାଇଟ ବନ୍ଦ କରି ଦୀପ, ମହମବତୀ ତଥା ମୋବାଇଲ ଲାଇଟ ଜଳାଇବାକୁ ନେଇ ଅନେକ ମୋଦିଙ୍କୁ ଅନେକ ସମାଲୋଚନା କରୁଥିବା ଦେଖିବାକୁ ମିଳିଛି। ଏହି ସୁଅରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ସାମିଲ ହୋଇଛନ୍ତି। ସବୁବେଳେ ଆକ୍ରାମକ ଭାବରେ ମୋଦିଙ୍କୁ ଉପରେ ବର୍ଷୁଥିବା ଦିଦି କିନ୍ତୁ ଏହି ମାମଲାରେ ଟିକିଏ ନରମିଥିବା ଦେଖିବାକୁ ମିଳିଛି।  

ମିଳିଥିବା ସୂଚନା ମୁତାବକ ଦୀପ ଲଗାଇବା ପାଇଁ ମୋଦି ଘୋଷଣା କରିବା ପରେ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଥିଲେ ତୃଣମୂଳ କଂଗ୍ରେସର ନେତା ଓ ମୁଖ୍ୟମନ୍ତ୍ରୀ। କିନ୍ତୁ ଏହି ମାମଲାରେ ମମତା ସାମାନ୍ୟ ନରମି ଆଲୋଚନା କରିଥିବା ଦେଖିବାକୁ ମିଳିଥିଲେ। ସେ କହିଥିଲେ କି ପ୍ରଧାନମନ୍ତ୍ରୀ ମୋଦିଙ୍କ ମାମଲାରେ ଆମେ କାହିଁକି ମୁଣ୍ଡ ପୁରାଇବୁ। ସେ ଆହୁରି ମଧ୍ୟ କହିଥିଲେ କି ବର୍ତ୍ତମାନ ସମୟରେ ରାଜନୀତି କରିବାର ସମୟ ନୁହେଁ। ବର୍ତ୍ତମାନ ଦେଶର ପ୍ରଧାନମନ୍ତ୍ରୀ ସହିତ ଏକାଠି ହୋଇ କୋରୋନା ବିପକ୍ଷରେ ଲଢିବାର ସମୟ ଆସିଛି ବୋଲି ସେ କହିଥିଲେ।

ମମତା ଆହୁରି ମଧ୍ୟ କହିଥିଲେ କି, ବର୍ତ୍ତମାନ ସମୟରେ ରାଜ୍ୟରେ କିପରି କୋରୋନାକୁ ପ୍ରତିହତ କରିହେବ ସେ ନେଇ ମୁଁ ଚିନ୍ତିତ ରହିଛି। ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ନେଇ ମୁଁ ବର୍ତ୍ତମାନ କୌଣସି ରାଜନୈତିକ ଯୁଦ୍ଧ କରିବାକୁ ଚାହୁଁନାହୁଁ। ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ କଥା ଯାହାକୁ ଠିକ ଲାଗୁଛି ସେ ମାନନ୍ତୁ, କିମ୍ବା ପାଳନ କରନ୍ତୁ। ଯାହାକୁ ମାନିବାର ନାହିଁ, ସେ ନ ମାନୁ। ଏହା ଏକ ବ୍ୟକ୍ତିଗତ ମାମଲା। ମୋତେ ଯଦି ନ ମାନିବାର ଅଛି, ତେବେ ମୁଁ ଶୋଇବି ବୋଲି ମମତା କହିଥିଲେ।  

Add Zee News as a Preferred Source

ସେପଟେ ଆସନ୍ତା ରବିବାର ରାତି ୯ଟା ସମୟରେ ୯ ମିନିଟ ପାଇଁ ଘର ବାହାରେ ଦୀପ ଜଳାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଆହ୍ୱାନ ଦେଇଥିଲେ।   ଏହା ସହିତ ମିଶିକରି କୋରୋନା ବିପକ୍ଷରେ ଲଢିବା ପାଇଁ ସେ କହିଥିଲେ। ୧୩୦ କୋଟି ଦେଶବାସୀ ଏକ ମହାଶକ୍ତିର ଜାଗରଣ ସୃଷ୍ଟି କରିବାର ଉଦାହରଣ ସୃଷ୍ଟି କରନ୍ତୁ ବୋଲି ସେ କହିଥିଲେ। ମୋଦି ଆହୁରି ମଧ୍ୟ କହିଥିଲେ କି ଘରର ସବୁ ଲାଇଟକୁ ବନ୍ଦ କରିବା ସହିତ ଦୀପ, ମହମବତୀ, ଟର୍ଚ୍ଚ, ମୋବାଇଲ ଲାଇଟ ଆଦି ଘରର ଝରକାରେ ଜଳାନ୍ତୁ ବୋଲି ମୋଦି କହିଥିଲେ।  

About the Author