ହୋଟେଲକୁ ଫେରିଲା ପିଆଜ
Advertisement

ହୋଟେଲକୁ ଫେରିଲା ପିଆଜ

ପିଆଜ ଦରରେ ସାମାନ୍ୟ ସୁଧାର ଆସିଛି । ବର୍ତ୍ତମାନ ଏହାର କିଲୋ ପିଛା ଦର ରହିଛି ୮୦ରୁ ୯୦ ଟଙ୍କା । ଆଉ ଏହାରି ଭିତରେ କିଛି ଦିନ ଧରି ଉଭେଇ ଯାଇଥିବା ଏହି ପରିବା ହୋଟେଲକୁ ଫେରିଛି । ପିଆଜ ଦର ବୃଦ୍ଧି ଯୋଗୁଁ ମୂଳାରେ କାମ ଚଳାଇ ଦେଉଥିଲେ ଅନେକ ହୋଟେଲ । 

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ପିଆଜ ଦରରେ ସାମାନ୍ୟ ସୁଧାର ଆସିଛି । ବର୍ତ୍ତମାନ ଏହାର କିଲୋ ପିଛା ଦର ରହିଛି ୮୦ରୁ ୯୦ ଟଙ୍କା । ଆଉ ଏହାରି ଭିତରେ କିଛି ଦିନ ଧରି ଉଭେଇ ଯାଇଥିବା ଏହି ପରିବା ହୋଟେଲକୁ ଫେରିଛି । ପିଆଜ ଦର ବୃଦ୍ଧି ଯୋଗୁଁ ମୂଳାରେ କାମ ଚଳାଇ ଦେଉଥିଲେ ଅନେକ ହୋଟେଲ । 

ଦର କମିଲା, ପିଆଜ ଫେରିଲା । ପିଆଜ ଦର କିଲୋ ପିଛା ୧୫୦ରୁ ୧୬୦ ହୋଇଯିବା ପରେ ହୋଟେଲ ଗୁଡିକରେ ମଧ୍ୟ ପିଆଜ ଦେଖିବାକୁ ମିଳୁନଥିଲା । ପିଆଜ ବଦଳରେ ଗ୍ରାହକଙ୍କୁ ମୂଳା ପରଷା ଯାଉଥିଲା । ଭୋଜନ ବେଳେ କଞ୍ଚା ପିଆଜ ଖାଇବା ଅନେକଙ୍କ ଅଭ୍ୟାସ । ହେଲେ ଡବଲ ସେଞ୍ଚୁରି ଦରରେ ପିଆଜ କିଣି ଗ୍ରାହକଙ୍କୁ କିଏ ବା ପରଷିବ । ସେଇଥିପାଇଁ ତ ବିଭିନ୍ନ ହୋଟେଲରେ କିଛି ଦିନ ହେଲା ପିଆଜ ଦେଖିବାକୁ ମିଳିନଥିଲା । ମାତ୍ର ଏବେ ପିଆଜ ଦରରେ ସାମାନ୍ୟ ସୁଧାର ଆସିଛି । ହୋଟେଲକୁ ମଧ୍ୟ ଫେରିଛି ଅତି ଦରକାରୀ ପିଆଜ । 

କର୍ଣ୍ଣାଟକର ବିଭିନ୍ନ ହୋଟେଲରେ କିଛିଦିନ ହେଲା ଗ୍ରାହକଙ୍କୁ ପିଆଜ ଖାଇବାକୁ ମିଳୁନଥିଲା । କାହିଁକି ନା ପିଆଜ ଦର କିଲୋ ପିଛା ୧୫୦ରୁ ୧୬୦ ଟଙ୍କା ରହିଥିଲା । ମାତ୍ର ଏବେ ଏହି ଦର ୮୦ରୁ ୯୦ ଟଙ୍କାକୁ ଖସିଛି । ଅବଶ୍ୟ ଏମିତି ଦେଖିବାକୁ ଗଲେ, ଏହି ଦର ମଧ୍ୟ ଢେର ଅଧିକ । ମାତ୍ର ପୂର୍ବ ତୁଳନାରେ ଦରରେ ସାମାନ୍ୟ ସୁଧାର ଆସିଛି । ପୁଣିଥରେ ହୋଟେଲ ଗୁଡିକରେ ଗ୍ରହକଙ୍କୁ ପିଆଜ ପରଷା ଯାଉଥିବା ଦେଖିବାକୁ ମିଳିଛି । 

ଆହୁରି ପଢନ୍ତୁ; ୧୦୦ ଟଙ୍କାରୁ କମିଲା ପିଆଜ ଦର ; କିଲୋ ପିଛା ଏବେ ଏତିକି ବିକ୍ରି ହଉଛି