ଦେଶର ଅର୍ଥନୀତି ଭୁଲ ଲୋକଙ୍କ ହାତକୁ ଚାଲିଯାଇଛି: ଚିଦାମ୍ବରମ
Advertisement

ଦେଶର ଅର୍ଥନୀତି ଭୁଲ ଲୋକଙ୍କ ହାତକୁ ଚାଲିଯାଇଛି: ଚିଦାମ୍ବରମ

ଜେଲରୁ ବାହାରିଲେ, GDPକୁ ନେଇ ବର୍ଷିଲେ

ଫାଇଲ ଫଟୋ

ନୂଆଦିଲ୍ଲୀ: ଜେଲରୁ ଫେରିବା ପରେ ବିଜେପି ସରକାରଙ୍କ ଉପରେ ବର୍ଷିଲେ ପି. ଚିଦମ୍ବରମ ।  ଗୁରୁବାର ସଂସଦରେ ପହଞ୍ଚିବା ସହ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଚିଦମ୍ବରମ ସରକାରଙ୍କ ଉପରେ ଏକାଧିକ ଦୋଷ ଲଦିଛନ୍ତି । ବିଜେପି ସରକାର ପାଇଁ ଦେଶର ଅର୍ଥ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି ବୋଲି ସେ ଅଭିଯୋଗ କରିଛନ୍ତି । ଦେଶର ଅର୍ଥନୀତି ଭୁଲ ଲୋକଙ୍କ ହାତକୁ ଚାଲିଯାଇଛି କହି ପରୋକ୍ଷରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଟାର୍ଗେଟ କରିଛନ୍ତି ଚିଦମ୍ବରମ । 

ଗୁରୁବାର ସଂସଦରେ ପହଞ୍ଚିବା ପରେ ଅନ୍ୟ କଂଗ୍ରେସ ନେତାଙ୍କ ସହ ପିଆଜ ଦର ବୃଦ୍ଧି ପ୍ରତିବାଦରେ ବିରୋଧ ପ୍ରଦର୍ଶନ କରିଥିଲେ ଚିଦମ୍ବରମ । ଏହାସହିତ ତାଙ୍କ ବିରୋଧରେ ରାଜନୈତିକ ଷଡ଼ଯନ୍ତ୍ର କରଯାଇଛି ବୋଲି ଅଭିଯୋଗ ଉଠାଇଛନ୍ତି । ୧୦୬ ଦିନ ପରେ ବୁଧବାର ତିହାର ଜେଲରୁ ଜାମିନରେ ବାହାରିବା ପରେ ଗୁରୁବାର ସଂସଦରେ ପହଞ୍ଚିଥିଲେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦମ୍ବରମ । ଦେଶର ଅର୍ଥନୀତି ଭୁଲ ଲୋକଙ୍କ ହାତକୁ ଚାଲିଯାଇଥିବାରୁ GDP ୮ ପ୍ରତିଶତରୁ ୪.୫ ପ୍ରତିଶତରେ ପହଞ୍ଚିଛି ବୋଲି ସେ କହିଛନ୍ତି । 
ସେପଟେ ଚିଦମ୍ବରମଙ୍କ ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର । ସୁପ୍ରିମକୋର୍ଟ ଚିଦମ୍ବରମଙ୍କୁ ସର୍ତ୍ତମୂଳକ ଜାମିନ ଦେଇଥିବା ସେ ନିଜେ ଭୁଲିଯାଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । 

ଏହାସହିତ ତାଙ୍କ ବିରୋଧରେ ରାଜନୈତିକ ଷଡ଼ଯନ୍ତ୍ର କରଯାଇଛି ବୋଲି ଅଭିଯୋଗ ଉଠାଇଛନ୍ତି ପି ଚିଦମ୍ବରମ । INX ମିଡିଆ ଦୁର୍ନୀତି ମାମଲାରେ ED ପକ୍ଷରୁ ହୋଇଥିବା ମାମଲାରେ ବୁଧବାର ସୁପ୍ରିମକୋର୍ଟ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦମ୍ୱରମଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ । ପୂର୍ବରୁ ଚିଦମ୍ୱରମ CBI ମାମଲାରେ ଜାମିନ ପାଇସାରିଥିଲେ । ଅକ୍ଟୋବର ୧୬ ତାରିଖରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ରିମାଣ୍ଡରେ ଥିଲେ ଚିଦମ୍ବରମ । ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଚିଦମ୍ବରମଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ । ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ ଚିଦମ୍ବରମ। ସୁପ୍ରିମକୋର୍ଟ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ରଦ୍ଦ କରିବା ସହ ୨ ଲକ୍ଷ ଟଙ୍କା ମୁଚାଲିକା ସହ ଚିଦମ୍ବରମଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ ।

ଆହୁରି ପଢନ୍ତୁ; ଦିଲ୍ ଜିତିଲେ ଦବଙ୍ଗ୍ ପୋଲିସ ! ସବୁଠି ତେଲେଙ୍ଗାନା ପୋଲିସକୁ ତାରିଫ