୨୫୦ରୁ ଅଧିକ ମାଓ ସମର୍ଥକଙ୍କ ଆତ୍ମସମର୍ପଣ
Advertisement
Article Detail0/zeeodisha/odisha614241

୨୫୦ରୁ ଅଧିକ ମାଓ ସମର୍ଥକଙ୍କ ଆତ୍ମସମର୍ପଣ

ଆଜି ହାଟପଦା ମାଥିଲି  ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି ମାଓ ସମର୍ଥକ 

୨୫୦ରୁ ଅଧିକ ମାଓ ସମର୍ଥକଙ୍କ ଆତ୍ମସମର୍ପଣ

ମାଲକାନଗିରି: ଲାଲଗଡ଼ରେ ଲାଲବାହିନୀର ହାତ ଛାଡିଲେ ୨୫୦ରୁ ଉର୍ଦ୍ଧ୍ୱ ମାଓ ସମର୍ଥକ । ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମହୁପଦର ଅଞ୍ଚଳରେ । ଆଜି ହାଟପଦା ମାଥିଲି  ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି ମାଓ ସମର୍ଥକ । ଆଉ ପୁଲିସ୍‌ ସେମାନଙ୍କୁ ମାଗଣାରେ କମ୍ବଳ ଓ ଡ୍ରେସ  ବଣ୍ଟନ କରିଛନ୍ତି ।   

fallbackବିଗତ ଦିନରେ ଏମାନେ ପୋଲିସ ର ବିରୋଧରେ ମାଓବାଦୀଙ୍କ ପାଇଁ କାମ କରୁଥିଲେ । ଏବେ ସେମାନେ ସେମାନଙ୍କ ଭୁଲ ବୁଝିଲା ପରେ ପୋଲିସ ସହ ହାତ ମିଳାଇଛନ୍ତି । ପୂର୍ବରୁ ମହୁପଦର ଅଞ୍ଚଳ ମାଓବାଦୀଙ୍କ କବଜାରେ ରହିଥିଲା । ୨୫୦ରୁ  ଉର୍ଦ୍ଧ ମାଓବାଦୀ  ସମର୍ଥକଙ୍କ ଆତ୍ମସମର୍ପଣ ପରେ ମାଓବାଦୀ ଙ୍କୁ ଶକ୍ତ ଧକ୍କା ଲାଗିଛି । ମହୁପଦରରେ ପୋଲିସର ସ୍ଥାୟୀ କ୍ୟାମ୍ପ ହେବା ପରେ ସେହି ଅଞ୍ଚଳର ପ୍ରଶାସନର ମୌଳିକ ସୁବିଧା ପହଞ୍ଚିବ ଓ ଉନ୍ନତି ହେବାର ଆଶା ରଖିଛନ୍ତି ଏଠିକାର ଲୋକେ ।