ପୁଣି ପାକିସ୍ତାନର ଅସ୍ତ୍ର ବିରତି ଉଲ୍ଲଙ୍ଘନ, ଭାରତର ମୁହଁତୋଡ଼ ଜବାବ
Advertisement

ପୁଣି ପାକିସ୍ତାନର ଅସ୍ତ୍ର ବିରତି ଉଲ୍ଲଙ୍ଘନ, ଭାରତର ମୁହଁତୋଡ଼ ଜବାବ

କ୍ରମାଗତ ଅସ୍ତ୍ର ବିରତି ଉଲ୍ଲଙ୍ଘନ କରି ଚାଳିଛି ପାକିସ୍ତାନ । ନିୟନ୍ତ୍ରଣ ରେଖାରେ ଲଗାତର ଗୁଳି ବର୍ଷଣ କରୁଛନ୍ତି ପାକ୍ ସେନାର ଯବାନ । ଅନ୍ୟପଟେ ଏହାର ମୁହଁତୋଡ଼ ଜବାବ ମଧ୍ୟ ଦେଉଛି ଭାରତୀୟ ସେନା । ପବିତ୍ର ଦୀପାବଳି ଦିନ ମଧ୍ୟ ଅସ୍ତ୍ର ବିରତିରୁ ଓହରି ନଥିଲା ପାକ୍ । 

ପୁଣି ପାକିସ୍ତାନର ଅସ୍ତ୍ର ବିରତି ଉଲ୍ଲଙ୍ଘନ

ଶ୍ରୀନଗର: କ୍ରମାଗତ ଅସ୍ତ୍ର ବିରତି ଉଲ୍ଲଙ୍ଘନ କରି ଚାଳିଛି ପାକିସ୍ତାନ । ନିୟନ୍ତ୍ରଣ ରେଖାରେ ଲଗାତର ଗୁଳି ବର୍ଷଣ କରୁଛନ୍ତି ପାକ୍ ସେନାର ଯବାନ । ଅନ୍ୟପଟେ ଏହାର ମୁହଁତୋଡ଼ ଜବାବ ମଧ୍ୟ ଦେଉଛି ଭାରତୀୟ ସେନା । ପବିତ୍ର ଦୀପାବଳି ଦିନ ମଧ୍ୟ ଅସ୍ତ୍ର ବିରତିରୁ ଓହରି ନଥିଲା ପାକ୍ । 

ସୋମବାର ପୁଣିଥରେ ଜମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲା ସ୍ଥିତ ଏଲଓସିରେ ଅସ୍ତ୍ର ବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ । ପାକ ସେନା ଗୁଳି ବର୍ଷଣ କରିବା ସହ ମୋର୍ଟାର ସାହାଯ୍ୟରେ ସାମୀବର୍ତ୍ତୀ ସେନାର ଠିକଣା ଓ ଗାଁଗୁଡିକକୁ ଟାର୍ଗେଟ କରୁଛି ।   

ଅନ୍ୟପକ୍ଷେ ସୋମବାର ଜମ୍ମୁ କାଶ୍ମୀରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି । ଆତଙ୍କୀମାନେ କାଶ୍ମୀର ସ୍ଥିତ ସୋପୋରରେ ଗ୍ରେନେଡ ଦ୍ୱାରା ଏହି ଆକ୍ରମଣ କରିଛି । ଏହି ଗ୍ରେନେଡ ମାଡ଼ ସୁରକ୍ଷା କର୍ମୀଙ୍କ ଉଦ୍ଦେଶ୍ୟର କରାଯାଇଥିଲା । ଏହି ଆକ୍ରମଣରେ ୧୯ ଜଣ ସାଧାରଣ ଜନତା ଆହତ ହୋଇଛନ୍ତି ।

ସେହିପରି ରବିବାର ପାକ୍ ସେନାର ଫାଇରିଂରେ ଜଣେ ଭାରତୀୟ ଯବାନ ଆହତ ହୋଇଥିଲେ । ପରେ ଭାରତୀୟ ଯବାନ ମଧ୍ୟ ପାକିସ୍ତାନକୁ ଉଚିତ ଜବାବ ଦେଇଥିଲେ । ଶନିବାର ଶ୍ରୀନଗରରେ ଆତଙ୍କବାଦୀ ଦ୍ୱାରା ଗ୍ରେନେଡ ମାଡ଼ରେ ୬ ଜଣ ଭାରତୀୟ ରିଜର୍ଭ ପୋଲିସ ଫୋର୍ସ(ସିଆରପିଏଫ)ର ଯବାନ ଆହତ ହୋଇଛନ୍ତି । ଏହା ବ୍ୟତୀତ ପାକିସ୍ତାନ ତରଫରୁ କରାଯାଇଥିବା ଫାଇରିଂରେ ଜଣେ ଯବାନ ମଧ୍ୟ ଆହତ ହୋଇଛନ୍ତି ।   

ଅକ୍ଟୋବର ୨୦ରେ ପାକିସ୍ତାନ ଜମ୍ମୁ କାଶ୍ମୀରର କୁପୱାଡା ସ୍ଥିତ ତଙ୍ଗାଧର ସେକ୍ଟରରେ ଅସ୍ତ୍ର ବିରତି ଉଲ୍ଲଙ୍ଘନ କରିଥିଲା ।  ଏଥିରେ ୨ ଭାରତୀୟ ଯବାନ ଶହୀଦ ହୋଇଥିଲେ । ଏହା ବ୍ୟତୀତ ୧ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା ।  ଅନ୍ୟପଟେ ସେନାର ଯବାନ ସମେତ ୮ ଜଣ ଆହତ ମଧ୍ୟ ହୋଇଥିଲେ ।