ପରୀ ହତ୍ୟା ଘଟଣା: ରାଜ୍ୟ ସରକାରଙ୍କୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ
Advertisement

ପରୀ ହତ୍ୟା ଘଟଣା: ରାଜ୍ୟ ସରକାରଙ୍କୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

ପରୀ ହତ୍ୟା ଘଟଣାରେ ସୁପ୍ରିମକୋର୍ଟ ବୁଧବାର ଉଭୟ ଓଡିଶା ସରକାର, ସିବିଆଇଙ୍କୁ ନୋଟିସ ଜାରି କରିଛନ୍ତି। 

ପରୀ ହତ୍ୟା ଘଟଣା: ରାଜ୍ୟ ସରକାରଙ୍କୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲା ଦିନକୁ ଦିନ ରୋଚକ ମୋଡ ନେବାରେ ଲାଗିଛି। ହତ୍ୟା ଘଟଣାରେ ନିଜର ଅସନ୍ତୋଷ ପ୍ରକାଶ କରି ପରୀ ମା ସୌଦାମିନି ସାହୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ଘଟଣାର କିଛି ସମୟ ପରେ ସୁପ୍ରିମକୋର୍ଟ ବୁଧବାର ଉଭୟ ଓଡିଶା ସରକାର ଓ ସିବିଆଇଙ୍କୁ ନୋଟିସ ଜାରି କରିଛନ୍ତି।

Also Read: ପରୀ ହତ୍ୟାକାଣ୍ଡ ମାମଲା; ବିଧାନସଭା ଆଗରେ ଦମ୍ପତିଙ୍କ ଆତ୍ମାହୂତି ଉଦ୍ୟମ

ସୂଚନା ମୁତାବକ ପରୀ ଘଟଣାରେ ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ପରୀର ମା ସୌଦାମିନି ସାହୁ। ଏନେଇ ସେ ସୁପ୍ରିମକୋର୍ଟରେ ଏକ ରିଟ ପିଟିସନ ଦାଖଲ କରିଥିଲେ। ଏହା ସହିତ ସିବିଆଇ ତଦନ୍ତ ଦାବି କରିଥିଲେ। ସେପଟେ ଆଜି ନାବାଳକ ଅଭିଯୁକ୍ତକୁ ଜୁଭେନାଇଲ କୋର୍ଟରେ ହାଜର କରାଯାଇଥିଲା। ସେଠାରେ ସେ ବ୍ରେନ ମ୍ୟାପିଂ ପାଇଁ ମନା କରିଦେଇଥିଲା। ଫଳରେ ଆଜି ହେବାକୁ ଥିବା  ଶୁଣାଣି ମଧ୍ୟ ଖାରଜ ହୋଇ ଯାଇଥିବା ଜଣାପଡ଼ିଛି। 

ହତ୍ୟା ଘଟଣାରେ ପରୀର ମା' ସୁପ୍ରିମକୋର୍ଟଙ୍କ ଦାରସ୍ଥ ହୋଇ ମାମଲାର ସିବିଆଇ ତଦନ୍ତ ଦାବି କରିଥିଲେ। ଏବେ ସୁପ୍ରିମକୋର୍ଟ ଏହି ଆବେଦନକୁ ଗ୍ରହଣ କରିଛନ୍ତି। ଯେଉଁ ପିଟିସନ୍ ଦାଖଲ୍ ହୋଇଥିଲା ତାକୁ ବିଚାର ପାଇଁ ଗ୍ରହଣ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଖାଲି ଏତିକି ନୁହେଁ, ପରୀ ମା' ସୌଦାମିନୀ ସାହୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ଉଭୟ ରାଜ୍ୟ ସରକାର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇକୁ ନୋଟିସ୍ ଜାରି କରିଛନ୍ତି ସୁପ୍ରିମକୋର୍ଟ।

ସୌଦାମିନୀ ସମ୍ବିଧାନର ଧାରା ୩୨ ଧାରା ଅନୁସାରେ ତାଙ୍କ ଝିଅ ହତ୍ୟା ଘଟଣାର ତଦନ୍ତ ପାଇଁ ଅନୁରୋଧ କରିଥିଲେ। ଏହି ପରିପ୍ରେକ୍ଷୀରେ ସେ ଡିସେମ୍ବର ୨୯ ତାରିଖରେ ଏକ ଡାଏରୀ ଏଣ୍ଟ୍ରି କରିଥିଲେ। ଡାଏରୀ ନମ୍ବର ୨୮,୯୬୩/୨୦୨୦ ଆଧାରରେ ସେ ସ୍ପଷ୍ଟ ଭାବରେ ସିବିଆଇ ତଦନ୍ତ କରିବାକୁ ଦାବି କରିଥିଲେ। 

ତାଙ୍କ ପକ୍ଷରୁ ଆଡଭୋକେଟ୍ ତଥା ପିଟିସନର୍ ରମେଶ ପ୍ରସାଦ ଗୋଏଲ୍ ସୁପ୍ରିମକୋର୍ଟରେ ଏହି ପିଟିସନ୍ ଫାଇଲ୍ କରିଥିଲେ। ସେପଟେ ପରୀ ହତ୍ୟା ମାମଲାରେ ଜୁଭେନାଇଲ୍ ଜଷ୍ଟିସ ବୋର୍ଡରେ ହାଜର ହୋଇଛନ୍ତି ଅଭିଯୁକ୍ତ। ତାଙ୍କର ବ୍ରେନ୍ ମ୍ୟାପିଂ ହେବା ନେଇ ବୋର୍ଡରେ ଶୁଣାଣି ସମୟରେ ସେ ମନା କରି ଦେଇଛନ୍ତି। ପୂର୍ବରୁ ଏନେଇ ଏସଆଇଟି ପକ୍ଷରୁ ଆବେଦନ କରାଯାଇଥିଲା। ଭିନ୍ନ ଭିନ୍ନ ଆବେଦନ ବେଳେ ତୃତୀୟ ଥର ପାଇଁ ଅଭିଯୁକ୍ତକୁ ବୋର୍ଡରେ ହାଜର କରାଯାଇଥିଲା।

ପୂର୍ବରୁ ଅଭିଯୁକ୍ତର ନାର୍କୋ ଟେଷ୍ଟ ପାଇଁ ଆବେଦନ କରାଯାଇଥିଲେ ମଧ୍ୟ ଏହା ଖାରଜ ହୋଇଥିଲା। ପୁଣି ଥରେ ବ୍ରେନ୍ ମ୍ୟାପିଂ ପାଇଁ ଏସଆଇଟି ପକ୍ଷରୁ ଆବେଦନ ହୋଇଥିଲା। ହେଲେ ଅଭିଯୁକ୍ତ ଅମଙ୍ଗ ହେବାରୁ ଏନେଇ ଦାଏର ହୋଇଥିବା ଆବେଦନକୁ ବୋର୍ଡ ଖାରଜ କରିଦେଇଛନ୍ତି।