ଦଙ୍ଗା ପୂର୍ବରୁ ଉସୁକାଉଥିଲେ ! ଏବେ ସହାୟତର ହାତ ବଢ଼ାଉଛନ୍ତି...
Advertisement

ଦଙ୍ଗା ପୂର୍ବରୁ ଉସୁକାଉଥିଲେ ! ଏବେ ସହାୟତର ହାତ ବଢ଼ାଉଛନ୍ତି...

କିଛି ସମୟ ପୂର୍ବରୁ ସାଂସଦ ପ୍ରବେଶ ବର୍ମା ଏନେଇ ଟ୍ୱିଟ କରିଛନ୍ତି । ଦିଲ୍ଲୀରେ ହୋଇଥିବା ଦୁର୍ଭାଗ୍ୟପୂର୍ଣ୍ଣ ହିଂସା ବେଳେ ନିଜ କର୍ତ୍ତବ୍ୟ ତୁଲାଇବାକୁ ଯାଇ ମୃତ୍ୟୁବରଣ କରିଥିବା ରତନଲାଲ ଏବଂ ଅଙ୍କିତ ଶର୍ମାଙ୍କ ପରିବାରବର୍ଗଙ୍କୁ ଗୋଟିଏ-ଗୋଟିଏ ମାସର ଦରମା ସମର୍ପିତ କରୁଛି ବୋଲି ନିଜ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ବିଜେପି ସାଂସଦ । 

ଫାଇଲ ଫଟୋ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାରେ ଏପର୍ଯ୍ୟନ୍ତ ୪୨ ଜଣଙ୍କ ମୃତ୍ୟୁ ହୋଇଛି । ଏବେବି ୩ ଶହରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ହିଂସା ପରେ ଅନେକ ନିଖୋଜ ମଧ୍ୟ ଅଛନ୍ତି । ଏହି ହିଂସାରେ ଦିଲ୍ଲୀ ପୋଲିସର ହେଡ କଷ୍ଟବଲ ରତନଲାଲ ଏବଂ ଆଇବି ଅଧିକାରୀ ଅଙ୍କିତ ଶର୍ମାଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା । ରତନଲାଲଙ୍କ ଶହୀଦର ମାନ୍ୟତା ମିଳିଥିବା ବେଳେ ଅଙ୍କିତର ପରିବାର ମଧ୍ୟ ଏହି ଦାବି କରିଛନ୍ତି । ଆଉ ଏହାରି ଭିତରେ ଉଭୟଙ୍କ ପରିବାରକୁ ନିଜର ଗୋଟିଏ-ଗୋଟିଏ ମାସର ଦରମା ଦେବାକୁ ଘୋଷଣା କରିଛନ୍ତି ପଶ୍ଚିମ ଦିଲ୍ଲୀ ଲୋକସଭା ସାଂସଦ ପ୍ରବେଶ ବର୍ମା । 

କିଛି ସମୟ ପୂର୍ବରୁ ସାଂସଦ ପ୍ରବେଶ ବର୍ମା ଏନେଇ ଟ୍ୱିଟ କରିଛନ୍ତି । ଦିଲ୍ଲୀରେ ହୋଇଥିବା ଦୁର୍ଭାଗ୍ୟପୂର୍ଣ୍ଣ ହିଂସା ବେଳେ ନିଜ କର୍ତ୍ତବ୍ୟ ତୁଲାଇବାକୁ ଯାଇ ମୃତ୍ୟୁବରଣ କରିଥିବା ରତନଲାଲ ଏବଂ ଅଙ୍କିତ ଶର୍ମାଙ୍କ ପରିବାରବର୍ଗଙ୍କୁ ଗୋଟିଏ-ଗୋଟିଏ ମାସର ଦରମା ସମର୍ପିତ କରୁଛି ବୋଲି ନିଜ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ବିଜେପି ସାଂସଦ । 

କହିରଖୁଛୁ, ଦିଲ୍ଲୀ ହାଇକୋର୍ଟ ହିଂସା ମାମଲାର ଶୁଣାଣି କରି ବିଜେପି ନେତାଙ୍କ ବିବାଦୀୟ ବୟାନକୁ ନେଇ ଖପ୍ପା ହୋଇଥିଲେ । ବିବାଦୀୟ ବୟାନ ଦେଇଥିବା ନେତାଙ୍କ ବିରୋଧରେ କାହିଁକି ମାମଲା ରୁଜୁ କରାଯାଉନି ବୋଲି ପ୍ରଶ୍ନ କରିଥିଲେ ଦିଲ୍ଲୀ ହାଇକୋର୍ଟ । ତେବେ ବିବାଦୀୟ ବୟାନ ଦେଇଥିବା ନେତାଙ୍କ ମଧ୍ୟ ପ୍ରବେଶ ବର୍ମାଙ୍କ ନାଁ ମଧ୍ୟ ରହିଛି । 

ଆହୁରି ପଢ଼ନ୍ତୁ; ସ୍ୱରାଷ୍ଟ୍ର ମନ୍ତ୍ରୀ ହେବା ପରେ ପ୍ରଥମ ଥର ଶ୍ରୀଜିଉଙ୍କୁ ଦର୍ଶନ କଲେ ଶାହ