ମରାଳ ମାଳିନୀ ନିଳାମ୍ବୁ ଚିଲିକାରେ ବିଦେଶୀ ପକ୍ଷୀଙ୍କ ମେଳା: ବଢୁଛନ୍ତି ପର୍ଯ୍ୟଟକ
Advertisement
Article Detail0/zeeodisha/odisha616063

ମରାଳ ମାଳିନୀ ନିଳାମ୍ବୁ ଚିଲିକାରେ ବିଦେଶୀ ପକ୍ଷୀଙ୍କ ମେଳା: ବଢୁଛନ୍ତି ପର୍ଯ୍ୟଟକ

ଚିଲିକାକୁ ବର୍ଷ ତମାମ ପର୍ଯ୍ୟାଟକ ଆସୁଥିଲେ ମଧ୍ୟ ପ୍ରକୃତିକୁ ଭଲପାଉଥିବା ଦେଶୀବିଦେଶୀ ପର୍ଯ୍ୟଟକ ଶୀତଦିନରେ ହିଁ ଚିଲିକାକୁ ଅଧିକ ଆସିଥାନ୍ତି । 

ମରାଳ ମାଳିନୀ ନିଳାମ୍ବୁ ଚିଲିକାରେ ବିଦେଶୀ ପକ୍ଷୀଙ୍କ ମେଳା: ବଢୁଛନ୍ତି ପର୍ଯ୍ୟଟକ

ସୂର୍ଯ୍ୟନାରାୟଣ ମହାନ୍ତି​, ଖୋର୍ଦ୍ଧା: ଏବେ ସାରା ଦେଶ ହାଡଭଙ୍ଗା ଶୀତରେ ଥରୁଥିବା ବେଳେ ଚିଲିକା ମଙ୍ଗଳାଯୋଡ଼ି ବିଦେଶାଗତ ପକ୍ଷୀ ଓ ପର୍ଯ୍ୟଟକଙ୍କ କୋଳାହଳରେ ଚଳଚଞ୍ଚଳ ହୋଇଉଠିଛି । ମରାଳ ମାଳିନୀ ନିଳାମ୍ବୁ ଚିଲିକାକୁ ଚଳିତ ବର୍ଷର ଅତିଥି ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇସାରିଛି । ଗତ କିଛି ଦିନଧରି ଶୀତ ବଢିବା ସହ ବିଦେଶାଗତ ଅତିଥି ପକ୍ଷୀମାନଙ୍କ କିଚିରିମିଚିରି ରାବରେ ଜୀବନ୍ତ ହୋଇଉଠିଛି ଚିଲିକା। ତା ସହ ଦେଶୀ ବିଦେଶୀ ପର୍ଯ୍ୟଟକଙ୍କ ଆଗମନରେ ସ୍ଥାନୀୟ ବାସିନ୍ଦା ଓ ଗାଇଡ ମଧ୍ୟ ବେଶ ଆନନ୍ଦିତ । ସେପଟେ ଅତି ନିକଟରୁ ବିଭିନ୍ନ ପ୍ରଜାତି ପକ୍ଷୀଙ୍କୁ ଦେଖି ପର୍ଯ୍ୟଟକ ମଧ୍ୟ ବେଶ ଖୁସିବ୍ୟକ୍ତ କରିଛନ୍ତି ।

fallbackଚଳିତ ବର୍ଷ ବିଳମ୍ବ ହେଲେ ମଧ୍ୟ ଚିଲିକାକୁ ବିଦେଶାଗତ ପକ୍ଷୀମାନଙ୍କ ଆଗମନ ଆରମ୍ଭ ହୋଇସାରିଛି । ପ୍ରତିବର୍ଷ ଅକ୍ଟୋବର ଦ୍ୱିତୀୟ ସପ୍ତାହ ସୁଧା ବିଦେଶାଗତ ପକ୍ଷୀ ଚିଲାକାକୁ ଆସିଥାନ୍ତି । ସୁଦୁର ସାଇବେରିଆ, ଇରାନ, କାଜକସ୍ଥାନ, ମଙ୍ଗୋଲିଆ, ଶ୍ରୀଲଙ୍କା, ୟୁରୋପର ବିଭିନ୍ନ ଦେଶ ତଥା ପାକିସ୍ଥାନ ଆଦି ଅଞ୍ଚଳରୁ ପକ୍ଷୀମାନେ ଲକ୍ଷଲକ୍ଷ କିଲୋମିଟର ଅତିକ୍ରମ କରି ଏଠାରେ ପହଞ୍ଚିଥାନ୍ତି । ଶୀତ ଓ ତୁଷାରପାତରୁ ରକ୍ଷା ପାଇବା ପାଇଁ ଏହି ପକ୍ଷୀମାନେ ଚିଲିକାରେ ଥିବା ପର୍ଯ୍ୟାପ୍ତ ଖାଦ୍ୟ ଓ ଅନୁକୂଳ ବାତାବରଣରେ ଅକର୍ଷିତ ହୋଇ ଏଠାକାର ଅତିଥି ସାଜିଥାନ୍ତି । କିନ୍ତୁ ଚଳିତବର୍ଷ ଦୁଇତିନି ସପ୍ତାହ ହେବ ଶୀତ ପଡିବାରୁ ପକ୍ଷୀମାନଙ୍କ ଆଗମାନରେ ବୃଦ୍ଧି ଘଟିଛି । ବିଭିନ୍ନ ପ୍ରକାରର ଓ ରଙ୍ଗବେରଙ୍ଗର ପକ୍ଷୀ ପ୍ରାକୃତିକ ପରିବେଶରେ ଖାଦ୍ୟ ଖାଉଥିବା ଦୃଶ୍ୟ ଅତି ନିକଟରୁ ଦେଖି ପର୍ଯ୍ୟଟକମାନେ ମଧ୍ୟ ବେଶ ଆନନ୍ଦିତ ।

fallbackପ୍ଲେମିଙ୍ଗୋ, ନର୍ଦନ ଲାପିଙ୍ଗ୍, ରୁଡ଼ି ସିଲଡ଼ଗ, ଉଡ଼ ସ୍ୟାଣ୍ଡପାଇପର, ପିଂଟେଲ, ପର୍ପଲ ମୋରେନ, ହୀରନ୍ ଭଳି ୧୨୦ରୁ ଉର୍ଦ୍ଧ ପ୍ରଜାତିର ପକ୍ଷୀ ବର୍ତମାନ ସୁଧା ଆସି ସାରିଛନ୍ତି । ଯାହାକୁ ନେଇ ପର୍ଯ୍ୟଟକ ଓ ମଙ୍ଗଳାଯୋଡ଼ି ଗାଇଡ଼ମାନଙ୍କ ମଧ୍ୟରେ ବେଶ ଖୁସି ଦେଖିବାକୁ ମିଳିଛି । ତେବେ ପକ୍ଷୀଙ୍କ ସୁରକ୍ଷା ଦୃଷ୍ଟିରୁ ଚିଲିକା ବନଖଣ୍ଡ ପକ୍ଷରୁ ଚିଲିକା ଚର୍ତୁପାଶ୍ୱର୍ରେ କ୍ୟାମ୍ପ କରାଯାଇ ପକ୍ଷୀ ଓ ଶିକାରୀଙ୍କ ଗତିବିଦ୍ଧି ଲକ୍ଷ୍ୟ କରାଯାଉଥିବା ଗାଇଡ଼ମାନେ କହିଛନ୍ତି ।

ବିଦେଶାଗତ ପକ୍ଷୀଙ୍କ କିଚିରିମିଚିରରେ ଏବେ ଉତ୍ସବ ମୁଖର ନିଳାମ୍ବୁ ଚିଲିକା ।  ତେବେ ଚିଲିକାର ମନୋରମ ସୈାନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ଅତି ନିକଟରୁ ପକ୍ଷୀମାନଙ୍କୁ ଦେଖି ବେଶ ଖୁସ୍ ପର୍ଯ୍ୟଟକ ।