ଫନି ସହାୟତା ତାଲିକାରେ ଦୁର୍ନୀତି, ସୂଚନା ଅଧିକାର ଆଇନରେ ମିଳିଲା ତଥ୍ୟ
Advertisement
Article Detail0/zeeodisha/odisha594002

ଫନି ସହାୟତା ତାଲିକାରେ ଦୁର୍ନୀତି, ସୂଚନା ଅଧିକାର ଆଇନରେ ମିଳିଲା ତଥ୍ୟ

କେବଳ ତାଲିକାରେ ନାଁ ରହିଛି କିନ୍ତୁ ସେମାନଙ୍କୁ ଆଜି ପର୍ଯ୍ୟନ୍ତ ସହାୟତା ମିଳିନଥିବା ସେମାନେ ଅଭିଯୋଗ କରିଛନ୍ତି । ସେହିପରି ମହନାପୁର ଗାଁର ଅନ୍ୟ ଦୁଇ ଜଣ ସ୍ୱାମୀ ସ୍ତ୍ରୀ ହେଲେ କାଳନ୍ଦି ସେଠୀ ଓ ମଞ୍ଜୁଲତା ସେଠୀ । 

ଫନି ସହାୟତା ତାଲିକାରେ ଦୁର୍ନୀତି, ସୂଚନା ଅଧିକାର ଆଇନରେ ମିଳିଲା ତଥ୍ୟ

ସୁଚିତ୍ରା ସେଣ୍ଡ୍,ସାଲେପୁର: ସବୁ ସୀମା ଟପିଲା ଫନି ଦୁର୍ନୀତି । ତଳଠୁ ଉପରୁ ପର୍ଯ୍ୟନ୍ତ ସମସ୍ତେ ଏଥିରେ ସାମିଲ । ଆପଣ ମାନେ ବି ଏଭଳି ଦୁର୍ନୀତି ଚିତ୍ର ଦେଖିଲେ ଚକିତ ହେବେ । ଫନି ସହାୟତା ରାଶି ପ୍ରଦାନ ପାଇଁ ସରକାର ପ୍ରସ୍ତୁତ କରିଥିବା ହିତାଧିକାରୀ ତାଲିକା ବିଷୟରେ ବଡ ଦୁର୍ନୀତି ହୋଇଛି । ସୂଚନା ଅଧିକାର ଆଇନ ବଳରେ ସାଲେପୁର ବ୍ଲକ୍ କଟରପା ଗ୍ରାମ ପଞ୍ଚାୟତରେ ଏଭଳି ଘଟଣା  ସମ୍ନାକୁ ଆସିଛି । 

ଫନି ବାତ୍ୟା ସାଲେପୁର ତହସିଲ ଅଧିନରେ ଥିବା କଟରପା ଗ୍ରାମ ପଞ୍ଚାୟତ ର ମହନାପୁର ଗାଁ ରେ ବ୍ୟାପକ କ୍ଷୟକ୍ଷତି କରିଛି । ଗାଁ ଲୋକଙ୍କ ପାଇଁ ଫନି ସହାୟତା ଯୋଗାଇବାକୁ ସରକାର ତାଲିକା ପ୍ରସ୍ତୁତ କରିଥିଲେ । ସୂଚନା ଅଧିକାର ଆଇନ ତଥ୍ୟ ଅନୁସାରେ ଗାଁର ସୁବାଷ ଚନ୍ଦ୍ର ଓଝା ଓ ତାଙ୍କ ସ୍ତ୍ରୀ ସଞ୍ଜୁକ୍ତା ଓଝା ଙ୍କର ଘରଦ୍ୱାରା ଭାଙ୍ଗି ଯାଇଥିଲା । ଫନି ବିପନ୍ନ ତାଲିକାର ୨୩୩ନଂରେ ସୁବାଷ ଓଝାକୁ ଫନି ବାତ୍ୟାରେ ଆଂଶିକ ଘର ଭାଙ୍ଗିଥିବା ସହାୟତାରେ ୩୨ଶହ ଟଙ୍କା ଓ ୨୧୫ ନଂ ହିତାଧିକାରୀ ଭାବେ ତାଙ୍କ ପତ୍ନୀ ସଞ୍ଜୁକ୍ତା ଓଝାଙ୍କୁ ସମ୍ପୂର୍ଣ୍ଣ ଘର ଭାଙ୍ଗିଯାଇଥିବା ହିସାବରେ ୯୫ ହଜାର ଟଙ୍କା ମିଳିବ ବୋଲି ପ୍ରକାଶ ପାଇଥିଲା । କେବଳ ତାଲିକାରେ ନାଁ ରହିଛି କିନ୍ତୁ ସେମାନଙ୍କୁ ଆଜି ପର୍ଯ୍ୟନ୍ତ ସହାୟତା ମିଳିନଥିବା ସେମାନେ ଅଭିଯୋଗ କରିଛନ୍ତି । ସେହିପରି ମହନାପୁର ଗାଁର ଅନ୍ୟ ଦୁଇ ଜଣ ସ୍ୱାମୀ ସ୍ତ୍ରୀ ହେଲେ କାଳନ୍ଦି ସେଠୀ ଓ ମଞ୍ଜୁଲତା ସେଠୀ । ଫନି ବାତ୍ୟାର ସହାୟତା ତାଲିକା ମଞ୍ଜୁଲତା ଓ ତାଙ୍କୁ ସ୍ୱାମୀଙ୍କୁ ଆଶିଂକ ଘର ଭାଙ୍ଗିଥିବା ତାଲିକାରେ ରଖାଯାଇ ୩୨ଶହ ଲେଖାଏଁ ଟଙ୍କା ମିଳିଛି । ଏହି ପଞ୍ଚାୟତରେ ଏକାଧିକ ସ୍ୱାମୀ ସ୍ତ୍ରୀଙ୍କ ନାମ ସହାୟତା ତାଲିକାରେ ରହିଥିବା ସୂଚନାଧିକାର କାଗଜ ଦର୍ଶାଯାଇଛି।

ଦୁର୍ନୀତିର ଚିଠା ଏତିକିରେ ସରିନି । ଏହି ଗ୍ରାମପଞ୍ଚାୟତର ଜାଗୁଳାଇ ପଡାଗାଁର ମୃତ ଲୋକଙ୍କ ନାଁ ମଧ୍ୟ ରହିଛି ଫନି ସହାୟତା ତାଲିକାରେ । ଗାଁର ଅଜୟ କୁମାର ଲେଙ୍କା ଓ ସୁଶୀଲ ନନ୍ଦଙ୍କ ମୃତ୍ୟୁ ବହୁ ବର୍ଷ ଧରି ମୃତ ହୋଇଥିଲେ ମଧ୍ୟ ଫନି ବିପନ୍ନ ତାଲିକା ନଂ ୮୦ରେ ଅଜୟ ଲେଙ୍କାଙ୍କ ନାଁ ଓ ତାଲିକା ନଂ ୫୪ରେ ସୁଶୀଲ ନନ୍ଦଙ୍କ ନାମ ରହିଛି । ଏନେଇ ମୃତ ଅଜୟଙ୍କ ବଡଭାଇ ସ୍ୱୀକାର କରିଛନ୍ତି । ଭୁଲ ତଦନ୍ତ କରାଯାଇଥିବାରୁ ପଞ୍ଚାୟତର  ବହୁ ଯୋଗ୍ୟ ହିତାଧିକାରୀ ସରକାରୀ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି ଓ ଅଯୋଗ୍ୟ ହିତାଧିକାରୀ ସହାୟତା ପାଇଥିବା ଅଭିଯୋଗ ହୋଇଛି । ପଞ୍ଚାୟତରେ ହୋଇଥିବା ଦୁର୍ନୀତିର ବିଦ୍ଧି ବିଦ୍ଧ ତଦନ୍ତ କରାଯାଇ ସମ୍ପୃକ୍ତ ସରକାରୀ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି ସୂଚନା ଅଧିକାର କର୍ମୀ । ସେପଟେ ସାଲେପୁର ଅତିରିକ୍ତ ତହସିଲଦାର କିଛି କହିବାକୁ ରାଜି ହୋଇନଥିବା ବେଳେ ଘଟଣାର କିନ୍ତୁ ତଦନ୍ତ କରାଯାଇ ଖୁବଶିଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରୋକ୍ଷରେ କହିଛନ୍ତି ।

ଚଞ୍ଚକତା କରାଯାଇ ଫନି ବାତ୍ୟାର ଚୂଡାନ୍ତ ସହାୟତା ତାଲିକା ପ୍ରସ୍ତୁତ କରାଯାଇଛି । କେବଳ ଜଣେ କି ଦୁଇ ଜଣ ନୁହଁନ୍ତି ବହୁ କୋଠାଘର ଥିବା ଥିଲାବାଲା ଲୋକ ଫନି ବାତ୍ୟାର ସହାୟତା ତାଲିକାରେ ସ୍ଥାନ ପାଇଛନ୍ତି । ଏଭଳି ମହା ଦୁର୍ନୀତି ପଦାକୁ ଆସିବା ପରେ ସରକାର ଏହା ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଓ ପ୍ରକୃତ ହିତାଧିକାରୀ କେବେ ସହାୟତା ପାଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ।