ଏପରି ଶୀତ ! ଦିନରେ ଥରୁଛି ଦିଲ୍ଲୀ
Advertisement

ଏପରି ଶୀତ ! ଦିନରେ ଥରୁଛି ଦିଲ୍ଲୀ

ଦେଶର ରାଜଧାନୀ ଦିଲ୍ଲୀରେ ଶୀତର ଲହରୀ । ଭାଙ୍ଗିଛି ୨୨ ବର୍ଷର ରେକର୍ଡ । ତାପମାତ୍ରା ୧୨.୨ ଡିଗ୍ରୀ ରେକର୍ଡ ହୋଇଛି । ଶେଷଥର ପାଇଁ ଦିଲ୍ଲୀରେ ୧୯୯୭ ମସିହାରେ ସର୍ବନିମ୍ନ ତାପମାତ୍ରା ୧୧.୩ ରେକର୍ଡ ହୋଇଥିଲା । ଏବେ ଦିନ ହେଉ କି ରାତି, ଥରୁଛି ରାଜଧାନୀ । 

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଶୀତର ଲହରୀ । ଭାଙ୍ଗିଛି ୨୨ ବର୍ଷର ରେକର୍ଡ । ତାପମାତ୍ରା ୧୨.୨ ଡିଗ୍ରୀ ରେକର୍ଡ ହୋଇଛି । ଶେଷଥର ପାଇଁ ଦିଲ୍ଲୀରେ ୧୯୯୭ ମସିହାରେ ସର୍ବନିମ୍ନ ତାପମାତ୍ରା ୧୧.୩ ରେକର୍ଡ ହୋଇଥିଲା । ଏବେ ଦିନ ହେଉ କି ରାତି, ଥରୁଛି ରାଜଧାନୀ । 

ମଙ୍ଗଳବାର ରେକର୍ଡ ହୋଇଥିବା ଏହି ସର୍ବନିମ୍ନ ତାପମାତ୍ର ୨୨ ବର୍ଷର ରେକର୍ଡ ଭାଙ୍ଗିଛି । ଆଜି ମଧ୍ୟ ତାପମାତ୍ରା ଆହୁରି ଖସିବ ବୋଲି ପୂର୍ବାନମାନ କରିଛି ପାଣିପାଗ ବିଭାଗ । ତାପମାତ୍ରା କମିଥିବାରୁ ରାଜଧାନୀରେ ଶୀତର ଲହରୀ । ଥରୁଛନ୍ତି ରାଜଧାନୀବାସୀ । ପାଣିକୁ ଛୁଇଁବା ପାଇଁ ଡର ମାଡୁଛି । ଆଉ ଏଭଳି ସମୟରେ ବାହାରେ ରହୁଥିବା ଲୋକଙ୍କ ପାଇଁ ସାହାରା ପାଲଟିଛି ଆଶ୍ରୟ ଗୃହ । 

ଆହୁରି ପଢନ୍ତୁ; ଲୋ ଭିଜିବିଲିଟି ପାଇଁ ଅବତରଣ କରିପାରିଲାନି ବିମାନ ; ଯାତ୍ରୀ ହଟହଟା